ବିବାହ କରିବାକୁ ମନା କରିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ
ବିଷମକଟକ, ୧୧।୬(ପ୍ରସନ୍ନ କୁମାର ପଣ୍ଡା): ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଘରୁଡାକି ନେଇ ହତ୍ୟା। ହତ୍ୟାକରି ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ। କାଲି ଅପରାହ୍ନ ସମୟରେ ଯୁବତୀଙ୍କୁ ଫନ କରି ଡାକିଥିଲେ ଯୁବକ। ପରେ ତାଙ୍କୁ ହତ୍ୟାକରି ବିଷମକଟକ ଥାନା ଅନ୍ତର୍ଗତ କିରିବିରି ଛକ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇ ଗୁଣୁପୁର ଥାନାରେ ଆତ୍ମସମର୍ପଣ କରିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ପରେ ଗୁଣୁପୁର ଥାନାରୁ ବିଷମକଟକ ଥାନାକୁ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯାଇଛି। ଯୁବତୀ ଜଣଙ୍କ […] The post ବିବାହ କରିବାକୁ ମନା କରିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ appeared first on Dharitri Odia News.
ବିଷମକଟକ, ୧୧।୬(ପ୍ରସନ୍ନ କୁମାର ପଣ୍ଡା): ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଘରୁଡାକି ନେଇ ହତ୍ୟା। ହତ୍ୟାକରି ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ। କାଲି ଅପରାହ୍ନ ସମୟରେ ଯୁବତୀଙ୍କୁ ଫନ କରି ଡାକିଥିଲେ ଯୁବକ। ପରେ ତାଙ୍କୁ ହତ୍ୟାକରି ବିଷମକଟକ ଥାନା ଅନ୍ତର୍ଗତ କିରିବିରି ଛକ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇ ଗୁଣୁପୁର ଥାନାରେ ଆତ୍ମସମର୍ପଣ କରିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ପରେ ଗୁଣୁପୁର ଥାନାରୁ ବିଷମକଟକ ଥାନାକୁ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯାଇଛି। ଯୁବତୀ ଜଣଙ୍କ ବିଷମକଟକ ଥାନା ବ୍ଲକ କୋଲନୀର ନିତୁ ନାଉରି ବୋଲି ଜଣାପଡିଛି। ଦୀର୍ଘଦିନ ହେବ ଯୁବକ ଜଣକ ଯୁବତୀଙ୍କୁ ପ୍ରେମ କରିଆସୁଥିଲେ ଓ ବାହା ହେବାକୁ ଚାହେଁ କହି ଯୁବତୀଙ୍କ ଘରକୁ ଯିବା ଆଶିବା କରୁଥିଲେ। ପରେ ଯୁବତୀଙ୍କ ପରିବାର ମନା କରିଦେବାରୁ ଗତକାଲି ଯୁବତୀଙ୍କୁ ଫୋନ ମାଧ୍ୟମରେ ଡାକି ଏଭଳି ଘଟଣା ଘଟାଇଥିବା ପରିବାର ଲୋକେ କହିଛନ୍ତି। ଯୁବକ ଜଣକ ଗୁଣୁପୁର ମରାଠିଗୁଡାର ମାନୁଆଲ ସବର ବଲି ଜଣାପଡିଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ପକ୍ରିୟାକୁ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ପହଞ୍ଚିଲା ପରେ ଘୋଟଣା ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି। ସେପଟେ ତଦନ୍ତକରି ଅଭିଯୁକ୍ତଙ୍କୁ କରୋରରୁ କଠୋର ଦଣ୍ଡ ଦେବାପାଇଁ ପରିବାର ତରଫରୁ ଦାବି ହୋଇଛି। ଗ୍ରାମବାସୀମାନେ ନ୍ୟାୟ ପାଇଁ ରାୟଗଡ଼ା ଭବାନୀପାଟଣା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।
The post ବିବାହ କରିବାକୁ ମନା କରିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ appeared first on Dharitri Odia News.