ବେଲଗୁଣ୍ଠା ଥାନା ଏସ, ଆଇ ମହେଶ୍ୱର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା-୭/୬-ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ପୋଲିସ ସବ୍ ଇନିସପେକ୍ଟର ମହେଶ୍ୱର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ବେଲଗୁଣ୍ଠା ଥାନାରେ ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବିଦାୟ କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଭଞ୍ଜନଗର ଏସ୍.ଡି.ପି.ଓ ସୁଜିତ୍ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ବେହେରାଙ୍କ ଅବସରକାଳୀନ ଜୀବନର ଶୁଭ କାମନା କରିବା ସହିତ ଶ୍ରୀ ବେହେରା ନିଜ ଦୀର୍ଘ ଦିନର ପୋଲିସ ଚାକିରୀରେ ଯେଉଁ ଅଭିଜ୍ଞତା […] The post ବେଲଗୁଣ୍ଠା ଥାନା ଏସ, ଆଇ ମହେଶ୍ୱର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା appeared first on Odisha.News.

ବେଲଗୁଣ୍ଠା ଥାନା ଏସ, ଆଇ ମହେଶ୍ୱର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା-୭/୬-ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ ପୋଲିସ ସବ୍ ଇନିସପେକ୍ଟର ମହେଶ୍ୱର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ବେଲଗୁଣ୍ଠା ଥାନାରେ ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବିଦାୟ କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଭଞ୍ଜନଗର ଏସ୍.ଡି.ପି.ଓ ସୁଜିତ୍ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ବେହେରାଙ୍କ ଅବସରକାଳୀନ ଜୀବନର ଶୁଭ କାମନା କରିବା ସହିତ ଶ୍ରୀ ବେହେରା ନିଜ ଦୀର୍ଘ ଦିନର ପୋଲିସ ଚାକିରୀରେ ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି ତାହା ଆଗାମୀ ପୀଢ଼ିକୁ ସୃଦୃଢ଼ କରିବ । ପୋଲିସ ଚାକରୀ ଜୀବନରେ ପୋଲିସ ନିଜ ପରିବାର ବର୍ଗଙ୍କ ପାଇଁ ମଧ୍ୟ ସମୟ ଦେଇପାରୁନଥିବାରୁ ଶ୍ରୀ ବେହେରାଙ୍କ ଅବସରକାଳୀନ ଜୀବନ ନିଜ ପରିବାର ସହିତ ହସଖୁସିରେ କଟୁ ଏବଂ ପ୍ରଭୁ ଜଗନ୍ନାଥ ତାଙ୍କ ପଥ କୁସୁମିତ କରନ୍ତୁ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଶ୍ରୀ ବେହେରା ବେଲଗୁଣ୍ଠାରେ କାର୍ଯ୍ୟକାଳ ସମୟରେ ଜଣେ ମିଷ୍ଟଭାଷୀ, ମେଳାପୀ ବ୍ୟକ୍ତିତ୍ଵ ଭାବେ ନିଜ ସହକର୍ମୀ ଓ ବେଲଗୁଣ୍ଠା ଥାନା ଅଞ୍ଚଳରେ ପରିଚିତି ଥିଲେ ।ତାଙ୍କ ଅବସର ବେଲଗୁଣ୍ଠା ଥାନା ପାଇଁ ଏକ ଶୂନ୍ୟସ୍ଥାନ ହେଲେ ମଧ୍ୟ ତାଙ୍କ ଆଗାମୀ ଜୀବନ ମଙ୍ଗଳମୟ ହେଉ ବୋଲି ଥାନାଧିକାରୀ ବନବିହାରୀ ପ୍ରଧାନ କହିଥିଲେ ।ଏହି ଅବସରରେ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଏସ.ଡି.ପି.ଓ ଶ୍ରୀ ନାୟକଙ୍କ ଦ୍ୱାରା ବେଲଗୁଣ୍ଠାର ପ୍ରସିଦ୍ଧ ପିତ୍ତଳ ମାଛ ଉପହାର ପ୍ରଦାନ କରାଯାଇଥିଲା ତତ୍ ସହିତ ସହକର୍ମୀ ମାନେ ମଧ୍ୟ ଶ୍ରୀ ବେହେରାଙ୍କୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ
ରେ ବେଲଗୁଣ୍ଠା ଥାନା ସେକେଣ୍ଡ ଅଫିସର ସବ୍ ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭଞ୍ଜନଗର ଥାନାଧିକାରୀ କୁମର ମୁଦୁଲୀ, ଗାଙ୍ଗପୁର ଥାନାଧିକାରୀ ରାଜେଶ କୁମାର ନାୟକ, ଜଗନ୍ନାଥ ପ୍ରସାଦ ଥାନାଧିକାରୀ ଅରୁଣ କୁମାର ସିଂ,ବାଲିପଦର ଫାଣ୍ଡି ଅଧିକାରୀ କେ.ନୀଳାଦ୍ରୀ ରେଡ୍ଡୀ, ଏସ.ଆଇ ନାରାୟଣ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

The post ବେଲଗୁଣ୍ଠା ଥାନା ଏସ, ଆଇ ମହେଶ୍ୱର ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା appeared first on Odisha.News.