ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ

ମୋରଡ଼ା,୨୬ା୫(ସ୍ମାରକ ମାଜୀ): ରବିବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଦୁଇଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ଗଡ଼ିଆ ଚିନ୍ତାମଣି ନୋଡାଲ ବିଦ୍ୟାପୀଠର ଛାତ୍ରୀ ଦେବସ୍ମିତା ସି ୬୦୦ରୁ ୫୫୨ ମାର୍କ ରଖି ମୋରଡ଼ା ବ୍ଲକରେ ପ୍ରଥମ ହୋଇଛନ୍ତି। ତେବେ ଦେବସ୍ମିତା ଭବିଷ୍ୟତରେ ଡାକ୍ତର ହେବାକୁ ଆଶା ରଖିଥିବା ବେଳେ ଏହି ସଫଳତା ପାଇଁ ସେ ତାଙ୍କ ବାପା, ମା’, ଗୁରୁଜନ ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି। ସେହିପରି […] The post ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ appeared first on Dharitri Odia News.

ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ

ମୋରଡ଼ା,୨୬ା୫(ସ୍ମାରକ ମାଜୀ): ରବିବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଦୁଇଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ଗଡ଼ିଆ ଚିନ୍ତାମଣି ନୋଡାଲ ବିଦ୍ୟାପୀଠର ଛାତ୍ରୀ ଦେବସ୍ମିତା ସି ୬୦୦ରୁ ୫୫୨ ମାର୍କ ରଖି ମୋରଡ଼ା ବ୍ଲକରେ ପ୍ରଥମ ହୋଇଛନ୍ତି। ତେବେ ଦେବସ୍ମିତା ଭବିଷ୍ୟତରେ ଡାକ୍ତର ହେବାକୁ ଆଶା ରଖିଥିବା ବେଳେ ଏହି ସଫଳତା ପାଇଁ ସେ ତାଙ୍କ ବାପା, ମା’, ଗୁରୁଜନ ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି। ସେହିପରି ଚିତ୍ରଡ଼ା ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଗଣପତି ମହାନ୍ତ ୫୪୨ ମାର୍କ ରଖି ଥିବାର ସୂଚନା ଦେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ମନମୋହନ ହେମ୍ବ୍ରମ। ତେବେ ଗଣପତି ଭବିଷ୍ୟତରେ ଆଇଆଇଟିରେ ପଢ଼ି ଭଲ ଇଞ୍ଜିନିୟର ହେବାକୁ ଆଶା ରଖିଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ମୋରଡ଼ା ବ୍ଲକର ଅଗ୍ରଣୀ ସରକାରୀପ୍ରାପ୍ତ ଶିକ୍ଷାନୁଷ୍ଠାନ ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ୍‌ ୯୪ ଜଣ ଛାତ୍ରୀଛାତ୍ର ଦଶମ ପରୀକ୍ଷା ଦେଇଥିବା ବେଳେ ଗ୍ରେଡ୍‌ ଏ-୧ରେ ଜଣେ ଛାତ୍ର,ଏ-୨ ଗ୍ରେଡ୍‌ରେ ଜଣେ,ବି-୧ରେ ୫ଜଣ,ବି-୨ରେ ୧୩ଜଣ,ସି ରେ ୩୧ ଜଣ,ଡି-ରେ ୩୫ ଜଣ,ଇ -ରେ ୭ ଜଣ ଏବଂ ଜଣେ ମାତ୍ର ଫେଲ ହୋଇଥିବାର ସୂଚନା ମିଳିଛି।

The post ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ appeared first on Dharitri Odia News.