ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜନ ସମସ୍ୟାର ସମାଧାନ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ଚାଷୀ, କ୍ଷେତ-ମଜଦୂର, ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ ହକ ନିମନ୍ତେ ସ୍ବର ଉତ୍ତୋଳନ କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ରାଜ୍ୟରେ ବହୁ ପ୍ରତୀକ୍ଷିତ ଡବଲ ଇଞ୍ଜିନ ସରକାର ଆସିଲା ପରେ ଲୋକଙ୍କ ମନରେ ଯେଉଁ ସବୁ ଆଶା ଥିଲାସ୍‌, ନିରାଶାରେ ପରିଣତ ହେଲ ଦରଦାମ ଠାରୁ ଆରମ୍ଭ କରି ଯୁବକ/ଯୁବତୀଙ୍କ କର୍ମ ସଂସ୍ଥାନରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ […] The post ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି appeared first on Dharitri Odia News.

ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜନ ସମସ୍ୟାର ସମାଧାନ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ଚାଷୀ, କ୍ଷେତ-ମଜଦୂର, ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ ହକ ନିମନ୍ତେ ସ୍ବର ଉତ୍ତୋଳନ କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ରାଜ୍ୟରେ ବହୁ ପ୍ରତୀକ୍ଷିତ ଡବଲ ଇଞ୍ଜିନ ସରକାର ଆସିଲା ପରେ ଲୋକଙ୍କ ମନରେ ଯେଉଁ ସବୁ ଆଶା ଥିଲାସ୍‌, ନିରାଶାରେ ପରିଣତ ହେଲ ଦରଦାମ ଠାରୁ ଆରମ୍ଭ କରି ଯୁବକ/ଯୁବତୀଙ୍କ କର୍ମ ସଂସ୍ଥାନରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ଡବଲ ଇଞ୍ଜିନ ସରକାର ବିକାଶ ନାମରେ ଲୋକଙ୍କ ବିନାଶ କରିବାରେ ଲାଗିଛି । ଲୋକଙ୍କୁ ଧୋକା ଦେବା ସହ ଆଇନ ଶୃଙ୍ଖଳାରେ ବିଫଳତା ହୋଇଛି ମୋହନ ସରକାର ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଏନେଇ ସ୍ଥାନୀୟ ଲକ୍ଷ୍ମଣ ଭବନଠାରୁ ଶତାଧିକ ମହିଳା ପୁରୁଷମାନେ ହାତରେ ଦଳୀୟ ପତାକା ଧରି ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଶିବାଶିଷ ବରାଳଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ନିତ୍ୟ ବ୍ୟବହୃତ ଦ୍ରବ୍ୟର ଦରଦାମ ବୃଦ୍ଧି ହ୍ରାସ କରିବା , ୩ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣା ପ୍ରଦାନ କରିବା, ସ୍ମାର୍ଟ ମିଟର ବସାଇବା ବନ୍ଦ କରାଯାଉ, କରାତଳି ତାମ୍ପରା ଆନ୍ଧ୍ର ମାଫିଆ ବେଆଇନ ଦଖଲ ଓ କବଳରୁ ମୁକ୍ତ କରି ତୁରନ୍ତ ପୁନରୁଦ୍ଧାର କରାଯାଉ, ସମସ୍ତ ଚାଷୀଙ୍କ ଉପରୁ କୃଷି ଋଣ ଛାଡ କରିବା, ରେସନ କାର୍ଡରେ ବାଦ ପଡିଥିବା ହିତାଧିକାରୀଙ୍କୁ କାଡ ପ୍ରଦାନ କରିବା , ପରିବାରର ସମସ୍ତ ସଭ୍ୟଙ୍କୁ ଆୟୁଷ୍ମାନ ଭାରତରେ ସଂଯୁକ୍ତ କରାଯାଉ ଏବଂ ତୃଟି ସଂଶୋଧନ ପର୍ଯ୍ୟନ୍ତ ବିଏସକେୱାଇ କାର୍ଡ କାର୍ଯ୍ୟକାରୀ କରାଯାଉ, ୬୦ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ଚାଷୀ ମୂଲିଆଙ୍କୁ ୩୫୦୦ଟଙ୍କା ଭତ୍ତା ଯୋଗାଇ ଦିଆଯାଉ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଖାଲି ପଡିଥିବା ସମସ୍ତ ବିଭାଗରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଉ, ସମସ୍ତ ବ୍ଲକରେ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କରି ଚାଷୀମାନଙ୍କ ଆବଶ୍ୟକତାକୁ ପୂରଣ କରାଯାଉ, ଆଇଆରଇଏଲ, ଗୋପାଳପୁର ବନ୍ଦର, ଟାଟା କମ୍ପାନୀ, ଟିଟାନିୟମ, ଦୀପକ ଫଟିଲାଇନଜର ଓ ଗ୍ରାସିମ ଇଣ୍ଡଷ୍ଟ୍ରିରେ ସ୍ଥାନୀୟ ଯୁବକ/ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ବିଭିନ୍ନ ଦାବୀ ସମ୍ପର୍କରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ ଓ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ ନିଜ ନିଜ ଅଭିଭାଷଣ କହିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନୀତିକୁ କଡା ସମାଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଭ୍ୟା ଏନ.ଭାନୁମତୀ ରେଡ୍ଡୀ , ଛତ୍ରପୁର ଜୋନାଲ ସମ୍ପାଦକ ଡି.ଆଦିନାରାୟଣ ରେଡ୍ଡୀ, ସହ-ସମ୍ପାଦକ ଦୁର୍ଯ୍ୟେଧନ ପରିଡା, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ମାଗୁଣୀ ବିଷୋୟୀ, ମଥୁରା ଚରଣ ସୁବୁଦ୍ଧି, ସେନାପତି ନାହାକ,ଆଦିଦ୍ୟ ମିଶ୍ର,ଏନ.ମୁନାପାତ୍ରା, ସିମାଞ୍ଚଳ ସାହୁ,ସନ୍ୟାସୀ ପ୍ରଧାନ, କେଶବ ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଅଂଚଳବାସୀ ଆବଶ୍ୟକତା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏନ.ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲାପାଳଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

The post ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି appeared first on Dharitri Odia News.