ଭୁବନେଶ୍ୱରରେ ଭଡ଼ାରେ ଲାଗିଛି ଆବାସ ଯୋଜନା ଘର: ଛଡାଇ ନେବ ବିଏମସି
ଭୁବନେଶ୍ୱର,୧୦।୧୦: ରାଜଧାନୀରେ ରାଜିବ ଆବାସ ଯୋଜନରେ ସରକାରଙ୍କ ଠାରୁ ମାଗଣାରେ ଘର ପାଇ ତାକୁ ଭଡାରେ ଦେଇ ମୋଟା ଅଙ୍କର ଟଙ୍କା କାମଉଛନ୍ତି। ନିଜକୁ ଭୂମିହୀନ, ଗୃହହୀନ, ଗରିବ ବୋଲି ଦର୍ଶାଇ ହିତାଧିକାରୀ ପାଲଟିଥିବା କିଛି ଘରମାଲିକଙ୍କ ଏଭଳି କେଳେଙ୍କାରୀ ଏବେ ସାମ୍ନାକୁ ଆସିଛି। ଏହି ଯୋଜନାକୁ ଭେଳିକି ବନାଇଥିବା ଘରମାଲିକଙ୍କ ବିରୋଧରେ ତନାଘନା ଆରମ୍ଭ କରିଛି ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ(ବିଏମସି)। ବୁଧବାର ବିଏମସିର ଏକାଧିକ ଟିମ ୮ଟି ସ୍ଥାନରେ ରେଡ କରି 250 ବେଆଇନ ହିତାଧିକାରୀଙ୍କୁ […] The post ଭୁବନେଶ୍ୱରରେ ଭଡ଼ାରେ ଲାଗିଛି ଆବାସ ଯୋଜନା ଘର: ଛଡାଇ ନେବ ବିଏମସି appeared first on Dharitri Odia News.
ଭୁବନେଶ୍ୱର,୧୦।୧୦: ରାଜଧାନୀରେ ରାଜିବ ଆବାସ ଯୋଜନରେ ସରକାରଙ୍କ ଠାରୁ ମାଗଣାରେ ଘର ପାଇ ତାକୁ ଭଡାରେ ଦେଇ ମୋଟା ଅଙ୍କର ଟଙ୍କା କାମଉଛନ୍ତି। ନିଜକୁ ଭୂମିହୀନ, ଗୃହହୀନ, ଗରିବ ବୋଲି ଦର୍ଶାଇ ହିତାଧିକାରୀ ପାଲଟିଥିବା କିଛି ଘରମାଲିକଙ୍କ ଏଭଳି କେଳେଙ୍କାରୀ ଏବେ ସାମ୍ନାକୁ ଆସିଛି। ଏହି ଯୋଜନାକୁ ଭେଳିକି ବନାଇଥିବା ଘରମାଲିକଙ୍କ ବିରୋଧରେ ତନାଘନା ଆରମ୍ଭ କରିଛି ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ(ବିଏମସି)।
ବୁଧବାର ବିଏମସିର ଏକାଧିକ ଟିମ ୮ଟି ସ୍ଥାନରେ ରେଡ କରି 250 ବେଆଇନ ହିତାଧିକାରୀଙ୍କୁ ଠାବ କରିଛି । ଏହା ମଧ୍ୟ ସାମ୍ନାକୁ ଆସିଛି ଯେ କିଛି ବଣ୍ଟନକାରୀଙ୍କ ନିଜସ୍ୱ ଜମି ଏବଂ ଅନ୍ୟତ୍ର ଘର ଅଛି। ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ପ ସେମାନଙ୍କ ଠାରୁ ଘର ଛଡାଇ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।
ଘଟଣା ବିଷୟରେ ସୂଚନା ଦେଇ ବିଏମସି ମେୟର ସୁଲୋଚାନା ଦାସ କହିଛନ୍ତି, “ସୁଲଭ ଘରଗୁଡିକର ଆବଣ୍ଟନକାରୀଙ୍କ ଘର ଭଡା ନେଇ ଆମେ ଅଭିଯୋଗ ପାଇଥିଲୁ। ଏହା ମଧ୍ୟ ଅଭିଯୋଗ ଥିଲା ଯେ ଯେଉଁମାନଙ୍କର ନିଜର ଜମି କିମ୍ବା ଅନ୍ୟତ୍ର ଘର ଅଛି ସେମାନେ ନକଲି କାଗଜପତ୍ର ଦେଖାଇ ଏଭଳି ଘର ପାଇବାରେ ସଫଳ ହୋଇଛନ୍ତି। ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଦେଇଥିବା ତାଲିକା ଅନୁଯାୟୀ ଆମେ ବଣ୍ଟନ କରିଛୁ। ରାଜୀବ ଆୱାସ ଯୋଜନା ହିତାଧିକାରୀଙ୍କୁ କିଛି ଘର ବଣ୍ଟନ କରାଯାଇଥିଲା। ”
“ଗତକାଲି ବିଏମସି ଅଧିକାରୀମାନେ ପୋଲିସ ଉପସ୍ଥିତିରେ କିଛି ଘର ଉପରେ ଚଢ଼ାଉ କରି ପ୍ରାୟ 250 ଘର ଭଡା ଦେଇଥିବାର ଜାଣିବାକୁ ପାଇଥିଲେ। ବର୍ତ୍ତମାନ, ଆମେ ସେମାନଙ୍କୁ ନୋଟିସ୍ ପ୍ରଦାନ କରୁଛୁ। ଯଦି ସେମାନଙ୍କର ଜବାବ ସନ୍ତୋଷଜନକ ନ ହୁଏ, ତେବେ ସେମାନଙ୍କ ଘର ଲାଇସେନ୍ସ ବାତିଲ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ବୁଧବାର ସକାଳୁ ସକାଳୁ ବେଆଇନ ହିତାଧିକାରୀଙ୍କୁ ଧରିବା ପାଇଁ ବିଏମସି ଟିମ ରାଜଧାନୀର ୮ଟି ଆବାସ କମ୍ପ୍ଲେକ୍ସ ଉପରେ ଚଢାଉ ଆରମ୍ଭ କରିଥିଲେ। ସେଗୁଡିକ ହେଲା ରଙ୍ଗମାଟିଆ, ମଣ୍ଡପ ବସ୍ତି, ନିଳମାଧବ ବସ୍ତି, ବୁଦ୍ଧବିହାର, ପଥରବନ୍ଧ, ମହିଁଷିଆଖାଲ, ଶାନ୍ତିନଗର ଏବଂ ସୁବୁଧିପୁର ଅଞ୍ଚଳରେ ଥିବା ଆବାସ କମ୍ପ୍ଲେକ୍ସ । ବିଏମ୍ସି ଟିମ ପ୍ରତ୍ୟେକ ଲୋକଙ୍କ ଘରକୁ ଯାଇ ସେମାନଙ୍କ ପରିଚୟପତ୍ର ମାଗିଥିଲେ। ସେହି ଅନୁଯାୟୀ ହିତାଧିକାରୀଙ୍କ ନାମ ସହ ବିଏମସି ତାଲିକାକୁ ମିଳାଇଥିଲେ। କିଛି ହିତାଧିକାରୀ ଏଠାରେ ଘର ପାଇ ରହୁଥିଲା ବେଳେ ଆଉ କିଛି ଘରକୁ ଭଡା ଲଗାଇ ବାହାରେ ପୁଣି ସରକାରୀ ଜାଗା ମାଡିବସି ରହୁଥିବା ନଜରକୁ ଆସିଥିଲା। ଆଉ କିଛି ହିତାଧିକାରୀ ଏଠାରେ ପାଇଥିବା ଘରକୁ ବିକ୍ରିକରି କରି ଗାଁକୁ ଚାଲିଯାଇଥିବା ଜଣା ପଡିଛି। ଭଡା ଲଗାଉଥିବା ମାଲିକମାନେ ମାସ ଯାକ ଏଠାରେ ଦେଖା ଦେଉ ନଥିବା ବେଳେ କେବଳ ମାସିକିଆ ଟଙ୍କା ଆଦାୟ କରିବାକୁ ଏଠାକୁ ଆସୁଛନ୍ତି।
The post ଭୁବନେଶ୍ୱରରେ ଭଡ଼ାରେ ଲାଗିଛି ଆବାସ ଯୋଜନା ଘର: ଛଡାଇ ନେବ ବିଏମସି appeared first on Dharitri Odia News.