ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ କଲେ ହତ୍ୟା
ମାଲକାନଗିରି: ମାଓବାଦୀଙ୍କ ବର୍ବର କାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ କାକଡୀ ଗାଁର ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ । ମୃତ ଯୁବକ ହେଲେ ହେମଲା ହଡମା । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି । ସୂଚନା ଅନୁସାରେ ଗତକିଛି ଦିନ ତଳେ ପୁଣି ଛତିଶଗଡ ବିଜାପୁର ବୁଡଗିଚେରୁ ଗାଁରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା […] The post ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ କଲେ ହତ୍ୟା appeared first on KNews Odisha.

ମାଲକାନଗିରି: ମାଓବାଦୀଙ୍କ ବର୍ବର କାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ କାକଡୀ ଗାଁର ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ । ମୃତ ଯୁବକ ହେଲେ ହେମଲା ହଡମା । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି ।
ସୂଚନା ଅନୁସାରେ ଗତକିଛି ଦିନ ତଳେ ପୁଣି ଛତିଶଗଡ ବିଜାପୁର ବୁଡଗିଚେରୁ ଗାଁରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଅନ୍ୟପଟେ ଏହି ଦୁଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଉଥିବାରୁ ମାଓ ସଂଗଠନର ବହୁ କ୍ଷତି ହୋଇଥିବା ମାଓବାଦୀ ମାନେ କହିଥିଲେ । ତେଣୁ ଦୁଇ ଗ୍ରାମବାସୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ମାଓବାଦୀ ସୂଚନା ଦେଇଥିଲେ ।
ଆହୁରି ପଢ଼ନ୍ତୁ : ମଣପୁରମ ଫାଇନାନ୍ସରୁ ଡକାୟତି ଘଟଣା, ଦୀର୍ଘ ୧ ମାସ ପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ
The post ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ କଲେ ହତ୍ୟା appeared first on KNews Odisha.