ଜେଲ୍ ଯିବୁ ପଛେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପୂରାଇ ଦେବୁନି, ୪ ଦିନ ହେଲା ଚାଲିଛି ଧାରଣା
କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି (କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଜିଦ୍ ଧରି କହୁଛନ୍ତି ଯେ, ଜେଲ୍ ପଛେ ଯିବୁ ଯୋଗଦାନ କରେଇ ଦେବୁ ନାହିଁ ବୋଲି ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ ଗୁରୁବାର ପ୍ରକାଶ କରି ଗଣଧାରଣା ବସି ରହିଛନ୍ତି। ଉକ୍ତ ବିଦ୍ୟାପୀଠ ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଏହି ବ୍ଲକର କନ୍ତେଶିର ଗ୍ରାମ ସ୍ଥିତି କପିଳେଶ୍ୱର ହାଇସ୍କୁଲରୁ ଜବାହର […] The post ଜେଲ୍ ଯିବୁ ପଛେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପୂରାଇ ଦେବୁନି, ୪ ଦିନ ହେଲା ଚାଲିଛି ଧାରଣା appeared first on Dharitri Odia News.
କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି (କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଜିଦ୍ ଧରି କହୁଛନ୍ତି ଯେ, ଜେଲ୍ ପଛେ ଯିବୁ ଯୋଗଦାନ କରେଇ ଦେବୁ ନାହିଁ ବୋଲି ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ ଗୁରୁବାର ପ୍ରକାଶ କରି ଗଣଧାରଣା ବସି ରହିଛନ୍ତି। ଉକ୍ତ ବିଦ୍ୟାପୀଠ ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଏହି ବ୍ଲକର କନ୍ତେଶିର ଗ୍ରାମ ସ୍ଥିତି କପିଳେଶ୍ୱର ହାଇସ୍କୁଲରୁ ଜବାହର ଉଚ୍ଚ ବିଦ୍ୟାପୀଠକୁ ଫେରାଇ ଆଣିବା ପାଇଁ ଜିଲାପାଳ, କଳାହାଣ୍ଡିଙ୍କ ଚିଠି ସଂଖ୍ୟା ୬୩୮୯/ ୭.୧୦.୨୪ ଆଦେଶ ଦେଇଛନ୍ତି। ଗତ ସୋମବାର ପ୍ରଧାନଶିକ୍ଷକ ଉକ୍ତ ପଦ୍ୟାପୀଠକୁ ଯୋଗଦାନ କରିବାକୁ ଆସିଥିଲେ। ଶିକ୍ଷା କମିଟି ସଭାପତିଙ୍କ ନେତୃତ୍ୱରେ ସ୍କୁଲ ସମ୍ମୁଖରେ ତାଲା ପକାଇ ଗଣଧାରଣା ରେ ଅନିର୍ଦ୍ଦିଷ୍ଟ କାଳ ଯାଏ ବସି ଥିବାରୁ ନିରାଶରେ ଫେରି ଯାଇଛନ୍ତି। ଗତ ୧୦ ତାରିଖରୁ ସ୍କୁଲର ମୁଖ୍ୟ ଗେଟ୍ରେ ତାଲା ପକାଇ ବନ୍ଦ କରାଯାଇଛି ଏବଂ ଗତ ୧୪ ତାରିଖରୁ ଶିକ୍ଷା କମିଟି ଦାରା ଗଣଧାରଣାରେ ବସିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସ୍କୁଲ ଦଶହରା ଛୁଟି ଥିଲା। ଆସନ୍ତାକାଲି ଶୁକ୍ରବାର ସ୍କୁଲ ଖୋଲିବ। କିନ୍ତୁ ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ କହିଛନ୍ତି ଯେ, ଜେଲ୍ ପଛେ ଯିବୁ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ସ୍କୁଲରେ ଯୋଗଦାନ କରେଇ ଦେବୁ ନାହିଁ ବୋଲି ଜିଦ୍ରେ ଅଟଳ ରହି ୪ଦିନ ହେଲା ଗଣଧାରଣାରେ ବସିଛନ୍ତି। କିନ୍ତୁ ତିନି ବର୍ଷ ତଳେ ଜିଲା ଶିକ୍ଷା ଅଧିକାରୀ, କଳାହାଣ୍ଡି କନ୍ତେସିର ହାଇସ୍କୁଲକୁ ଡେପୁଟେସନ୍ରେ ପଠାଇଥିଲେ।
ବର୍ତ୍ତମାନ ଜିଲାପାଳ କଳାହାଣ୍ଡିଙ୍କ ଚିଠି ସଂଖ୍ୟା ୬୩୮୯/ ୦୭-୧୦-୨୦୨୪ ଅନୁଯାଇ ଶ୍ରୀ ରାଉତ ପୁଣିଥରେ ବିଦ୍ୟାଳୟକୁ ଆସିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଆଦେଶକୁ ଉକ୍ତ ସ୍କୁଲ ପରିଚାଳନା କମିଟି ଅଣଦେଖା କରି ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଫେରାଇ ଦେଇଥିଲେ। ସ୍କୁଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଗଣଧାରଣା ଦେଇଛନ୍ତି।
ଏ ସଂକ୍ରାନ୍ତରେ ଶିକ୍ଷା କମିଟି ସଭାପତି ଗୋପାଳ ସାହୁଙ୍କୁ ପଚାରିବାରୁ ଜେଲ୍ ପଛେ ଯିବୁ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ସ୍କୁଲରେ ଯୋଗଦାନ କରେଇ ଦେବୁ ନାହିଁ, ସେ ଯୋଗଦାନ କଲେ ବହୁ ପିଲା ଟିସି ନେଇ ପଳେଇବେ ବୋଲି ପ୍ରକାଶ କରିଥିଲେ। ଏ ନେଇ ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ପଚାରିବାରୁ ମୁଁ ଜିଲାପାଳ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ଏକ ଶୋଭାଯାତ୍ରାରେ ବାହାରି ଯୋଗଦାନ କରିବି। ମୁଁ କୌଣସି ଦୁର୍ନୀତି କରି ନାହିଁ ବୋଲି ପ୍ରକାଶ କରିଥିଲେ। ମୋତେ କନ୍ତେଶିର ହାଇସ୍କୁଲକୁ ଡେପୁଟେଶନରେ ପଠାଇଥିଲେ। ଜିଲାପାଳ ତାକୁ ବାତିଲ କରି ପୁଣି ମୋତେ ଉକ୍ତ ସ୍କୁଲରେ ଯୋଗଦାନ କରିବା ପାଇଁ ଆଦେଶ ଦେଇଛନ୍ତି। ଶିକ୍ଷା କମିଟି ସଭାପତି ଅଣଦେଖା କରି ତାଲା ପକାଇ ସ୍କୁଲକୁ ବନ୍ଧ ରଖିଛନ୍ତି।
ଏ ନେଇ ଇନ୍ଚାର୍ଜ ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଆସନ୍ତା କାଲି ସ୍କୁଲ ଖୋଲିବ, ଶିକ୍ଷା କମିଟି ତାଲା ବନ୍ଦ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ମୋତେ ଶିକ୍ଷା କମିଟି ତାଲା ଖୋଲିବା ପାଇଁ ମନା କରି ଲିଖିତ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।
The post ଜେଲ୍ ଯିବୁ ପଛେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପୂରାଇ ଦେବୁନି, ୪ ଦିନ ହେଲା ଚାଲିଛି ଧାରଣା appeared first on Dharitri Odia News.