ବିବାଦ ଯୋଗୁ ଟଳିଲା କଙ୍ଗନାଙ୍କ ଫିଲ୍ମ ‘ଏମାର୍ଜେନ୍ସୀ’ର ରିଲିଜ୍
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତଥା ବିଜେପିର ଲୋକସଭା ସାଂସଦ କଙ୍ଗନା ରଣାଓତଙ୍କ ଫିଲ୍ମ ‘ଏମାର୍ଜେନ୍ସୀ’କୁ ନେଇ ବେଳକୁ ବେଳ ବିବାଦ ବଢିବାରେ ଲାଗିଛି। ଶିଖ୍ ସମୂଦାୟ ଏହି ଫିଲ୍ମକୁ ନେଇ ବିରୋଧ କରିଥିଲେ ଓ ଏହାର ରିଲିଜକୁ ନେଇ ଧମକ ମଧ୍ୟ ଦେଇଥିଲେ। ଏଣୁ ରିଲିଜ ପୂର୍ବରୁ ଫିଲ୍ମ ବିବାଦରେ ଘେରିଯାଇଥିବା ବେଳେ ବିବାଦ ଏବେ ହାଇକୋର୍ଟକୁ ପହଞ୍ଚି ଯାଇଛି। ଏଣୁ କଙ୍ଗନାଙ୍କ ଏହି ଫିଲ୍ମ ଧାର୍ଯ୍ୟ ତାରିଖରେ ରିଲିଜ ଟଳିଥିବା ବିଶ୍ୱସ୍ଥ ସୂତ୍ରରୁ ଏବିପି ନ୍ୟୁଜ ଦାବି କରିଛି। ତେବେ ମାମଲାରେ ଏପର୍ଯ୍ୟନ୍ତ ମେକର୍ସ ଚୁପ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହା ଛଡା କଙ୍ଗନା ନିଜେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। କଙ୍ଗନାଙ୍କ ଏହି ଅପକମିଂ ମୁଭି ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟମାନଙ୍କରେ ମୁକ୍ତିଲାଭ କରିବାର ଥିଲା। ତେବେ ଫିଲ୍ମକୁ ନେଇ ଉପୁଜିଥିବା ବିବାଦ ଯୋଗୁ ଧାର୍ଯ୍ୟ ତାରିଖରେ ଏହା ରିଲିଜ ହେବ ନାହିଁ ବୋଲି ଏବେ ଜଣାପଡିଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ମଧ୍ୟ କଙ୍ଗନାଙ୍କ ଫିଲ୍ମକୁ ବିରୋଧ କରିଛନ୍ତି।ଚନ୍ନୀ କହିଛନ୍ତି ଯେ ଏହି ଫିଲ୍ମ ପ୍ରେକ୍ଷାଳୟରେ ଚାଲିବାରେ ଆମର କୌଣସି ଅସୁବିଧା ନାହିଁ। ତେବେ ଏହା ପୂର୍ବରୁ ସିଖମାନଙ୍କର ଶୀର୍ଷ ଅନୁଷ୍ଠାନ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି)କୁ ଏହି ଫିଲ୍ମ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତଥା ବିଜେପିର ଲୋକସଭା ସାଂସଦ କଙ୍ଗନା ରଣାଓତଙ୍କ ଫିଲ୍ମ ‘ଏମାର୍ଜେନ୍ସୀ’କୁ ନେଇ ବେଳକୁ ବେଳ ବିବାଦ ବଢିବାରେ ଲାଗିଛି। ଶିଖ୍ ସମୂଦାୟ ଏହି ଫିଲ୍ମକୁ ନେଇ ବିରୋଧ କରିଥିଲେ ଓ ଏହାର ରିଲିଜକୁ ନେଇ ଧମକ ମଧ୍ୟ ଦେଇଥିଲେ। ଏଣୁ ରିଲିଜ ପୂର୍ବରୁ ଫିଲ୍ମ ବିବାଦରେ ଘେରିଯାଇଥିବା ବେଳେ ବିବାଦ ଏବେ ହାଇକୋର୍ଟକୁ ପହଞ୍ଚି ଯାଇଛି। ଏଣୁ କଙ୍ଗନାଙ୍କ ଏହି ଫିଲ୍ମ ଧାର୍ଯ୍ୟ ତାରିଖରେ ରିଲିଜ ଟଳିଥିବା ବିଶ୍ୱସ୍ଥ ସୂତ୍ରରୁ ଏବିପି ନ୍ୟୁଜ ଦାବି କରିଛି। ତେବେ ମାମଲାରେ ଏପର୍ଯ୍ୟନ୍ତ ମେକର୍ସ ଚୁପ ଅଛନ୍ତି।
ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହା ଛଡା କଙ୍ଗନା ନିଜେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। କଙ୍ଗନାଙ୍କ ଏହି ଅପକମିଂ ମୁଭି ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟମାନଙ୍କରେ ମୁକ୍ତିଲାଭ କରିବାର ଥିଲା। ତେବେ ଫିଲ୍ମକୁ ନେଇ ଉପୁଜିଥିବା ବିବାଦ ଯୋଗୁ ଧାର୍ଯ୍ୟ ତାରିଖରେ ଏହା ରିଲିଜ ହେବ ନାହିଁ ବୋଲି ଏବେ ଜଣାପଡିଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ମଧ୍ୟ କଙ୍ଗନାଙ୍କ ଫିଲ୍ମକୁ ବିରୋଧ କରିଛନ୍ତି।
ଚନ୍ନୀ କହିଛନ୍ତି ଯେ ଏହି ଫିଲ୍ମ ପ୍ରେକ୍ଷାଳୟରେ ଚାଲିବାରେ ଆମର କୌଣସି ଅସୁବିଧା ନାହିଁ। ତେବେ ଏହା ପୂର୍ବରୁ ସିଖମାନଙ୍କର ଶୀର୍ଷ ଅନୁଷ୍ଠାନ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି)କୁ ଏହି ଫିଲ୍ମ ଦେଖାଯାଉ। ଏଥିରେ ଏସଜିପିସି ଶିଖ ଇତିହାସକୁ ଅନୁଧ୍ୟାନ କରିବେ। ଯଦି ଫିଲ୍ମରେ ଶିଖ ଇତିହାସକୁ ସଠିକ ପ୍ରଦର୍ଶିତ କରାଯାଇଥିବ ତେବେ ଏସଜିପିସି ଏହି ଫିଲ୍ମର ସାର୍ବଜନିକ ପ୍ରଦର୍ଶନକୁ ଅନୁମତି ଦେଲେ ଆମର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। ଏହି ଫିଲ୍ମକୁ ପଞ୍ଜାବରେ ଲୋକେ ଜୋରଦାର ବିରୋଧ କରୁଛନ୍ତି।