ବିବାହିତା ମହିଳା ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ଭାଇ।
କୋକସରା:୧୧/୦୪ କଳାହାଣ୍ଡି ଜିଲ୍ଲାକୋକସରା ଥାନା ଅନ୍ତର୍ଗତ ଫୁଫଗାଁ ଗ୍ରାମ ରେ ଜଣେ ବିବାହିତା ମହିଳା ନିଜ ଶୋଇବା ଘରେ ବେକ ରେ ଶାଡୀ ଦେଇ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମତେ ଫୁଫଗାଁ ର ମଧୁସୂଦନ ପୁଝାରି ଗତ ବର୍ଷ ତଳେ ଆମପାଣି ଥାନା ଅନ୍ତର୍ଗତ ମୁନୁଗା ପଦର ଗାଁ ର ନରେନ୍ଦ୍ର ନାଏକ ଙ୍କ ଭଉଣୀ ଅଷ୍ଟମି ପୁଝାରି ଙ୍କୁ ବିବାହ କରିଥିଲେ। ତେବେ ବୈବାହିକ ଜୀବନ ଠିକଠାକ ଚାଲିଥିବା […] The post ବିବାହିତା ମହିଳା ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ଭାଇ। appeared first on Odisha.News.

କୋକସରା:୧୧/୦୪
କଳାହାଣ୍ଡି ଜିଲ୍ଲାକୋକସରା ଥାନା ଅନ୍ତର୍ଗତ ଫୁଫଗାଁ ଗ୍ରାମ ରେ ଜଣେ ବିବାହିତା ମହିଳା ନିଜ ଶୋଇବା ଘରେ ବେକ ରେ ଶାଡୀ ଦେଇ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମତେ ଫୁଫଗାଁ ର ମଧୁସୂଦନ ପୁଝାରି ଗତ ବର୍ଷ ତଳେ ଆମପାଣି ଥାନା ଅନ୍ତର୍ଗତ ମୁନୁଗା ପଦର ଗାଁ ର ନରେନ୍ଦ୍ର ନାଏକ ଙ୍କ ଭଉଣୀ ଅଷ୍ଟମି ପୁଝାରି ଙ୍କୁ ବିବାହ କରିଥିଲେ। ତେବେ ବୈବାହିକ ଜୀବନ ଠିକଠାକ ଚାଲିଥିବା ବେଳେ ଗୁରୁବାର ସକାଳେ ଘରେ କେହିଁ ନଥିବା ସମୟରେ ଅଷ୍ଟମୀ ବେକରେ ନିଜର ପିନ୍ଧିବା ଶାଢ଼ୀ କୁ ବେକ ରେ ଦେଇ ଆତ୍ମହତ୍ୟା କରିଥିବା ନେଇ ସ୍ୱାମୀ ମଧୁସୂଦନ ପୁଝାରି ପୋଲିସ ଆଗରେ କହିଥିବା ବେଳେ ଖବର ପାଇ ମୃତା ମହିଳା ଙ୍କ ଭାଇ ନରେନ୍ଦ୍ର କୋକସରା ଥାନା ରେ ପହଞ୍ଚି ଭଉଣୀ କୁ ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆ ଯାଇଛି,ମୋତେ ଆଜି ଭଉଣୀ ଫୋନ କରି ସ୍ୱାମୀ ନିର୍ଯ୍ୟାତନା ଦେଉଛି ବୋଳି କହିଛି ବୋଳି ଥାନା ରେ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଆଣି ପରେ ପରିବାର କୁ ହସ୍ତାନ୍ତର କରିଥିଲେ। ଏନେଇ କୋକସରା ଥାନା ରେ ଏକ ଅପମୃତୁ ମାମଲା ୯୦/୨୪ ରେ ରୁଜୁ କରାଯାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଳି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
The post ବିବାହିତା ମହିଳା ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ଭାଇ। appeared first on Odisha.News.