ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ
ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଥିବାବେଳେ ଏହା ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଛତିଶଗଡ଼ ଧାମତାରୀ ଜିଲାର ଏକ ଛୋଟ ଗାଁ ପାରସତରାଇ ଜଳ ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ମରୁଡ଼ି ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ ଦ୍ୱାରା କୃଷି କ୍ଷେତ୍ର ଶସ୍ୟ ଶ୍ୟାମଳା ହୋଇପାରୁଛି। ରାୟପୁରରୁ ୮୦ କିମି ଦକ୍ଷିଣରେ ଅବସ୍ଥିତ ଏହି ଗାଁର କୃଷକ କେବଳ ଜଳସଂରକ୍ଷଣ ନୁହେଁ, ବରଂ ବର୍ଷକରେ ଏକାଧିକ […] The post ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ appeared first on Dharitri Odia News.
ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଥିବାବେଳେ ଏହା ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଛତିଶଗଡ଼ ଧାମତାରୀ ଜିଲାର ଏକ ଛୋଟ ଗାଁ ପାରସତରାଇ ଜଳ ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ମରୁଡ଼ି ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ ଦ୍ୱାରା କୃଷି କ୍ଷେତ୍ର ଶସ୍ୟ ଶ୍ୟାମଳା ହୋଇପାରୁଛି। ରାୟପୁରରୁ ୮୦ କିମି ଦକ୍ଷିଣରେ ଅବସ୍ଥିତ ଏହି ଗାଁର କୃଷକ କେବଳ ଜଳସଂରକ୍ଷଣ ନୁହେଁ, ବରଂ ବର୍ଷକରେ ଏକାଧିକ ଫସଲ ଉପତ୍ାଦନ କରି ସବୁଜ ବିପ୍ଳବ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ସ୍ଥାନୀୟ କୃଷକଙ୍କ କୃତିତ୍ୱକୁ ନେଇ ଅକ୍ଟୋବର ୫ ଓ ୬ ତାରିଖରେ ଛତିଶଗଡ଼ର ରବିଶଙ୍କର ସାଗର ବା ଗ୍ୟାଙ୍ଗରେଲ୍ ଡ୍ୟାମ୍ ଅଞ୍ଚଳରେ ୨ ଦିନିଆ ଅନ୍ତର୍ଜାତୀୟ ଜଳ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।
୨୦୨୨ ମସିହାରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ସମ୍ପୃକ୍ତ ଅଞ୍ଚଳରେ ଜଳ ଅଭାବ ଚିହ୍ନଟ ହୋଇଥିଲା। ୪ଟି ଡ୍ୟାମ୍ ଘେରି ରହିଥିଲେ ମଧ୍ୟ ସମ୍ପୃକ୍ତ ସ୍ଥାନରେ ଜଳସ୍ତର ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ରବି ଓ ଖରିଫ ଋତୁରେ କେବଳ ଧାନ ଚାଷ ପରିବର୍ତ୍ତେ ଅନ୍ୟ ଫସଲ କରିବାକୁ ଧାମତରୀ ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ କୃଷକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଫଳରେ କୃଷକମାନେ ଖରିଫ ଋତୁରେ ଧାନଚାଷ ଓ ରବି ଋତୁରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷ କରିବା ଆରମ୍ଭ କରିଥିଲେ। ଏହି ଚାଷରେ ଅପେକ୍ଷାକୃତ କମ୍ ଜଳର ଆବଶ୍ୟକତା ହେଉଥିବାରୁ ଜଳ ସଂରକ୍ଷଣର ଏହା ଅନ୍ୟତମ ମାଧ୍ୟମ ପାଲଟିଥିଲା। ଏହାସହ ନଳକୂପ ଖନନ ହ୍ରାସ କରାଯିବା ସହ ବର୍ଷାଜଳ ଅମଳକୁ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ବେଆଇନ ଗଛ କଟା ରୋକିବା ପାଇଁ ଗଛଗୁଡିକୁ ନମ୍ବରିଂ କରାଯିବା ସହ ପ୍ଲାଷ୍ଟିକ୍ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇଙ୍କ ସରକାର ଜଳ ଜାଗର ଅଭିଯାନକୁ ତ୍ୱରାନ୍ବିତ କରିଥିଲା।
ସୂଚନା ଥାଉକି, ପରାସତରାଇ ଗ୍ରାମରେ ୩୦୦ ପରିବାରର ପ୍ରାୟ ୧୫୦୦ ଲୋକ ବସବାସ କରନ୍ତି। ସରକାରୀ ଯୋଜନା ଲାଭ ଉଠାଇବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି। ସେହିପରି ରବି ଋତୁରେ କୌଣସି କୃଷକ ଧାନ ଚାଷ କଲେ ତାଙ୍କୁ ଏକର ପିଛା ୨୭ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ। ସେହିପରି ରବି ଋତୁରେ ଧାନବିଲରୁ ପାଣି ଯାଇ କୌଣସି ଚାଷୀଙ୍କ ତୈଳବୀଜ କିମ୍ବା ଡାଲିଜାତୀୟ ଫସଲ ବିଲରେ ପ୍ରବେଶ କଲେ ଅତିରିକ୍ତ ୩୭ ହଜାର ଟଙ୍କା ଜରିମାନା ହୋଇଥାଏ। ପରାସତରାଇର ଏପରି ଜଳସଂକ୍ଷଣ ଓ ଚାଷପ୍ରକିୟାକୁ ଆଖପାଖର ରଣଓ୍ବା, ଖରତୁଳି, ପୋଟିୟାଡିହ, ଲୋହର୍ସି, ବାଗତରାଇ ଆଦି ଗାଁ ଅନୁସରଣ କରୁଥିବା ସ୍ଥାନୀୟ ସରପଞ୍ଚ ପରମାନନ୍ଦ ଆଦିଲ କହିଛନ୍ତି। ପରାସତରାଇର ଏହି ସଫଳତା ଶ୍ରେୟ ସମ୍ପୂର୍ଣ୍ଣ ଭାବେ ଗ୍ରାମବାସୀଙ୍କର ବୋଲି ଧାମତାରୀ ଜିଲାପାଳ ନମ୍ରତା ଗାନ୍ଧୀ କହିଛନ୍ତି। ବର୍ତ୍ତମାନ ଏହି ଗାଁରେ ମା’ ପାଇଁ ଗଛଟିଏ ଅଭିଯାନରେ ଚାରାରୋପଣକୁ ବ୍ୟାପକ କରାଯାଇଛି।
The post ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ appeared first on Dharitri Odia News.