ବୁଡ଼ ପକାଇ ବୁଡ଼ିଗଲେ ୪୬

ପାଟନା, ୨୭।୯: ବିହାରରେ ଜୀବୀତ୍‌ପୁତ୍ରିକା ଉତ୍ସବବେଳେ ବୁଧବାର ଅଘଟଣ ଘଟିଯାଇଛି। ରାଜ୍ୟର ୧୫ ଜିଲାର ବିଭିନ୍ନ ନଦୀ ଏବଂ ପୋଖରୀରେ ପବିତ୍ର ବୁଡ଼ ପକାଉଥିବା ସମୟରେ ବୁଡ଼ିଯାଇ ୩୭ ଶିଶୁଙ୍କ ସମେତ ସମୁଦାୟ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୩ ଜଣ ଶ୍ରଦ୍ଧାଳୁ ନିଖୋଜ ରହିଥିବା ନେଇ ଗୁରୁବାର ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୀବୀତ୍‌ପୁତ୍ରିକା ଉତ୍ସବର ପ୍ରଥା ଅନୁଯାୟୀ, ବୁଧବାର ଶ୍ରଦ୍ଧାଳୁମାନେ ନିକଟସ୍ଥ ନଦୀ ଏବଂ ପୋଖରୀରେ ପବିତ୍ର […] The post ବୁଡ଼ ପକାଇ ବୁଡ଼ିଗଲେ ୪୬ appeared first on Dharitri Odia News.

ବୁଡ଼ ପକାଇ ବୁଡ଼ିଗଲେ ୪୬

ପାଟନା, ୨୭।୯: ବିହାରରେ ଜୀବୀତ୍‌ପୁତ୍ରିକା ଉତ୍ସବବେଳେ ବୁଧବାର ଅଘଟଣ ଘଟିଯାଇଛି। ରାଜ୍ୟର ୧୫ ଜିଲାର ବିଭିନ୍ନ ନଦୀ ଏବଂ ପୋଖରୀରେ ପବିତ୍ର ବୁଡ଼ ପକାଉଥିବା ସମୟରେ ବୁଡ଼ିଯାଇ ୩୭ ଶିଶୁଙ୍କ ସମେତ ସମୁଦାୟ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୩ ଜଣ ଶ୍ରଦ୍ଧାଳୁ ନିଖୋଜ ରହିଥିବା ନେଇ ଗୁରୁବାର ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୀବୀତ୍‌ପୁତ୍ରିକା ଉତ୍ସବର ପ୍ରଥା ଅନୁଯାୟୀ, ବୁଧବାର ଶ୍ରଦ୍ଧାଳୁମାନେ ନିକଟସ୍ଥ ନଦୀ ଏବଂ ପୋଖରୀରେ ପବିତ୍ର ବୁଡ଼ ପକାଇଥିଲେ। ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବାନେଇ
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୋକ ପ୍ରକଟ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି। ପୂର୍ବ ଏବଂ ପଶ୍ଚିମ ଚମ୍ପାରଣ, ନାଲନ୍ଦା, ଔରଙ୍ଗାବାଦ, କେମୁର, ବକ୍ସାର, ସିଓ୍ବାନ୍‌, ରୋହତାସ୍‌, ସାରନ୍‌, ପାଟନା, ବୈଶାଳୀ, ମୁଜାଫରପୁର, ସମସ୍ତୀପୁର, ଗୋପାଳଗଞ୍ଜ ଏବଂ ଅର୍‌ଓ୍ବଲ ଆଦି ଜିଲାର ବିଭିନ୍ନ ନଦୀ ଏବଂ ପୋଖରୀରେ ବୁଡ଼ ପକାଉଥିବାବେଳେ ଶିଶୁ ଏବଂ ମହିଳାମାନେ ବୁଡ଼ିଯିବାର ମାମଲା ସାମ୍‌ନାକୁ ଆସିଛି। ସୂଚନାଯୋଗ୍ୟ, ଜୀବୀତ୍‌ପୁତ୍ରିକା ହେଉଛି ବିହାରର ଅନ୍ୟତମ ବଡ଼ ପର୍ବ। ମହିଳାମାନେ ପିଲାଙ୍କ ସୁଖ ସମୃଦ୍ଧି ପାଇଁ ବ୍ରତ ରଖିଥାନ୍ତି।

The post ବୁଡ଼ ପକାଇ ବୁଡ଼ିଗଲେ ୪୬ appeared first on Dharitri Odia News.