ଡିପ୍ଥେରିଆ ନେଲା ଜୀବନ, ୧୦ ବର୍ଷ ଶିଶୁର ମୃତ୍ୟୁ
ଭୁବନେଶ୍ୱର, ୨୦।୬: ଡିପ୍ଥେରିଆ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଦେଇଛି। ସଂକ୍ରମଣ ପଛର କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ। ଏହାରି ଭିତରେ ବ୍ରହ୍ମପୁର MKCGରେ ଜଣେ ଡିପ୍ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ। ମୃତକ ଜଣକ ହେଲେ ୧୦ ବର୍ଷର ବାଳକ। ସେ କୋରାପୁଟ ବନ୍ଧୁଗାଁର ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଏବେ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି। ସେ କହିଛନ୍ତି, ନୂଆ […] The post ଡିପ୍ଥେରିଆ ନେଲା ଜୀବନ, ୧୦ ବର୍ଷ ଶିଶୁର ମୃତ୍ୟୁ appeared first on Dharitri Odia News.
ଭୁବନେଶ୍ୱର, ୨୦।୬: ଡିପ୍ଥେରିଆ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଦେଇଛି। ସଂକ୍ରମଣ ପଛର କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ। ଏହାରି ଭିତରେ ବ୍ରହ୍ମପୁର MKCGରେ ଜଣେ ଡିପ୍ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ। ମୃତକ ଜଣକ ହେଲେ ୧୦ ବର୍ଷର ବାଳକ। ସେ କୋରାପୁଟ ବନ୍ଧୁଗାଁର ହୋଇଥିବା ସୂଚନା ମିଳିଛି।
ରାଜ୍ୟରେ ଏବେ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି। ସେ କହିଛନ୍ତି, ନୂଆ କେସ୍ ଆସିନି। ସେହି ୨୧ଜଣ ଏବେ ଯାଏ ସଂକ୍ରମିତ ହୋଇଛନ୍ତି। ରାୟଗଡ଼ା ହସ୍ପିଟାଲରେ କେହି ରୋଗୀ ନାହାନ୍ତି। ସମସ୍ତେ ଡିସ୍ଚାର୍ଜ ହେଲେଣି। ଭବାନୀପାଟଣାରେ ଯେଉଁ ୫ରୋଗୀ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୪ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।
The post ଡିପ୍ଥେରିଆ ନେଲା ଜୀବନ, ୧୦ ବର୍ଷ ଶିଶୁର ମୃତ୍ୟୁ appeared first on Dharitri Odia News.