ବିବାଦୀୟ ବୈଠକକୁ ନେଇ ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ଚଣ୍ଡୀଗଡ଼ : କୋର୍ଟ ଗଲେ ପ୍ରୀତି ଜିଣ୍ଟା । ପଞ୍ଜାବ କିଙ୍ଗସର କୋ ଓନର ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବିବାଦୀୟ ବୈଠକକୁ ନେଇ ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କରିଛନ୍ତି । ସହ ନିର୍ଦ୍ଦେଶକ ମୋହିତ ବର୍ମନ ଓ ନେସ ୱାଡ଼ିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତିନି ଜଣ ଯାକ KPH ଡ୍ରିମ କ୍ରିକେଟ ପ୍ରାଇଭେଟ ଲିମିଟେର ନିର୍ଦ୍ଦେଶକ ଅଛନ୍ତି । ଯାହାକି ଆଇପିଏଲରେ ପଞ୍ଜାବ କିଙ୍ଗସର ମାଲିକାନା ରହିଛି । […] The post ବିବାଦୀୟ ବୈଠକକୁ ନେଇ ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା appeared first on KNews Odisha.

ବିବାଦୀୟ ବୈଠକକୁ ନେଇ ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା
priti

ଚଣ୍ଡୀଗଡ଼ : କୋର୍ଟ ଗଲେ ପ୍ରୀତି ଜିଣ୍ଟା । ପଞ୍ଜାବ କିଙ୍ଗସର କୋ ଓନର ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବିବାଦୀୟ ବୈଠକକୁ ନେଇ ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କରିଛନ୍ତି । ସହ ନିର୍ଦ୍ଦେଶକ ମୋହିତ ବର୍ମନ ଓ ନେସ ୱାଡ଼ିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତିନି ଜଣ ଯାକ KPH ଡ୍ରିମ କ୍ରିକେଟ ପ୍ରାଇଭେଟ ଲିମିଟେର ନିର୍ଦ୍ଦେଶକ ଅଛନ୍ତି । ଯାହାକି ଆଇପିଏଲରେ ପଞ୍ଜାବ କିଙ୍ଗସର ମାଲିକାନା ରହିଛି ।

ଗତ ୨୧ ତାରିଖରେ ଅନୁଷ୍ଠିତ ବୈଠକର ବୈଧତାକୁ ପ୍ରୀତି ଜିଣ୍ଟା ଚ୍ୟାଲେଞ୍ଜ କରିଛନ୍ତି । ଏହା ବୈଠକରେ କମ୍ପାନୀ ଆଇନ୨୦୧୩ରେ ଥିବା ବ୍ୟବସ୍ଥାକୁ ଅନୁସରଣ କରାଯାଇନାହିଁ । ପୂର୍ବରୁ ଗତ ଏପ୍ରିଲ ୧୦ରେ ଇମେଲ ଯୋଗେ ସେ ବୈଠକ ଉପରେ ଆପତ୍ତି ଉଠାଇଥିଲେ । ହେଲେ ଏହାକୁ ଗୁରୁତ୍ୱ ଦିଆଯାଇନଥିଲା ।

ନେସ ୱାଡ଼ିଆଙ୍କ ସମର୍ଥନରେ ମୋହିତ ବର୍ମନ ବୈଠକ କରିଥିଲେ । ବୈଠକରେ ମୁନୀଶ ଖାନ୍ନାଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତିକୁ ନେଇ ସେ ତୀବ୍ର ପ୍ରତିବାଦ କରିଛନ୍ତି । ଖାନ୍ନାଙ୍କୁ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାରୁ ବାରଣ କରିବାକୁ ପ୍ରୀତି ଜିଣ୍ଟା ଆବେଦନରେ ଦର୍ଶାଇଛନ୍ତି ।

Also Read : BCCI ର ବଡ଼ ନିଷ୍ପତ୍ତି, ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ

The post ବିବାଦୀୟ ବୈଠକକୁ ନେଇ ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା appeared first on KNews Odisha.