ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶ ପଥରେ ଆଗେଇ ଚାଲିଛି : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ସିଙ୍ଗାପୁରର ଗସ୍ତର ଆଜି ଥିଲା ଶେଷ ଦିନ ।  ଶେଷ ଦିନରେ ସିଙ୍ଗାପୁର ଦେଖିଛି ଓଡିଶା ନିବେଶ ପାଇଁ ଯେତିକି ଉପଯୁକ୍ତ ସ୍ଥାନ ଏହାର କଳା, ସଂସ୍କୃତି, ଐତିହ୍ୟ ମଧ୍ୟ ବେଶ୍ ଆକର୍ଷଣୀୟ ।  ଆଜି ଶେଷ ଦିନରେ ସିଙ୍ଗାପୁରରେ ଥିବା ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆଙ୍କୁ ଉଦବୋଧନ ଦେଇ କହିଥିଲେ, ଓଡିଶାର ବିକାଶ ପାଇଁ ଆପଣମାନଙ୍କ ସହଯୋଗର ଆବଶ୍ୟକତା ରହିଛି । ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶ ପଥରେ […] The post ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶ ପଥରେ ଆଗେଇ ଚାଲିଛି : ମୁଖ୍ୟମନ୍ତ୍ରୀ appeared first on KNews Odisha.

ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶ ପଥରେ ଆଗେଇ ଚାଲିଛି : ମୁଖ୍ୟମନ୍ତ୍ରୀ
mohan majhi odisha

ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ସିଙ୍ଗାପୁରର ଗସ୍ତର ଆଜି ଥିଲା ଶେଷ ଦିନ ।  ଶେଷ ଦିନରେ ସିଙ୍ଗାପୁର ଦେଖିଛି ଓଡିଶା ନିବେଶ ପାଇଁ ଯେତିକି ଉପଯୁକ୍ତ ସ୍ଥାନ ଏହାର କଳା, ସଂସ୍କୃତି, ଐତିହ୍ୟ ମଧ୍ୟ ବେଶ୍ ଆକର୍ଷଣୀୟ ।  ଆଜି ଶେଷ ଦିନରେ ସିଙ୍ଗାପୁରରେ ଥିବା ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆଙ୍କୁ ଉଦବୋଧନ ଦେଇ କହିଥିଲେ, ଓଡିଶାର ବିକାଶ ପାଇଁ ଆପଣମାନଙ୍କ ସହଯୋଗର ଆବଶ୍ୟକତା ରହିଛି ।

ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶ ପଥରେ ଆଗେଇ ଚାଲିଛି । ଏଠାକାର ଓଡିଆମାନେ, ଯିଏ ଯେଉଁ ସେକ୍ଟରରେ କାର୍ଯ୍ୟ କରୁଛନ୍ତି ସେସବୁ କ୍ଷେତ୍ରରେ ଓଡିଶା କିପରି ଆଗେଇ ପାରିବ, ବିଶ୍ୱ ସ୍ତରୀୟ ନିବେଶ କିମ୍ୱା ଦକ୍ଷତା ବିକାଶରେ ଓଡିଶା ଗ୍ଲୋବାଲ ମାର୍କେଟରେ କିପରି ଆଗେଇ ପାରିବ ସେ ନେଇ ପ୍ରବାସୀ ଓଡିଆ ବନ୍ଧୁ ମାନଙ୍କ ସହାୟତାର ଆବଶ୍ୟକତା ରହିଛି ।

ଓଡିଶାରେ ଥିବା ପ୍ରାକୃତିକ ସମ୍ପଦ, ମାନବ ସମ୍ୱଳ, ପର୍ଯ୍ୟଟନ ସହ ବିସ୍ତୀର୍ଣ୍ଣ ବେଳାଭୂମିର ସୁବିନିଯୋଗ କରିବା ସହ ଦକ୍ଷତା ବିକାଶ ଉପରେ ଓଡିଶା ଗୁରୁତ୍ୱ ଦେଉଛି। ସିଙ୍ଗାପୁରରେ ଥିବା ପ୍ରବାସୀ ଓଡିଆ ମାନେ ଓଡିଶାର ବିକାଶରେ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଥିଲେ ।

The post ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶ ପଥରେ ଆଗେଇ ଚାଲିଛି : ମୁଖ୍ୟମନ୍ତ୍ରୀ appeared first on KNews Odisha.