ବିବାହ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଇଭିଏମ୍କୁ ବିରୋଧ
ଲାତୁରା,୨୬।୫: ୨୦୨୪ରେ ଲୋକ ସଭା ନିର୍ବାଚନ ଚାଲିଛି ଏବଂ ଏହାର ୬ଟି ପର୍ଯ୍ୟାୟ ଶେଷ ହୋଇଛି। ଏହି ସମୟରେ, ଇଭିଏମ ବ୍ୟବହାର ଏବଂ ଏହାର ସୁରକ୍ଷାକୁ ନେଇ ବିତର୍କ ଜାରି ରହିଛି। ବିରୋଧୀ ଦଳ ସମେତ ଅନ୍ୟ ଅନେକ ଲୋକ ମଧ୍ୟ ଇଭିଏମ ମେଶିନ ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ତେବେ ମେଶିନରେ ଟାମ୍ପରିଂ ହେବାର ସମ୍ଭାବନାକୁ ନିର୍ବାଚନ ଆୟୋଗ ଅସ୍ବୀକାର କରିଛନ୍ତି। ଇଭିଏମ ନିଷେଧ ସହ ଜଡିତ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି, କିନ୍ତୁ […] The post ବିବାହ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଇଭିଏମ୍କୁ ବିରୋଧ appeared first on Dharitri Odia News.
ଲାତୁରା,୨୬।୫: ୨୦୨୪ରେ ଲୋକ ସଭା ନିର୍ବାଚନ ଚାଲିଛି ଏବଂ ଏହାର ୬ଟି ପର୍ଯ୍ୟାୟ ଶେଷ ହୋଇଛି। ଏହି ସମୟରେ, ଇଭିଏମ ବ୍ୟବହାର ଏବଂ ଏହାର ସୁରକ୍ଷାକୁ ନେଇ ବିତର୍କ ଜାରି ରହିଛି। ବିରୋଧୀ ଦଳ ସମେତ ଅନ୍ୟ ଅନେକ ଲୋକ ମଧ୍ୟ ଇଭିଏମ ମେଶିନ ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି।
ତେବେ ମେଶିନରେ ଟାମ୍ପରିଂ ହେବାର ସମ୍ଭାବନାକୁ ନିର୍ବାଚନ ଆୟୋଗ ଅସ୍ବୀକାର କରିଛନ୍ତି। ଇଭିଏମ ନିଷେଧ ସହ ଜଡିତ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି, କିନ୍ତୁ ମେଶିନ ବିରୋଧରେ ବିଭିନ୍ନ ସ୍ବର କ୍ରମାଗତ ଭାବରେ ବାହାରୁଛି। ବର୍ତ୍ତମାନ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଇଭିଏମ ବିରୋଧରେ ବିରୋଧ କରିବାର ଏକ ନିଆରା ଉପାୟ ଆପଣେଇଛନ୍ତି।
ବ୍ୟକ୍ତି ଜଣକ ତାଙ୍କ ବିବାହ କାର୍ଡ ବ୍ୟବହାର କରି ଇଭିଏମ ବିରୋଧରେ ବିରୋଧ କରିଥିଲେ। ବିବାହ ନିମନ୍ତ୍ରଣ କାର୍ଡ ଉପରେ ଇଭିଏମ ନିଷେଧ ପାଇଁ ସେ ଆବେଦନ କରିଥିଲେ।
ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ, ଲାଟୁରର ଚକୁର ତହସିଲର ଅଜାନସୋଣ୍ଡା (ଖର୍ଦ) ନିବାସୀ ଦୀପକ କାମ୍ବଲେ ବିବାହ ନିମନ୍ତ୍ରଣ କାର୍ଡରେ ବାର୍ତ୍ତା ଲେଖିଛନ୍ତି, ଇଭିଏମ ଉପରେ ପ୍ରତିବନ୍ଧ ଲଗାନ୍ତୁ; ଗଣତନ୍ତ୍ରକୁ ବଞ୍ଚାନ୍ତୁ।
ଦୀପକଙ୍କ ବିବାହ ଜୁନ ୮ରେ ଲାଟୁର ସହରରେ ହେବାକୁ ଯାଉଛି। ପିଟିଆଇ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଇଭିଏମ ସମ୍ବନ୍ଧରେ ଅନେକ ସହରରେ ବିରୋଧ ଓ ସମାବେଶ ଆୟୋଜନ କରାଯାଉଛି। ବିକ୍ଷୋଭକାରୀମାନେ ନିର୍ବାଚନ ଆୟୋଗକୁ ବାଲାଟ ପେପରକୁ ଫେରିବାକୁ ଅନୁରୋଧ କରିଛନ୍ତି।
The post ବିବାହ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଇଭିଏମ୍କୁ ବିରୋଧ appeared first on Dharitri Odia News.