୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା ବେଳକୁ ଅବସ୍ଥା ଖରାପ ହେଇ ଯାଉଥିଲା। ଆଜକାଲି ଜିମ୍‌ରେ ତ ଏହାକୁ ଏକ ଭଲ ବ୍ୟାୟାମ ଭାବେ କରାଯାଉଛି। ଏହାକୁ ଅଧିକ ଥର କରିବା ଭାରି କଷ୍ଟ। କାରଣ ବେଶି ବସ୍‌ ଉଠ୍‌ ହେଲେ ଶ୍ୱାସକ୍ରିୟା ବଢିବା ସହ ଗୋଡ ଦରଜ ହେଇଯାଏ। ହେଲେ ଆମେରିକା, ଇଲିନଏସର ଟୋନି ପିରାଇନୋ […] The post ୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ appeared first on Dharitri Odia News.

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା ବେଳକୁ ଅବସ୍ଥା ଖରାପ ହେଇ ଯାଉଥିଲା। ଆଜକାଲି ଜିମ୍‌ରେ ତ ଏହାକୁ ଏକ ଭଲ ବ୍ୟାୟାମ ଭାବେ କରାଯାଉଛି। ଏହାକୁ ଅଧିକ ଥର କରିବା ଭାରି କଷ୍ଟ। କାରଣ ବେଶି ବସ୍‌ ଉଠ୍‌ ହେଲେ ଶ୍ୱାସକ୍ରିୟା ବଢିବା ସହ ଗୋଡ ଦରଜ ହେଇଯାଏ। ହେଲେ ଆମେରିକା, ଇଲିନଏସର ଟୋନି ପିରାଇନୋ ନାମକ ଜଣେ ବ୍ୟକ୍ତି ଏତେ ଥର ବସ୍‌ ଉଠ୍‌ ହେଇଛନ୍ତି ଯେ, ବିଶ୍ୱାସ କରିହେବନି ଜଣେ ବ୍ୟକ୍ତି ଏତେ ଥର ବସ୍‌ ଉଠ୍‌ ହେଇପାରିବେ ବୋଲି। ଟୋନି ୨୪ ଘଣ୍ଟାରେ ୨୬୦୦୦ରୁ ଉର୍ଦ୍ଧ୍ୱ ଥର ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଯଦିଓ ଟୋନି ମଝିରେ କିଛି ସେକେଣ୍ଡର ବ୍ରେକ୍‌ ନେଇ ଏନର୍ଜି ଡ୍ରିଙ୍କ ଓ ସ୍ନାକ୍ସ ଖାଉଥିଲେ। ତେବେ ବି ୨୪ ଘଣ୍ଟା ବସ୍‌ ଉଠ୍‌ ହେବା ଆଦୌ ସହଜ ନ ଥିଲା। ତାଙ୍କର ପୂର୍ବର ପ୍ରସ୍ତୁତି ତାଙ୍କୁ ଏଥିରେ ବହୁତ ସାହାଯ୍ୟ କରିଥିଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ ଜୋ ରେବେର୍ଡସ ନାମକ ବ୍ୟକ୍ତି ୨୫୦୦୦ ଥର ବସ୍‌ ଉଠ୍‌ ହେଇ ଏହି ରେକର୍ଡ କରିଥିଲେ।

The post ୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ appeared first on Dharitri Odia News.