ବିବାଦରେ ସ୍ପୋଟିଫାଇ: ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି କରୁଥିବା ଅଭିଯୋଗ
ନ୍ୟୁୟର୍କ,୧୮ା୫: ସ୍ପୋଟିଫାଇ, ଏକ ଜଣାଶୁଣା ମ୍ୟୁଜିକ ଓ ପଡ଼କାଷ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ, ବର୍ତ୍ତମାନ ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ସ୍ପୋଟିଫାଇରେ ଶହ ଶହ ନକଲି ପଡ଼କାଷ୍ଟ ଚିହ୍ନଟ ହୋଇଛି, ଯେଉଁଗୁଡ଼ିକ ଆଡେରାଲ, ଅକ୍ସିକୋଡୋନ, ଜାନାକ୍ସ ଏବଂ ଟ୍ରାମାଡୋଲ ଭଳି ନିଶାଯୁକ୍ତ ଔଷଧ ବିକ୍ରି ପାଇଁ ବିଜ୍ଞାପନ ଦେଉଛି। ଏହି ପଡ଼କାଷ୍ଟଗୁଡ଼ିକ ଅନେକ ସମୟରେ ଅନଲାଇନ ଫାର୍ମାସି ସାଜି ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି କରୁଥିବା […] The post ବିବାଦରେ ସ୍ପୋଟିଫାଇ: ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି କରୁଥିବା ଅଭିଯୋଗ appeared first on Dharitri Odia News.
ନ୍ୟୁୟର୍କ,୧୮ା୫: ସ୍ପୋଟିଫାଇ, ଏକ ଜଣାଶୁଣା ମ୍ୟୁଜିକ ଓ ପଡ଼କାଷ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ, ବର୍ତ୍ତମାନ ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ସ୍ପୋଟିଫାଇରେ ଶହ ଶହ ନକଲି ପଡ଼କାଷ୍ଟ ଚିହ୍ନଟ ହୋଇଛି, ଯେଉଁଗୁଡ଼ିକ ଆଡେରାଲ, ଅକ୍ସିକୋଡୋନ, ଜାନାକ୍ସ ଏବଂ ଟ୍ରାମାଡୋଲ ଭଳି ନିଶାଯୁକ୍ତ ଔଷଧ ବିକ୍ରି ପାଇଁ ବିଜ୍ଞାପନ ଦେଉଛି। ଏହି ପଡ଼କାଷ୍ଟଗୁଡ଼ିକ ଅନେକ ସମୟରେ ଅନଲାଇନ ଫାର୍ମାସି ସାଜି ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି କରୁଥିବା ୱେବସାଇଟକୁ ଲିଙ୍କ ଯୋଗାଇ ଦେଉଛି, ଯାହା ଆମେରିକାରେ ଗୁରୁତର ଆଇନ ଉଲ୍ଲଂଘନ ଅଟେ।
ଏହି ନକଲି ପଡ଼କାଷ୍ଟଗୁଡ଼ିକ ପ୍ରାୟତଃ “ମାଇ ଆଡେରାଲ ଷ୍ଟୋର୍” କିମ୍ବା “ଏକ୍ସଟ୍ରାଫାର୍ମା.କମ” ଭଳି ନାମ ବ୍ୟବହାର କରୁଛି, ଯାହା ସୱାସ୍ଥ୍ୟ କିମ୍ବା ଜୀବନଶୈଳୀ ସମ୍ବନ୍ଧୀୟ ଶୋ’ ପରି ଦେଖାଯାଉଛି। କିନ୍ତୁ ଏଗୁଡ଼ିକରେ କୌଣସି ଅଡ଼ିଓ ନଥାଏ କିମ୍ବା ଏଆଇ-ଜନନ ହୋଇଥିବା କଣ୍ଠସୱରରେ ଅଳ୍ପ ସମୟର ରେକର୍ଡିଂ ଥାଏ। ଏପିସୋଡ ବିବରଣୀ କିମ୍ବା କଭର୍ ଆର୍ଟରେ ଔଷଧ କିଣିବା ପାଇଁ ୱେବସାଇଟ ଲିଙ୍କ କିମ୍ବା ନିର୍ଦ୍ଦେଶ ଦିଆଯାଇଛି। ଏହି ପଡ଼କାଷ୍ଟଗୁଡ଼ିକ ଔଷଧ ନାମ ଖୋଜିଲେ ସ୍ପୋଟିଫାଇର ଟପ ୫୦ ସର୍ଚ୍ଚ ରେଜଲ୍ଟରେ ଦେଖାଯାଉଛି, ଯାହା ଏଗୁଡ଼ିକୁ ସହଜରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଉଛି।
ସ୍ପୋଟିଫାଇର ନୀତି ଅନୁଯାୟୀ, ନିୟନ୍ତ୍ରିତ କିମ୍ବା ବେଆଇନ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା କଣ୍ଟେଣ୍ଟ ନିଷିଦ୍ଧ। ତଦନ୍ତ ପରେ ସ୍ପୋଟିଫାଇ କହିଛି ଯେ ସେମାନେ ଏହି ନକଲି ପଡ଼କାଷ୍ଟଗୁଡ଼ିକୁ ହଟାଇବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କର ଅଟୋଡିଟେକ୍ସନ ସିଷ୍ଟମକୁ ଉନ୍ନତ କରୁଛନ୍ତି। ବିଜନେସ ଇନସାଇଡର୍ ରିପୋର୍ଟ ଅନୁଯାୟୀ, ସ୍ପୋଟିଫାଇ ଏପର୍ଯ୍ୟନ୍ତ ଅତି କମରେ ୨୦୦ ପଡ଼କାଷ୍ଟ ହଟାଇ ସାରିଛି। ତଥାପି, ଏହି ପଡ଼କାଷ୍ଟଗୁଡ଼ିକ କେତେ ଜଣ ଶୁଣିଛନ୍ତି କିମ୍ବା ଏହା ସହ ଜଡ଼ିତ ଥିଲେ ତାହା ସ୍ପଷ୍ଟ ନାହିଁ, କାରଣ ଏଗୁଡ଼ିକରେ କୌଣସି ଉପଭୋକ୍ତା ରେଟିଂ କିମ୍ବା ରିଭ୍ୟୁ ନଥିଲା।
The post ବିବାଦରେ ସ୍ପୋଟିଫାଇ: ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି କରୁଥିବା ଅଭିଯୋଗ appeared first on Dharitri Odia News.