ବିବାହ ପାଇଁ ଜିଦ୍‌ କରିବାରୁ ମହିଳାଙ୍କ ତଣ୍ଟି ଚିପିଦେଲେ ପ୍ରେମିକ: ବାନ୍ଧିଲା ପୋଲିସ

ଆନନ୍ଦପୁର,୩୦।୧୨(ସୁଶାନ୍ତ କୁମାର ସାହୁ/ ଉମେଶ ଚନ୍ଦ୍ର ପାଢ଼ୀ):କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରେ ଭାସୁଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ପୋଲିସ ଶନିବାର ରାତିରେ ଜବତ କରିଥିଲା। ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଆନନ୍ଦପୁର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ରହସ୍ୟ ଉନ୍ମୋଚନ କରିଛି। ଅଭିଯୁକ୍ତ ଜଣଙ୍କ ଆନନ୍ଦପୁର ଥାନା ମନୋହରପୁରର ବାଲକା ଟୁଡୁ(୨୬)। ସେ ମହିଳାଙ୍କୁ ପ୍ରେମ କରୁଥିଲେ। ମହିଳା ବିବାହ କରିବାକୁ ଜିଦ୍‌ କରିବାକୁ ଅଭିଯୁକ୍ତ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିଲେ। ଏ […] The post ବିବାହ ପାଇଁ ଜିଦ୍‌ କରିବାରୁ ମହିଳାଙ୍କ ତଣ୍ଟି ଚିପିଦେଲେ ପ୍ରେମିକ: ବାନ୍ଧିଲା ପୋଲିସ appeared first on Dharitri Odia News.

ବିବାହ ପାଇଁ ଜିଦ୍‌ କରିବାରୁ ମହିଳାଙ୍କ ତଣ୍ଟି ଚିପିଦେଲେ ପ୍ରେମିକ: ବାନ୍ଧିଲା ପୋଲିସ

ଆନନ୍ଦପୁର,୩୦।୧୨(ସୁଶାନ୍ତ କୁମାର ସାହୁ/ ଉମେଶ ଚନ୍ଦ୍ର ପାଢ଼ୀ):କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରେ ଭାସୁଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ପୋଲିସ ଶନିବାର ରାତିରେ ଜବତ କରିଥିଲା। ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଆନନ୍ଦପୁର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ରହସ୍ୟ ଉନ୍ମୋଚନ କରିଛି। ଅଭିଯୁକ୍ତ ଜଣଙ୍କ ଆନନ୍ଦପୁର ଥାନା ମନୋହରପୁରର ବାଲକା ଟୁଡୁ(୨୬)। ସେ ମହିଳାଙ୍କୁ ପ୍ରେମ କରୁଥିଲେ। ମହିଳା ବିବାହ କରିବାକୁ ଜିଦ୍‌ କରିବାକୁ ଅଭିଯୁକ୍ତ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିଲେ। ଏ ନେଇ ରବିବାର ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ ବେହେରା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା ମନୋହରପୁର ପଞ୍ଚାୟତ ସାନପୁରୁଣାପାଣି ନିକଟ ସୁନାମଇଁଠାରେ ବୈତରଣୀ ନଦୀରେ ଏକ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ରାତି ପ୍ରାୟ ୯ଟା ୩୦ରେ ଆନନ୍ଦପୁର ପୋଲିସ ପହଞ୍ଚତ୍ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ମହିଳାଙ୍କ ଦେହରେ ପଥର ବନ୍ଧା ଯାଇଥିବା ଏବଂ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରି ତଦନ୍ତ ଆରମ୍ଭ କରିଥିଲା। ମହିଳା ଘସିପୁରା ଥାନା ସୁନଁାପୁର ଗ୍ରାମର ମେରୀ ବେଶ୍ରା(୪୬) ବୋଲି ସ୍ଥାନୀୟ ଲୋକଙ୍କ ଦ୍ୱାରା ଚିହ୍ନଟ ପରେ ଘଟଣାର ସତ୍ୟତା ପଦାକୁ ଆସିଥିଲା। ପୋଲିସ ତନାଘନା କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଓ ମହିଳାଙ୍କ ମଧ୍ୟରେ ଅନୈତକ ସମ୍ପର୍କ ରହିଥିଲା। ମହିଳା ଜଣଙ୍କ ବିବାହ କରିବାକୁ ଜିଦ୍‌ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ବାଇକ୍‌ ଯୋଗେ ନଦୀକୂଳକୁ ନେଇଥିଲେ। ସେଠାରେ ପଥର ବାନ୍ଧି ନଦୀରେ ପକାଇଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଘଟଣାରେ ପୋଲିସ ୨ ଗୋଟି ପଥର, ୨ ଶାଢ଼ି, ଗୋଟିଏ ମୋଟରସାଇକେଲ ଜବତ କରିଛି। ଆନନ୍ଦପୁର ଥାନାରେ ଏକ ମାମଲା(ନଂ. ୩୫୮/୨୦୨୪) ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

The post ବିବାହ ପାଇଁ ଜିଦ୍‌ କରିବାରୁ ମହିଳାଙ୍କ ତଣ୍ଟି ଚିପିଦେଲେ ପ୍ରେମିକ: ବାନ୍ଧିଲା ପୋଲିସ appeared first on Dharitri Odia News.