ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ

ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।

ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ

ନିଜ ବିବାହକୁ ଖାସ୍‌ କରିବାରୁ ଲୋକେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। କିଏ ମେନୁ ତ କିଏ ଭେନୁ ଆଉ କିଏ ସାଜସଜା ଓ ଖାଇବାପିଇବାରେ ଉଡ଼ାନ୍ତି ଟଙ୍କା । ହେଲେ କେଉଁଠି ବିବାହ ଉତ୍ସବରେ ଟଙ୍କା ଉଡ଼ାଯାଉଥିବାର ଖବର ଶୁଣିଛନ୍ତି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଘଟିଛି।

ସେଠାରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଉଡ଼ିଲା ଟଙ୍କା । ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟାଣ୍ଡ, ବାଜା ବଜାଇ ବର ପକ୍ଷ କନିଆ ଘର ସମ୍ମୁଖରେ ପହଞ୍ଚିଥିଲା। ଏହାପରେ ବିବାହ ଆରମ୍ଭ ହୋଇଥିବା ବେଳେ କନିଆ ଘର ଛାତ ଉପରେ ତଥା ନିକଟରେ ଥିବା ଜେସିବି ଉପରେ ବର ଯାତ୍ରୀ ଚଢ଼ି ଯାଇଥିଲେ। ଏହାପରେ ସେମାନେ ଯାହା କଲେ ସମସ୍ତେ ଚକିତ ହୋଇଗଲେ।

କାରଣ କାଗଜ ଖଣ୍ଡ ଉଡ଼ିବା ପରି ଆକାଶରୁ ଉଡ଼ିଲା ଟଙ୍କା। ଛାତ ଉପରେ ତଥା ଜେସିବି ଉପରେ ଚଢ଼ିଯାଇଥିବା ବର ଯାତ୍ରୀ ଖାଲି ଶହେ ଓ ଦୁଇ ଶହ ଓ ୫ଶହ ଟଙ୍କାର ନୋଟ୍‌ ବର୍ଷା କରିବାକୁ ଲାଗିଲେ। ଏପରି କରି ସେମାନେ ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ଶୁଣିବାକୁ ମିଳୁଛି। ତଳେ ଥିବା ଲୋକେ ଆଖି ପିଛୁଳାକେ ଏହି ସବୁ ନୋଟ୍‌ ଗୋଟାଇ ନେଇ ଯାଇଥିଲେ।

ଏହି ବିବାହକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଚାଲିଥିବା ବେଳେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।