ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ଭୟରେ ଫେରାର ଥିବା ଦୁଷ୍କର୍ମକାରୀ ଗିରଫ

ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନାଞ୍ଚଳରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ଭୟରେ ଫେରାର ହୋଇଯାଇଥିବା ତାମାଙ୍ଗି ଗ୍ରାମର ଜୀମେନ୍ଦ୍ର ଦେଶ ମାଝୀ(୨୯)କୁ ଗିରଫ କରିଛି ପୁଲିସ୍‌। ବ୍ରାହ୍ମଣୀଗାଁ ଥାନା ଅଧକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧିଙ୍କ ସହ ପୁଲିସ୍ ବାହିନୀ ଜୀମେନ୍ଦ୍ରକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଗତ ମେ’ ମାସ ୭ରେ ଗାଁ ନିକଟ ଜଙ୍ଗଲକୁ […] The post ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ଭୟରେ ଫେରାର ଥିବା ଦୁଷ୍କର୍ମକାରୀ ଗିରଫ appeared first on Odisha.News.

ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ଭୟରେ ଫେରାର ଥିବା ଦୁଷ୍କର୍ମକାରୀ ଗିରଫ

ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନାଞ୍ଚଳରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ଭୟରେ ଫେରାର ହୋଇଯାଇଥିବା ତାମାଙ୍ଗି ଗ୍ରାମର ଜୀମେନ୍ଦ୍ର ଦେଶ ମାଝୀ(୨୯)କୁ ଗିରଫ କରିଛି ପୁଲିସ୍‌। ବ୍ରାହ୍ମଣୀଗାଁ ଥାନା ଅଧକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧିଙ୍କ ସହ ପୁଲିସ୍ ବାହିନୀ ଜୀମେନ୍ଦ୍ରକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଗତ ମେ’ ମାସ ୭ରେ ଗାଁ ନିକଟ ଜଙ୍ଗଲକୁ ଜାଳେଣୀ କାଠ ଆଣିବାକୁ ଯାଇଥିବା ଜଣେ ବିବାହିତ ମହିଳାଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ ଜୀମେନ୍ଦ୍ର ଦେଶ ମାଝୀ ଜୀବନରୁ ମାରିବାର ଧମକ ଦେଇ ଦୁଷ୍କର୍ମ କରିଥିଲା। ପରେ ଏକୁଟିଆ ଥିବାର ସୁଯୋଗ ନେଇ ଭୟଭୀତ କରାଇ ପୁଣି ଥରେ ଦୁଷ୍କର୍ମ କରିଥିଲା। ବାଧ୍ୟ ହୋଇ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ସ୍ୱାମୀଙ୍କ ସହାୟତାରେ ପୀଡ଼ିତା ବ୍ରାହ୍ମଣୀଗାଁ ଥାନାରେ ଜୁଲାଇ ମାସ ୫ରେ ଲିଖିତ ଅଭିଯୋଗ କରିଥିଲେ। ଗିରଫ ଭୟରେ ଅଭିଯୁକ୍ତ ନିଜ ଗ୍ରାମରୁ ଫେରାର ରହି ସ୍ୱାମୀ ସହିତ ପୀଡ଼ିତାଙ୍କୁ ଜୀବନରୁ ମାରିବା ଧମକ ଦେଇ ଆସୁଥିଲା। ପୀଡ଼ିତାଙ୍କ ସ୍ବାମୀ ଏହି ଧମକରେ ଭୟଭୀତ ହୋଇ ନିଜ ପରିବାରର ସୁରକ୍ଷା ପାଇଁ ଏସପିଙ୍କୁ ଲିଖିତ ଭାବେ ଜୁଲାଇ ମାସ ୧୧ରେ ଜଣାଇଥିଲେ। ହେଲେ ଫେରାର୍ ଥିବା ଦୁଷ୍କର୍ମକାରୀକୁ ଗିରଫ କରିବାରେ ବ୍ରାହ୍ମଣୀଗାଁ ପୁଲିସ୍ ସଫଳ ହୋଇଛି। ଏ ନେଇ ଥାନା ପକ୍ଷରୁ ଦୁଷ୍କର୍ମକାରୀ ଜୀମେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

The post ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ଭୟରେ ଫେରାର ଥିବା ଦୁଷ୍କର୍ମକାରୀ ଗିରଫ appeared first on Odisha.News.