ବିବାହ ପାଇଁ ଶତୃଘ୍ନଙ୍କ ଠାରୁ ଅନୁମତି ନେଇ ନାହାନ୍ତି ଝିଅ ସୋନାକ୍ଷୀ, କହିଲେ- ମୁଁ କିଛି ଜାଣି ନାହିଁ...

ମୁମ୍ଵାଇ ୧୧।୦୬: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହେଲେ ଅଭିନେତ୍ରୀ ଗଣମାଧ୍ୟମ ସାମ୍ନାରେ ତାଙ୍କ ବିବାହ ବିଷୟରେ କିଛି ନିଶ୍ଚିତ କରିନାହାଁନ୍ତି। ଏପରିକି ଉଭୟଙ୍କ ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି। କୁହାଯାଉଛି ଯେ ଅଭିନେତ୍ରୀ ଚଳିତ ମାସ ୨୩ ଜୁନ୍ ରେ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ପ୍ରଶଂସକମାନେ ତାଙ୍କ ବିବାହକୁ ନେଇ ବହୁତ ଖୁସି ଅଛନ୍ତି କିନ୍ତୁ ତାଙ୍କ ବାପା ଶତ୍ରୃଘ୍ନ ସିହ୍ନା ଏହି ବିବାହ ଉପରେ କିଛି ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।  ତାହା ଅନୁମାନ କରାଯାଉଛି ଯେ ବୋଧହୁଏ 'ଦବଙ୍ଗ ଗାର୍ଲ' ଜାହିର ଇକବାଲଙ୍କ ସହ ତାଙ୍କ ପିତାଙ୍କୁ ନପଚାରି ବିବାହ ସ୍ଥିର କରିଛନ୍ତି। ସୋନାକ୍ଷୀଙ୍କ ପିତା ତଥା ଭେଟେରାନ୍ ଅଭିନେତା ଶତୃଘ୍ନ ତାଙ୍କ ଝିଅର ବିବାହ ଖବର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାର ସମୟରେ ସେ କହିଥିଲେ ଯେ ଆଜିର ପିଲାମାନେ କଣ କରୁଛନ୍ତି.. କଣ ନାହିଁ । ତାହା ପିତାମାତାଙ୍କ ଜଣାନ୍ତି ନାହିଁ । ସେମାନେ କେବଳ  ସୂଚନା ଦିଅନ୍ତି। ହେଲେ ଅଭିନେତା ସ୍ପଷ୍ଟ ଭାବରେ କଥା କହିଥିଲେ 'ବର୍ତ୍ତମାନ ମୁଁ ଦିଲ୍ଲୀରେ ଅଛି। ଯେହେତୁ ଲୋକସଭା ନିର୍ବାଚନର ଫଳାଫଳ ଆସିଛି, ମୁଁ ଏଠାରେ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ଯାଇ ନାହିଁ।'ତୁମେ ମୋତେ ପଚାରୁଛ କି ମୋ ଝିଅ ସୋନାକ୍ଷୀ ବ

ବିବାହ ପାଇଁ ଶତୃଘ୍ନଙ୍କ ଠାରୁ ଅନୁମତି ନେଇ ନାହାନ୍ତି ଝିଅ ସୋନାକ୍ଷୀ, କହିଲେ- ମୁଁ କିଛି ଜାଣି ନାହିଁ...

ମୁମ୍ଵାଇ ୧୧।୦୬: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହେଲେ ଅଭିନେତ୍ରୀ ଗଣମାଧ୍ୟମ ସାମ୍ନାରେ ତାଙ୍କ ବିବାହ ବିଷୟରେ କିଛି ନିଶ୍ଚିତ କରିନାହାଁନ୍ତି। ଏପରିକି ଉଭୟଙ୍କ ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି। କୁହାଯାଉଛି ଯେ ଅଭିନେତ୍ରୀ ଚଳିତ ମାସ ୨୩ ଜୁନ୍ ରେ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ପ୍ରଶଂସକମାନେ ତାଙ୍କ ବିବାହକୁ ନେଇ ବହୁତ ଖୁସି ଅଛନ୍ତି କିନ୍ତୁ ତାଙ୍କ ବାପା ଶତ୍ରୃଘ୍ନ ସିହ୍ନା ଏହି ବିବାହ ଉପରେ କିଛି ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।  ତାହା ଅନୁମାନ କରାଯାଉଛି ଯେ ବୋଧହୁଏ 'ଦବଙ୍ଗ ଗାର୍ଲ' ଜାହିର ଇକବାଲଙ୍କ ସହ ତାଙ୍କ ପିତାଙ୍କୁ ନପଚାରି ବିବାହ ସ୍ଥିର କରିଛନ୍ତି।

 

ସୋନାକ୍ଷୀଙ୍କ ପିତା ତଥା ଭେଟେରାନ୍ ଅଭିନେତା ଶତୃଘ୍ନ ତାଙ୍କ ଝିଅର ବିବାହ ଖବର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାର ସମୟରେ ସେ କହିଥିଲେ ଯେ ଆଜିର ପିଲାମାନେ କଣ କରୁଛନ୍ତି.. କଣ ନାହିଁ । ତାହା ପିତାମାତାଙ୍କ ଜଣାନ୍ତି ନାହିଁ । ସେମାନେ କେବଳ  ସୂଚନା ଦିଅନ୍ତି। ହେଲେ ଅଭିନେତା ସ୍ପଷ୍ଟ ଭାବରେ କଥା କହିଥିଲେ 'ବର୍ତ୍ତମାନ ମୁଁ ଦିଲ୍ଲୀରେ ଅଛି। ଯେହେତୁ ଲୋକସଭା ନିର୍ବାଚନର ଫଳାଫଳ ଆସିଛି, ମୁଁ ଏଠାରେ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ଯାଇ ନାହିଁ।

'ତୁମେ ମୋତେ ପଚାରୁଛ କି ମୋ ଝିଅ ସୋନାକ୍ଷୀ ବିବାହ କରୁଛନ୍ତି କି? ଏହି ପ୍ରଶ୍ନ ଉପରେ ମୁଁ କହିବି ଯେ ବର୍ତ୍ତମାନ ମୋର ଏହି ବିଷୟରେ କୌଣସି ଧାରଣା ନାହିଁ । ମୁଁ ସୋନାକ୍ଷୀଙ୍କ ସହ ତାଙ୍କ ବିବାହ ଯୋଜନା ବିଷୟରେ କଥାବାର୍ତ୍ତା କରି ନାହିଁ। ତୁମେମାନେ ଯାହା କହୁଛ ମୁଁ କେବଳ ସେତିକି ଜାଣିଛି । ଅଭିନେତା ଆହୁରି କହିଛନ୍ତି, ସେ ବଡ ପିଲା ତାଙ୍କ ଜୀବନ ବିଷୟରେ ନିଷ୍ପତ୍ତି ନେବାକୁ ସମସ୍ତ ଅଧିକାର ଅଛି। ମୁଁ ଜାଣେ ଯେ ସେ କୌଣସି ଭୁଲ ନିଷ୍ପତ୍ତି ନେବେ ନାହିଁ। କଥାବାର୍ତ୍ତା ବେଳେ ଅଭିନେତା ଟିକେ ଭାବପ୍ରବଣ ହୋଇଥିଲେ। ଯେତେବେଳେ ବି ଆମକୁ ତାଙ୍କ ବିବାହ ଯୋଜନା ବିଷୟରେ କହିବେ, ଆମର ଆଶୀର୍ବାଦ ତାଙ୍କ ସହିତ ରହିବ ।