ବିବାହ ପରେ ବଦଳିଗଲା ସୋନାକ୍ଷୀଙ୍କ ମୁଡ୍‌, ଏବେ ଏହି ସିନ୍‌ରେ କରିବେନି ଅଭିନୟ

ମୁମ୍ବାଇ,୧୩।୭: ସୋନାକ୍ଷୀ ସିହ୍ନା ତାଙ୍କ ବିବାହକୁ ନେଇ କିଛିଦିନ ଧରି ଲାମ ଲାଇଟରେ ଥିଲେ। ଜହିର ଇକବାଲଙ୍କ ସହ ବିବାହ ପରେ ଅଭିନେତ୍ରୀ ଏବେ ନିଜ କାମକୁ ଫେରିଛନ୍ତି। ଆଜି ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘କାକୁଦା’ ରିଲିଜ ହୋଇଛି। ବିବାହର କିଛି ସମୟ ପରେ ପରଦାକୁ ଫେରିଥିବା ସୋନାକ୍ଷୀ ନିକଟରେ ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ ଏବେ କିଛି ସିନ୍‌ରେ କାମ କରିବେ ନାହିଁ ବୋଲି ଖୋଲାଖୋଲା କହିଥିଲେ। ସାକ୍ଷାତକାରରେ ସୋନାକ୍ଷୀ କହିଛନ୍ତି, […] The post ବିବାହ ପରେ ବଦଳିଗଲା ସୋନାକ୍ଷୀଙ୍କ ମୁଡ୍‌, ଏବେ ଏହି ସିନ୍‌ରେ କରିବେନି ଅଭିନୟ appeared first on Dharitri Odia News.

ବିବାହ ପରେ ବଦଳିଗଲା ସୋନାକ୍ଷୀଙ୍କ ମୁଡ୍‌, ଏବେ ଏହି ସିନ୍‌ରେ କରିବେନି ଅଭିନୟ

ମୁମ୍ବାଇ,୧୩।୭: ସୋନାକ୍ଷୀ ସିହ୍ନା ତାଙ୍କ ବିବାହକୁ ନେଇ କିଛିଦିନ ଧରି ଲାମ ଲାଇଟରେ ଥିଲେ। ଜହିର ଇକବାଲଙ୍କ ସହ ବିବାହ ପରେ ଅଭିନେତ୍ରୀ ଏବେ ନିଜ କାମକୁ ଫେରିଛନ୍ତି। ଆଜି ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘କାକୁଦା’ ରିଲିଜ ହୋଇଛି। ବିବାହର କିଛି ସମୟ ପରେ ପରଦାକୁ ଫେରିଥିବା ସୋନାକ୍ଷୀ ନିକଟରେ ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ ଏବେ କିଛି ସିନ୍‌ରେ କାମ କରିବେ ନାହିଁ ବୋଲି ଖୋଲାଖୋଲା କହିଥିଲେ।

ସାକ୍ଷାତକାରରେ ସୋନାକ୍ଷୀ କହିଛନ୍ତି, ସେ ହରୋର୍‌ ଫିଲ୍ମ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେ ‘କାକୁଦା’ର ସ୍କ୍ରିପ୍ଟ ପଢିଥିଲେ ସେତେବେଳେ ସେ ମନା କରିପାରି ନ ଥିଲେ। ନାହିଁ। ସେ ଏହି ଫିଲ୍ମରେ ହରୋର୍‌ ଠାରୁ କମେଡି ଅଦିକ ଥିବାରୁ ସେ ଏହି ଫଇଲ୍ମରେ ଅଭିନୟ କରିବାକୁ ପସନ୍ଦ କରିଥିଲେ।

ସାକ୍ଷାତକାରରେ, ଯେତେବେଳେ ସୋନାକ୍ଷୀ ସିହ୍ନାଙ୍କୁ ପଚରାଯାଇଥିଲା ଯେ ମେନଷ୍ଟ୍ରିମରେ କାମ କରିବା ଅଭିନେତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ କି? ଏହାର ଉତ୍ତରରେ ସୋନାକ୍ଷୀ ସିହ୍ନା କହିଛନ୍ତି , ମୋତେ ଫିଲ୍ମରେ ସବୁଠାରୁ ଲିଡ୍‌ ରୋଲ ଓ ବଡ଼ ଭୂମିକା ଭଲ ଲାଗେ। ଏବେ ମୁଁ ବିଭିନ୍ନ ବିଟ ଉପରେ କାମ କରିବାକୁ ପସନ୍ଦ କରୁଛି। କିନ୍ତୁ ଯେଉଁଥିରେ କେବଳ ଦୁଇଟି ଗୀତ ଏବଂ ଚାରୋଟି ଦୃଶ୍ୟ ପାଇଁ ଅଭିନୟ କରିବାକୁ ପଡିବ ସେଥିରେ ଅଭିନୟ କରିବି ନାହିଁ ବୋଲି ସେ ରୋକ୍‌ଠୋକ୍‌ କହିଛନ୍ତି।

The post ବିବାହ ପରେ ବଦଳିଗଲା ସୋନାକ୍ଷୀଙ୍କ ମୁଡ୍‌, ଏବେ ଏହି ସିନ୍‌ରେ କରିବେନି ଅଭିନୟ appeared first on Dharitri Odia News.