କ୍ରିକେଟ ବିଶ୍ୱକପ୍ରେ ସ୍ଥାନ ପକ୍କା କଲା ଇଟାଲୀ
ନୂଆଦିଲ୍ଲୀ,୧୨ା୭: ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଇଟାଲୀ ଯୋଗ୍ୟତା ହାସଲ କରିଛି। ଶୁକ୍ରବାର ହେଗ୍ଠାରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଲାଗି ଖେଳାଯାଇଥିବା ୟୁରୋପ ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ନେଦରଲାଣ୍ଡ୍ସଠାରୁ ଇଟାଲୀ ପରାସ୍ତ ହୋଇଛି। ହେଲେ ନେଟ୍ ରନ୍ରେଟ୍ ଯଥେଷ୍ଟ ଭଲ ଥିବାରୁ ଦଳ ପ୍ରଥମଥର ପାଇଁ କ୍ରିକେଟ ବିଶ୍ୱକପ୍ରେ ସ୍ଥାନ ପକ୍କା କରିଛି। ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ୍ ଖେଳାଯିବ। ପୂର୍ବରୁ ନେଦରଲାଣ୍ଡ୍ସ ଯୋଗ୍ୟତା ହାସଲ କରିଥିଲା। […] The post କ୍ରିକେଟ ବିଶ୍ୱକପ୍ରେ ସ୍ଥାନ ପକ୍କା କଲା ଇଟାଲୀ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୭: ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଇଟାଲୀ ଯୋଗ୍ୟତା ହାସଲ କରିଛି। ଶୁକ୍ରବାର ହେଗ୍ଠାରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଲାଗି ଖେଳାଯାଇଥିବା ୟୁରୋପ ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ନେଦରଲାଣ୍ଡ୍ସଠାରୁ ଇଟାଲୀ ପରାସ୍ତ ହୋଇଛି। ହେଲେ ନେଟ୍ ରନ୍ରେଟ୍ ଯଥେଷ୍ଟ ଭଲ ଥିବାରୁ ଦଳ ପ୍ରଥମଥର ପାଇଁ କ୍ରିକେଟ ବିଶ୍ୱକପ୍ରେ ସ୍ଥାନ ପକ୍କା କରିଛି। ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ୍ ଖେଳାଯିବ। ପୂର୍ବରୁ ନେଦରଲାଣ୍ଡ୍ସ ଯୋଗ୍ୟତା ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଟାଲୀ ୨୦ ଓଭରରେ ୭ ଉଇକେଟରେ ୧୩୪ ରନ୍ କରିଥିଲା। ଯୋଗ୍ୟତା ହାସଲ କରିବା ପାଇଁ ପ୍ରତିପକ୍ଷ ନେଦରଲାଣ୍ଡ୍ସକୁ ଅତିକମ୍ ୧୪ ଓଭର ପର୍ଯ୍ୟନ୍ତ ଖେଳାଇବାର ଥିଲା। କିନ୍ତୁ ନେଦରଲାଣ୍ଡ୍ସ ୧୭ତମ ଓଭରରେ ମ୍ୟାଚ୍ ଜିତିଥିଲା।
ଟି୨୦ ବିଶ୍ୱକପ୍ ଲାଗି ଏପର୍ଯ୍ୟନ୍ତ ୧୫ଟି ଦଳ ଯୋଗ୍ୟତା ହାସଲ କରିସାରିଛନ୍ତି। ଏହି ତାଲିକାରେ ଆୟୋଜକ ଭାରତ ସମେତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, କାନାଡା, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆମେରିକା ଓ ଓ୍ବେଷ୍ଟଇଣ୍ଡିଜ୍ ଭଳି ଦେଶ ରହିଛନ୍ତି। ଇଷ୍ଟ ଏସିଆ ଓ ପାସିଫିକ୍ (ଇଏପି)ରୁ ୩ ଓ ଆଫ୍ରିକା କ୍ୱାଲିଫାୟରରୁ ୨ ଦଳ ବିଶ୍ୱକପ୍ ଲାଗି ଟିକେଟ୍ ହାସଲ କରିବେ।
The post କ୍ରିକେଟ ବିଶ୍ୱକପ୍ରେ ସ୍ଥାନ ପକ୍କା କଲା ଇଟାଲୀ appeared first on Dharitri Odia News.