ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ
ଭୁବନେଶ୍ୱର,୨୯ା୧: ଇଣ୍ଟରନ୍ୟାଶନାଲ ମାଷ୍ଟର ଚେସ୍ ତାରକା ପଦ୍ମିନୀ ରାଉତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ହିନ୍ଦୁ ବୈଦିକ ରୀତିନୀତିରେ ସେ ମୁମ୍ବାଇର ଜୟକିଶିନ ମନାକନୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ରାଜ୍ୟ ସମେତ ଦେଶର ନାମୀଦାମୀ ଚେସ୍ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ୫ ଜାନୁଆରୀ ୧୯୯୪ରେ କଟକ ଜିଲା ବଡ଼ମ୍ବାଠାରେ ପଦ୍ମିନୀ ରାଉତ ଜନ୍ମଗ୍ରହଣ କରିଥିଲେ। ସେ ମାତ୍ର ୯ ବର୍ଷ ବୟସରୁ ଚେସ୍ ଖେଳି ବେଶ୍ […] The post ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ appeared first on Dharitri Odia News.
ଭୁବନେଶ୍ୱର,୨୯ା୧: ଇଣ୍ଟରନ୍ୟାଶନାଲ ମାଷ୍ଟର ଚେସ୍ ତାରକା ପଦ୍ମିନୀ ରାଉତ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ହିନ୍ଦୁ ବୈଦିକ ରୀତିନୀତିରେ ସେ ମୁମ୍ବାଇର ଜୟକିଶିନ ମନାକନୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ରାଜ୍ୟ ସମେତ ଦେଶର ନାମୀଦାମୀ ଚେସ୍ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
୫ ଜାନୁଆରୀ ୧୯୯୪ରେ କଟକ ଜିଲା ବଡ଼ମ୍ବାଠାରେ ପଦ୍ମିନୀ ରାଉତ ଜନ୍ମଗ୍ରହଣ କରିଥିଲେ। ସେ ମାତ୍ର ୯ ବର୍ଷ ବୟସରୁ ଚେସ୍ ଖେଳି ବେଶ୍ ସୁନାମ ଅର୍ଜନ କରିଥିଲେ। ୧୧ ବର୍ଷରୁ କମ୍ ବୟସ ବର୍ଗରେ ୨୦୦୫ରେ ସେ ଜାତୀୟ ପ୍ରତିଯୋଗିତା ଜିତି ଥିଲେ। ସେହିପରି ୨୦୦୬ରେ ସେ ୧୩ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତା ଓ ୧୨ ବର୍ଷରୁ କମ୍ ଏସୀୟ ପ୍ରତିଯୋଗିତା ଜିତିଥିଲେ। ୨୦୦୮ରେ ପଦ୍ମିନୀ ୧୪ ବର୍ଷରୁ କମ୍ ବର୍ଗରେ ଉଭୟ ଏସୀୟ ପ୍ରତିଯୋଗିତା ଓ ବିଶ୍ୱ ଯୁବ ଚେସ ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ। ୨୦୦୯ରେ ସେ ୨୦ ବର୍ଷରୁ କମ୍ ବର୍ଗରେ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ୨୦୧୦ରେ ସେ ୧୯ ବର୍ଷରୁ କମ୍ ବର୍ଗରେ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ। ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତା ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ।
ପଦ୍ମିନୀ ଜାତୀୟ ମହିଳା ଚେସ୍ ଚାମ୍ପିୟନଶିପ୍ରେ ଲଗାତର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ ବର୍ଷ ଧରି ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ୨୦୧୫ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନଶିପ୍ ଜିତିଥିଲେ।
The post ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ appeared first on Dharitri Odia News.