ବିବାହ କଲେ ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’, ସାଧାରଣ ପରିବାରରୁ ଆସିଥିବା ଯୁବତୀଙ୍କୁ ଦେଇ ବସିଲେ ମନ
ବ୍ରୁନେଇ,୧୨।୧: ଏସିଆର ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’ ବା ସବୁଠାରୁ ଯୋଗ୍ୟ କୁଆଁରା ଜଣେ ସାଧାରଣ ମହିଳା ପାଖରେ ହୃଦୟ ହାରିଛନ୍ତି। ଏହି ଏଲିଜିବୁଲ ବ୍ୟାଚଲର ଆଉ ବ୍ୟାଚଲର ହୋଇ ରହି ନାହାନ୍ତି ସେ ଏବେ ବିବାହ କରି ମ୍ୟାରିଡ ଲିଷ୍ଟରେ ଏଣ୍ଟ୍ରି କରିଛନ୍ତି। କ’ଣ ଆପଣ ଆମ ଦେଶର ବଲିଉଡ ସୁପରଷ୍ଟାର ସଲମାନ ଖାନ୍ଙ୍କ ବିଷୟରେ ଭାବି ଦେଇଛନ୍ତି କି? ସେ ନୁହେଁ। ତାଙ୍କ ପରେ ଆଉ ଜଣେ ଅଛନ୍ତି ଯିଏ କି, ଏସିଆର ମୋଷ୍ଟ ଏଲିଜିବୁଲ […] The post ବିବାହ କଲେ ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’, ସାଧାରଣ ପରିବାରରୁ ଆସିଥିବା ଯୁବତୀଙ୍କୁ ଦେଇ ବସିଲେ ମନ appeared first on Dharitri Odia News.
ବ୍ରୁନେଇ,୧୨।୧: ଏସିଆର ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’ ବା ସବୁଠାରୁ ଯୋଗ୍ୟ କୁଆଁରା ଜଣେ ସାଧାରଣ ମହିଳା ପାଖରେ ହୃଦୟ ହାରିଛନ୍ତି। ଏହି ଏଲିଜିବୁଲ ବ୍ୟାଚଲର ଆଉ ବ୍ୟାଚଲର ହୋଇ ରହି ନାହାନ୍ତି ସେ ଏବେ ବିବାହ କରି ମ୍ୟାରିଡ ଲିଷ୍ଟରେ ଏଣ୍ଟ୍ରି କରିଛନ୍ତି। କ’ଣ ଆପଣ ଆମ ଦେଶର ବଲିଉଡ ସୁପରଷ୍ଟାର ସଲମାନ ଖାନ୍ଙ୍କ ବିଷୟରେ ଭାବି ଦେଇଛନ୍ତି କି? ସେ ନୁହେଁ। ତାଙ୍କ ପରେ ଆଉ ଜଣେ ଅଛନ୍ତି ଯିଏ କି, ଏସିଆର ମୋଷ୍ଟ ଏଲିଜିବୁଲ ବ୍ୟାଚଲର। ଆମେ କହୁଛୁ, ବୋରନେଓ ଦ୍ୱୀପର ଏକ ଛୋଟ ଦେଶ ବ୍ରୁନେଇର ରାଜକୁମାର ଅବଦୁଲ ମ୍ୟାଟେନଙ୍କ ବିଷୟରେ।
ବ୍ରୁନେଇର ରାଜଧାନୀ ବନ୍ଦର ସେରି ବେଗାଓ୍ବାନର ଏକ ମସଜିଦରେ ମ୍ୟାଟେନ ତାଙ୍କ ଫିଅନ୍ସେଙ୍କୁ ବିବାହ କରିଛନ୍ତି। ରାଜକୁମାରଙ୍କ ବିବାହ ପରେ ଗୁରୁବାର ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ଯେଉଁଥିରେ ସେ ୨୯ବର୍ଷିୟା ଅନିଶା ରୋଶନା ଇସା କାଲେବିକଙ୍କୁ ରୀତିନୀତିରେ ବିବାହ କରିଛନ୍ତି। ଏହି ଭବ୍ୟ ରାଜକୀୟ ବିବାହ ସମାରୋହ ଜାନୁଆରୀ ୧୬ରେ ଶେଷ ହେବ।
୩୨ବର୍ଷିୟ ରାଜକୁମାର ଅବଦୁଲ ନିଜର ବିଭିନ୍ନ ପ୍ରକାର ସଉକକୁ ନେଇ ଲୋକପ୍ରିୟ ଅଟନ୍ତି। ପୋଲୋ ଖେଳରେ ନିଜର ବିଭିନ୍ନ କୌଶଳ ଦେଖେଇବା ସହ ଏକ ପ୍ରଶିକ୍ଷକ ହେଲିକପ୍ଟର ପାଇଲଟ ମଧ୍ୟ ଅଟନ୍ତି। ସୋସିଆଲ ମିଡିଆରେ ତାଙ୍କର ଖୁବ୍ ଫ୍ୟାନ ଫଲୋଉଇଙ୍ଗ ଅଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨୫ଲକ୍ଷ ଫଲୋଅର୍ସ ଥିବାବେଳେ ତାଙ୍କର ଗୋଟିଏ ପୋଷ୍ଟରେ ଯୁବତୀମାନେ ବିଭିନ୍ନ ପ୍ରକାର କମେଣ୍ଟସ ଦେଇଥାନ୍ତି।
ମ୍ୟାଟିନଙ୍କ ସ୍ତ୍ରୀ ଇସା, ସୁଲତାନଙ୍କ ବିଶେଷ ପରାମର୍ଶଦାତା ତଥା ରୋୟାଲ ବ୍ରୁନେଇ ଏଆରଲାଇନ୍ସ ଅଧ୍ୟକ୍ଷଙ୍କର ନାତୁଣୀ ଅଟନ୍ତି। ଇସା କଥିତ ରୂପେ ସିଲ୍କ କଲୋକ୍ଟିଭ ନାମକ ଏକ ଫ୍ୟାଶନ ବ୍ରାଣ୍ଡ ଚଳାଉଛନ୍ତି।
The post ବିବାହ କଲେ ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’, ସାଧାରଣ ପରିବାରରୁ ଆସିଥିବା ଯୁବତୀଙ୍କୁ ଦେଇ ବସିଲେ ମନ appeared first on Dharitri Odia News.