ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଜଳିଗଲା ତାଜ୍ ଏକ୍ସପ୍ରେସର ୨ଟି ବଗି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି । ଖବର ଅନୁସାରେ ଦିଲ୍ଲୀର ସରିତା ବିହାରରେ ଆଜି ତାଜ୍ ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲାଗି ଯାଇଛି । ତୁଗଲକାବାଦ-ଓଖଲା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ ଅଳ୍ପକେ ବହୁ ଲୋକଙ୍କ ଜୀବନ ବର୍ତ୍ତିଯାଇଛି । ସିପିଆରଓ, ଉତ୍ତର ରେଳର କହିବା ଅନୁସାରେ ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇ ନାହିଁ । ସମସ୍ତ ଯାତ୍ରୀ ସୁରକ୍ଷା ଅଛନ୍ତି । ଟ୍ରେନ୍ ବଗିରେ ନିଆଁ କିପରି ଲାଗିଲା ସେନେଇ କୌଣସି ସୂଚନା ସାମନାକୁ ଆସି ନାହିଁ ।କୁହାଯାଉଛି ଯେ ଅପରାହ୍ଣ ୪.୪୧ ମିନିଟରେ ଟ୍ରେନରେ ନିଆଁ ଲାଗିବା ସୂଚନା ମିଳିଥିଲା । ଏହାପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଯେ ତାଜ ଏକ୍ସପ୍ରେସ୍ ଟ୍ରେନର ଦୁଇଟି ବଗିରେ ଭୀଷଣ ନିଆଁ ଲାଗିଛି । ଟ୍ରେନକୁ ଅଟକା ଯାଇଥିଲା । କୌଣସି ଯାତ୍ରୀ ଆହତ ହୋଇନଥିଲେ, କାରଣ ସମସ୍ତେ ଅନ୍ୟ ବଗିକୁ ଚାଲି ଯାଇଥିଲେ ଏବଂ ପରେ ଓହ୍ଲାଇ ପଡ଼ିଥିଲେ । ରେଲୱେ ଦ୍ୱାରା ଘଟଣାର ଛାନଭିନ୍ କରାଯାଉଛି ।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି । ଖବର ଅନୁସାରେ ଦିଲ୍ଲୀର ସରିତା ବିହାରରେ ଆଜି ତାଜ୍ ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲାଗି ଯାଇଛି । ତୁଗଲକାବାଦ-ଓଖଲା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ ଅଳ୍ପକେ ବହୁ ଲୋକଙ୍କ ଜୀବନ ବର୍ତ୍ତିଯାଇଛି । ସିପିଆରଓ, ଉତ୍ତର ରେଳର କହିବା ଅନୁସାରେ ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇ ନାହିଁ । ସମସ୍ତ ଯାତ୍ରୀ ସୁରକ୍ଷା ଅଛନ୍ତି । ଟ୍ରେନ୍ ବଗିରେ ନିଆଁ କିପରି ଲାଗିଲା ସେନେଇ କୌଣସି ସୂଚନା ସାମନାକୁ ଆସି ନାହିଁ ।

କୁହାଯାଉଛି ଯେ ଅପରାହ୍ଣ ୪.୪୧ ମିନିଟରେ ଟ୍ରେନରେ ନିଆଁ ଲାଗିବା ସୂଚନା ମିଳିଥିଲା । ଏହାପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଯେ ତାଜ ଏକ୍ସପ୍ରେସ୍ ଟ୍ରେନର ଦୁଇଟି ବଗିରେ ଭୀଷଣ ନିଆଁ ଲାଗିଛି । ଟ୍ରେନକୁ ଅଟକା ଯାଇଥିଲା । କୌଣସି ଯାତ୍ରୀ ଆହତ ହୋଇନଥିଲେ, କାରଣ ସମସ୍ତେ ଅନ୍ୟ ବଗିକୁ ଚାଲି ଯାଇଥିଲେ ଏବଂ ପରେ ଓହ୍ଲାଇ ପଡ଼ିଥିଲେ । ରେଲୱେ ଦ୍ୱାରା ଘଟଣାର ଛାନଭିନ୍ କରାଯାଉଛି ।