ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କଲେ ଫଟୋଗ୍ରାଫର

ରାୟଗଡ଼ା,୧୦ା୭(ଆଶିଷ ରଞ୍ଜନ ପଣ୍ଡା): ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱରର ଡୁମଡୁମା ଅଞ୍ଚଳର ଦେବେନ୍ଦ୍ର ଦାସ(୨୩)। ଘଟଣାରୁ ପ୍ରକାଶ ଯେ, ଦେବେନ୍ଦ୍ର ବୁଧବାର ଭୋର୍‌ରୁ ହୀରାଖଣ୍ଡ ଟ୍ରେନ୍‌ରେ ରାୟଗଡ଼ାରେ ପହଞ୍ଚିଥିଲେ। ରାୟଗଡ଼ା ସହର ଗଜପତି ଛକ ହୋଟେଲ ସନ୍‌ରାଇଜ୍‌ରେ ରୁମ୍‌ ନମ୍ବର ୩୦୫ରେ ଅନ୍ୟ ଜଣଙ୍କ ସହିତ ରହିଥିଲେ। ଦେବେନ୍ଦ୍ର ପେସାରେ ଜଣେ ଫଟୋଗ୍ରାଫର ଏବଂ ରାୟଗଡ଼ାରେ ଏକ ବିବାହ କାର୍ଯ୍ୟରେ ଫଟୋଗ୍ରାଫର ଭାବେ କାମ […] The post ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କଲେ ଫଟୋଗ୍ରାଫର appeared first on Dharitri Odia News.

ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କଲେ ଫଟୋଗ୍ରାଫର

ରାୟଗଡ଼ା,୧୦ା୭(ଆଶିଷ ରଞ୍ଜନ ପଣ୍ଡା): ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱରର ଡୁମଡୁମା ଅଞ୍ଚଳର ଦେବେନ୍ଦ୍ର ଦାସ(୨୩)।
ଘଟଣାରୁ ପ୍ରକାଶ ଯେ, ଦେବେନ୍ଦ୍ର ବୁଧବାର ଭୋର୍‌ରୁ ହୀରାଖଣ୍ଡ ଟ୍ରେନ୍‌ରେ ରାୟଗଡ଼ାରେ ପହଞ୍ଚିଥିଲେ। ରାୟଗଡ଼ା ସହର ଗଜପତି ଛକ ହୋଟେଲ ସନ୍‌ରାଇଜ୍‌ରେ ରୁମ୍‌ ନମ୍ବର ୩୦୫ରେ ଅନ୍ୟ ଜଣଙ୍କ ସହିତ ରହିଥିଲେ। ଦେବେନ୍ଦ୍ର ପେସାରେ ଜଣେ ଫଟୋଗ୍ରାଫର ଏବଂ ରାୟଗଡ଼ାରେ ଏକ ବିବାହ କାର୍ଯ୍ୟରେ ଫଟୋଗ୍ରାଫର ଭାବେ କାମ ପାଇଁ ଆସିଥିଲେ। ତେବେ ସନ୍ଧ୍ୟାରେ ସେ ରହୁଥିବା ରୁମ୍‌ର ବାଥ୍‌ରୁମ୍‌ରେ ଲାଗିଥିବା ସାଓ୍ବାରରେ ଏକ ଟାଓ୍ବଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ସହ ରହୁଥିବା ଯୁବକ ଜଣକ ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ସେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏନେଇ ହୋଟେଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେବା ପରେ ପୋଲିସ ଦେବେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଘଟଣାର ତଦନ୍ତ କରୁଥିବା ଆଇଆଇସି କେକେବିକେ କହଁର କହିଛନ୍ତି।

The post ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କଲେ ଫଟୋଗ୍ରାଫର appeared first on Dharitri Odia News.