ବାଇକ୍ ଡ଼ିକି ଭାଙ୍ଗି ଲୁଟ୍, ଠିକଣା ପଚାରି ନେଇଗଲେ ଗହଣା ବ୍ୟାଗ୍
ସୋର ୨୪।୭: ବାଇକ୍ ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ । ଜୁଏଲାରୀ ମାଲିକଙ୍କ ନିକଟରୁ ଲୁଟ୍ ହୋଇଛି l ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଲୁଟ୍ ହୋଇଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ବଜାରରେ କରୁଣାକର ସାହୁଙ୍କର ଜୟନ୍ତୀ ଜୁଏଲାରୀ ନାମକ ଏକ ଦୋକାନ ଅଛି l ସବୁଦିନ ଭଳି ମଙ୍ଗଳବାର ନିଜ ଦୋକାନ ବନ୍ଦ କରି ବିଳମ୍ବିତ ରାତିରେ ୩୩ ଗ୍ରାମର ସୁନା ଓ ୬ କେଜିର ରୁପାକୁ ଏକ ବ୍ୟାଗ୍ରେ ଭର୍ତ୍ତି କରି ବାଇକ ଡ଼ିକିରେ ରଖିଥିଲେ l ସେହି ସମୟରେ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ଆସି ମାଲିକ କରୁଣାକରଙ୍କୁ ସିମୁଳିଆ ଥାନା ଠିକଣା ପଚାରିଥିଲେ । ସେହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ କରୁଣାକରଙ୍କର ଡ଼ିକି ଭାଙ୍ଗି ବାଇକ ଡ଼ିକିରେ ଥିବା ଅଳଙ୍କାର ବ୍ୟାଗ୍ ନେଇ ଫେରାର ହୋଇ ଯାଇଥିଲେ l ସିମୁଳିଆ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l କିଛିଦିନ ଧରି ସୋର, ସିମୁଳିଆ, ଖଇରା ଅଞ୍ଚଳରେ ଚୋରି, ଡକାୟତି ବଢୁଥିବାରୁ ଲୋକ ମାନେ ଭୟଭୀତ ଥିବା ଦେଖିବାକୁ ମିଳିଛି lYou Can Read:ସର୍ବଦଳୀୟ ବୈଠକରୁ ବାହାରି ପାରିଲାନି ନିଷ୍କର୍ସ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି
ସୋର ୨୪।୭: ବାଇକ୍ ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ । ଜୁଏଲାରୀ ମାଲିକଙ୍କ ନିକଟରୁ ଲୁଟ୍ ହୋଇଛି l ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଲୁଟ୍ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ବଜାରରେ କରୁଣାକର ସାହୁଙ୍କର ଜୟନ୍ତୀ ଜୁଏଲାରୀ ନାମକ ଏକ ଦୋକାନ ଅଛି l ସବୁଦିନ ଭଳି ମଙ୍ଗଳବାର ନିଜ ଦୋକାନ ବନ୍ଦ କରି ବିଳମ୍ବିତ ରାତିରେ ୩୩ ଗ୍ରାମର ସୁନା ଓ ୬ କେଜିର ରୁପାକୁ ଏକ ବ୍ୟାଗ୍ରେ ଭର୍ତ୍ତି କରି ବାଇକ ଡ଼ିକିରେ ରଖିଥିଲେ l ସେହି ସମୟରେ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ଆସି ମାଲିକ କରୁଣାକରଙ୍କୁ ସିମୁଳିଆ ଥାନା ଠିକଣା ପଚାରିଥିଲେ । ସେହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ କରୁଣାକରଙ୍କର ଡ଼ିକି ଭାଙ୍ଗି ବାଇକ ଡ଼ିକିରେ ଥିବା ଅଳଙ୍କାର ବ୍ୟାଗ୍ ନେଇ ଫେରାର ହୋଇ ଯାଇଥିଲେ l ସିମୁଳିଆ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
କିଛିଦିନ ଧରି ସୋର, ସିମୁଳିଆ, ଖଇରା ଅଞ୍ଚଳରେ ଚୋରି, ଡକାୟତି ବଢୁଥିବାରୁ ଲୋକ ମାନେ ଭୟଭୀତ ଥିବା ଦେଖିବାକୁ ମିଳିଛି l
You Can Read:
ସର୍ବଦଳୀୟ ବୈଠକରୁ ବାହାରି ପାରିଲାନି ନିଷ୍କର୍ସ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି