ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ
ଛତ୍ରପୁର,୧୭।୧୨(ଦିଲ୍ଲୀପ ସାମଲ): କଇଁଚ୍ଛ ସଂରକ୍ଷଣ ଅଞ୍ଚଳରେ ମାଛ ଧରିବାକୁ ଯିବା ସମୟରେ ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ବାଧା ସୃଷ୍ଟି ନ କରିବା ଲାଗି ମଙ୍ଗଳବାର ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l କଇଁଚ୍ଛ ସୁରକ୍ଷା ସମୟରେ ପାରମ୍ପରିକ ମତ୍ସ୍ୟକର୍ମୀ ମାନଙ୍କୁ ମାଛ ଧରିବା ପାଇଁ ସିଇସି ରିପୋର୍ଟରେ ଉଲ୍ଲେଖ ରହିଛି l ସେମାନେ ଯେଉଁ ଜାଲ ବ୍ୟବହାର କରୁଛନ୍ତି ସେହି ଜାଲ ଦ୍ୱାରା କଇଁଚ୍ଛମାନଙ୍କ କୌଣସି କ୍ଷତି […] The post ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ appeared first on Dharitri Odia News.
ଛତ୍ରପୁର,୧୭।୧୨(ଦିଲ୍ଲୀପ ସାମଲ): କଇଁଚ୍ଛ ସଂରକ୍ଷଣ ଅଞ୍ଚଳରେ ମାଛ ଧରିବାକୁ ଯିବା ସମୟରେ ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ବାଧା ସୃଷ୍ଟି ନ କରିବା ଲାଗି ମଙ୍ଗଳବାର ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l କଇଁଚ୍ଛ ସୁରକ୍ଷା ସମୟରେ ପାରମ୍ପରିକ ମତ୍ସ୍ୟକର୍ମୀ ମାନଙ୍କୁ ମାଛ ଧରିବା ପାଇଁ ସିଇସି ରିପୋର୍ଟରେ ଉଲ୍ଲେଖ ରହିଛି l ସେମାନେ ଯେଉଁ ଜାଲ ବ୍ୟବହାର କରୁଛନ୍ତି ସେହି ଜାଲ ଦ୍ୱାରା କଇଁଚ୍ଛମାନଙ୍କ କୌଣସି କ୍ଷତି ଘଟୁନାହିଁ। ଏଣୁ ସେମାନଙ୍କୁ ବାଧା ସୃଷ୍ଟି ନ କରିବା, ରିଙ୍ଗ ଜାଲକୁ ବର୍ତ୍ତମାନ ପରିବର୍ତ୍ତନ ହୋଇ ଶିକ୍ଷା ଜାଲ ନାମରେ ନାମିତ କରାଯାଇଛି l ଏହି ଜାଲ ଦ୍ୱାରା କଇଁଚ୍ଛମାନଙ୍କ କୌଣସି କ୍ଷତି ଘଟୁନାହିଁ, ଏଣୁ ଏହି ଜାଲକୁ ମଧ୍ୟ ମାଛ ମାରିବା ପାଇଁ ଅନୁମତି ପ୍ରଦାନ କରିବା, କଇଁଚ ସୁରକ୍ଷା ସମୟରେ ଯେଉଁ ଅଞ୍ଚଳ ମାଛ ଧରିବା ପାଇଁ ନିଷେଧ କରାଯାଇଛି ଉକ୍ତ ଅଂଚଳରେ ମାଛ ଧରାଯାଉନାହିଁ। କିନ୍ତୁ କୌଣସି କାରଣବଶତଃ ସମୁଦ୍ର ସ୍ରୋତ ଯୋଗୁ ଜାଲଟି ନିଷେଧ ଅଞ୍ଚଳକୁ ଚାଲି ଆସିଲେ ସେହି ଡଙ୍ଗାକୁ ଛଡ଼ାଯିବାର ବ୍ୟବସ୍ଥା କରାଯିବା, ବର୍ତ୍ତମାନ କଇଁଚ ସୁରକ୍ଷା ସମୟରେ ସରକାର ଜୀବନ ଜୀବିକା ପାଇଁ ସହାୟତା ରାଶି ଭାବେ ଦେଉଥିବା ୧୫ ହଜାର ଟଙ୍କାକୁ ସମସ୍ତ ୧୮ ରୁ ୭୦ ବର୍ଷ ବୟସ୍କ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଦାନ କରାଯିବା ସହ ବିଧବା ମହିଳା, ମାଛ ବ୍ୟବସାୟୀ ଓ ସେମାନଙ୍କୁ ସହଯୋଗ କରୁଥିବା ମହିଳାମାନଙ୍କୁ ସେହି ଯୋଜନାରେ ସାମିଲ କରାଯିବା, କଇଁଚ୍ଛ ସୁରକ୍ଷା ଅଞ୍ଚଳରେ ମାଛ ଧରିବା ନିଷେଧ ସମୟକାଳ ନଭେମ୍ବର ୧ ଠାରୁ ମେ ୩୧ ତାରିଖ ରହିଛି l ଏହାକୁ ପରିବର୍ତ୍ତନ କରି ଜାନୁଆରୀ ୧ ରୁ ଏପ୍ରିଲ ୩୦ ତାରିଖ କରିବା ସମେତ ବିଭିନ୍ନ ଦାବି ସମ୍ପର୍କରେ ସେମାନେ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।
ଏହି ଦାବିପତ୍ର ପ୍ରଦାନ ବେଳେ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନର ସାଧାରଣ ସମ୍ପାଦକ କେ.ଏଲେୟା, ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ସିଏଚ. ବାବାଜୀ,ସିଏଚ. ଚି଼ନେୟା, କେ. କାମୟା, ଡବ୍ଲୁ. ସୀମାଦ୍ରୀ, ଆର. କାଶୀ, ସିଏଚ. ମୁସଲେୟା, ସି ଏଚ. କ୍ରିଷ୍ଣା, ସିଏଚ. ଶଙ୍କରଙ୍କ ସମେତ ବହୁ ୟୁନିଅନର ସଦସ୍ୟ ଓ ମତ୍ସ୍ୟକର୍ମୀମାନେ ଉପସ୍ଥିତ ଥିଲେ l
The post ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ appeared first on Dharitri Odia News.