ବିବାହ ପରେ କାମକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି ରକୁଲ, 'ଦେ ଦେ ପ୍ୟାର୍‌ ଦେ-୨’ରେ ଆସିବେ ନଜର

ମୁମ୍ଵାଇ ୦୭।୦୩: ବିବାହ ପରେ କାମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ରକୁଲ ପ୍ରୀତ ସିଂହ । ୨୦୧୯ ମସିହାରେ ମୁକ୍ତିପ୍ରାପ୍ତ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ର ସିକ୍ୱେଲର ସୁଟିଂ ସେ ଖୁବ୍‌ଶୀଘ୍ର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି । ଗତ ଫେବ୍ରୁଆରୀ ୨୧ ତାରିଖରେ ବିବାହ କରିଥିବା ରକୁଲ-ଜ୍ୟାକି କାମ ଲାଗି ହନିମୁନ୍‌ ଯୋଜନାକୁ ବାତିଲ କରିଛନ୍ତି । ରକୁଲ ଆସନ୍ତା ମେ ମାସରୁ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ-୨’ର ସୁଟିଂ ଆରମ୍ଭ କରିବେ । ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ଅଜୟ ଦେବଗନ ଓ ତବୁ ମୁଖ୍ୟ ଭୂମିକାରେ ନଜର ଆସିବେ ।ଅକିଭ ଅଲିଙ୍କ ନିର୍ଦ୍ଦେଶିତ ଏବଂ ଲଭ ରଞ୍ଜନ ଓ ତରୁନ ଜୈନଙ୍କ ଲିଖିତ ‘ଦେ ଦେ ପ୍ୟାର୍‌ ଦେ’ ଏକ ବ୍ୟବସାୟିକ ସଫଳ ଫିଲ୍ମ ଥିଲା । ଏହାର ସିକ୍ୱେଲ ବିଷୟରେ ଶୁଣିବା ପରଠୁ ସିନେପ୍ରେମୀଙ୍କ ଉତ୍ସାହ ବଢ଼ିଯାଇଛି । ୨ୟ ଭାଗର ନିର୍ଦ୍ଦେଶନା ଦେବେ ଅଂଶୁଲ ଶର୍ମା । ମୂଳ ଫିଲ୍ମର କାହାଣୀକାର ଏହାର କାହାଣୀ ଲେଖିଛନ୍ତି । ଏଇଟି ମଧ୍ୟ ରୋମାଣ୍ଟିକ୍‌ କମେଡି ଧର୍ମୀ ହେବ । ଫିଲ୍ମର ପ୍ରଥମ ଭାଗ ଅଜୟ ଦେବଗନଙ୍କ ପରିବାର ୨୬ ବର୍ଷୀୟା ଜଣେ ଝିଅ (ରକୁଲ) ସହ ତାଙ୍କ ସମ୍ପର୍କକୁ କିଭଳି ଗ୍ରହଣ କରିଛି, ତା’ରି ଉପରେ ପର୍ଯ୍ୟବସିତ ଥିଲା ।୨ୟ ଭାଗରେ ରକୁଲଙ୍କ ପରିବାର ଜଣେ ୫୦ ବର୍ଷୀୟ ବ୍ୟକ୍ତି (ଅଜୟ) ସହ ତାଙ୍କ ସମ୍ପର୍କକୁ କିଭଳି ଗ୍ରହଣ କରିଛି, ତାହା ପ୍ରଦର୍ଶିତ ହେବ । ରକୁଲଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍

ବିବାହ ପରେ କାମକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି ରକୁଲ, 'ଦେ ଦେ ପ୍ୟାର୍‌ ଦେ-୨’ରେ ଆସିବେ ନଜର

ମୁମ୍ଵାଇ ୦୭।୦୩: ବିବାହ ପରେ କାମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ରକୁଲ ପ୍ରୀତ ସିଂହ । ୨୦୧୯ ମସିହାରେ ମୁକ୍ତିପ୍ରାପ୍ତ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ର ସିକ୍ୱେଲର ସୁଟିଂ ସେ ଖୁବ୍‌ଶୀଘ୍ର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି । ଗତ ଫେବ୍ରୁଆରୀ ୨୧ ତାରିଖରେ ବିବାହ କରିଥିବା ରକୁଲ-ଜ୍ୟାକି କାମ ଲାଗି ହନିମୁନ୍‌ ଯୋଜନାକୁ ବାତିଲ କରିଛନ୍ତି । ରକୁଲ ଆସନ୍ତା ମେ ମାସରୁ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ-୨’ର ସୁଟିଂ ଆରମ୍ଭ କରିବେ । ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ଅଜୟ ଦେବଗନ ଓ ତବୁ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଅକିଭ ଅଲିଙ୍କ ନିର୍ଦ୍ଦେଶିତ ଏବଂ ଲଭ ରଞ୍ଜନ ଓ ତରୁନ ଜୈନଙ୍କ ଲିଖିତ ‘ଦେ ଦେ ପ୍ୟାର୍‌ ଦେ’ ଏକ ବ୍ୟବସାୟିକ ସଫଳ ଫିଲ୍ମ ଥିଲା । ଏହାର ସିକ୍ୱେଲ ବିଷୟରେ ଶୁଣିବା ପରଠୁ ସିନେପ୍ରେମୀଙ୍କ ଉତ୍ସାହ ବଢ଼ିଯାଇଛି । ୨ୟ ଭାଗର ନିର୍ଦ୍ଦେଶନା ଦେବେ ଅଂଶୁଲ ଶର୍ମା । ମୂଳ ଫିଲ୍ମର କାହାଣୀକାର ଏହାର କାହାଣୀ ଲେଖିଛନ୍ତି । ଏଇଟି ମଧ୍ୟ ରୋମାଣ୍ଟିକ୍‌ କମେଡି ଧର୍ମୀ ହେବ । ଫିଲ୍ମର ପ୍ରଥମ ଭାଗ ଅଜୟ ଦେବଗନଙ୍କ ପରିବାର ୨୬ ବର୍ଷୀୟା ଜଣେ ଝିଅ (ରକୁଲ) ସହ ତାଙ୍କ ସମ୍ପର୍କକୁ କିଭଳି ଗ୍ରହଣ କରିଛି, ତା’ରି ଉପରେ ପର୍ଯ୍ୟବସିତ ଥିଲା ।

୨ୟ ଭାଗରେ ରକୁଲଙ୍କ ପରିବାର ଜଣେ ୫୦ ବର୍ଷୀୟ ବ୍ୟକ୍ତି (ଅଜୟ) ସହ ତାଙ୍କ ସମ୍ପର୍କକୁ କିଭଳି ଗ୍ରହଣ କରିଛି, ତାହା ପ୍ରଦର୍ଶିତ ହେବ । ରକୁଲଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ’ । ଏଥିରେ ସେ ସୁର୍ପଣଖା ଭୂମିକା ନିର୍ବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଏଥିରେ ରାମ-ସୀତା ଭୂମିକାରେ ନଜର ଆସିବେ ରଣବୀର କପୁର ଓ ସାଇ ପଲ୍ଲବୀ ।