ରାଜସ୍ଥାନରେ H5N1 ଏଭିୟନ ଇନଫ୍ଲୁଞ୍ଜା ଭାଇରସ ଠାବ, ୧୫ରୁ ୧୯ ଡିସେମ୍ବର ମଧ୍ୟରେ ୯ ମୃତ
ଜୟପୁର ୨୬।୧୨: ରାଜସ୍ଥାନରେ ଏବେ ଏକ ବିପଦଜନକ ଭାଇରସ ସଂକ୍ରମଣ ହେଉଛି। ଏହି ଭୂତାଣୁ ଏଚ୫ଏନ୧ ଏଭିୟନ ଇନଫ୍ଲୁଞ୍ଜା ପ୍ରମାଣିତ ହେବା ପରେ ଲୋକଙ୍କ ଜୀବନ ରକ୍ଷା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗଠନ କରିଛି। ଏହି ଟିମ୍ ଭୂତାଣୁ ବ୍ୟାପୁଥିବା ଖୀଚନ ଗାଁରେ ସର୍ଭେଆରମ୍ଭ କରିଛି। ସଂକ୍ରମଣ ସ୍ଥଳ କୁରଜାଁରେ ଆମ୍ବୁଲାନ୍ସ ମୁତୟନ କରାଯାଇଥିବା ବେଳେ ଆମ୍ବୁଲାନ୍ସ ଟିମ୍କୁ ମଧ୍ୟ ଖାସ୍ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଶୀତ ଋତୁରେ ଖୀଚନ ଗାଁରେ ବ୍ୟାପୁଥିବା ଡେମୋଇଲ କ୍ରେନ୍ ଯୋଗୁ ଅସୁସ୍ଥ ଡିସେମ୍ବର ୯ ଜଣଙ୍କର ୧୫ରୁ ୧୯ ତାରିଖ ମଧ୍ୟରେ ମୃତ୍ୟୁ ହୋଇଛି। ଏହି ଲୋକମାନଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଶବଗୁଡିକୁ ଭୋପାଲ ପଠାଯାଇଥିଲା। ଯେଉଁଠି ଶବରେ ବିପଦଜନକ ଏଚ୫ଏନ୧ ଭାଇରସ ଚିହ୍ନଟ ହୋଇଥିଲା। ଏହାପରେ ଖୀଚନରେ ଶବ ସଂସ୍କାର ସ୍ଥଳକୁ ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି। ଏବି ୭ ଦିନିଆ ଅବଧି ପୂରଣ ହୋଇଥିବା ବେଳେ ବାର୍ଡଫ୍ଲୁ ଆଶଙ୍କା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ମେଡିକାଲ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଏବେ ଗାଁକୁ ଯାଇ ସର୍ଭେ କରୁଛି। ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡା. ଧିରଜ ବିସ୍ସାଙ୍କ ଅଧୀନରେ ୭ଟି ମେଡିକାଲ ଟିମ୍ ଗଠିତ ହୋଇଥିବା ବେଳେ ଖୀଚନ ଗାଁର ଅଲଗା ଅଲଗା ୱାର୍ଡକୁ ଯାଇ ଘରଘର ବୁଲି ଥଣ୍ଡା, କାସ ଓ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସନ୍ଧାନ କରୁଛନ୍ତି। ତେବେ ଗାଁରେ
ଜୟପୁର ୨୬।୧୨: ରାଜସ୍ଥାନରେ ଏବେ ଏକ ବିପଦଜନକ ଭାଇରସ ସଂକ୍ରମଣ ହେଉଛି। ଏହି ଭୂତାଣୁ ଏଚ୫ଏନ୧ ଏଭିୟନ ଇନଫ୍ଲୁଞ୍ଜା ପ୍ରମାଣିତ ହେବା ପରେ ଲୋକଙ୍କ ଜୀବନ ରକ୍ଷା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗଠନ କରିଛି। ଏହି ଟିମ୍ ଭୂତାଣୁ ବ୍ୟାପୁଥିବା ଖୀଚନ ଗାଁରେ ସର୍ଭେଆରମ୍ଭ କରିଛି। ସଂକ୍ରମଣ ସ୍ଥଳ କୁରଜାଁରେ ଆମ୍ବୁଲାନ୍ସ ମୁତୟନ କରାଯାଇଥିବା ବେଳେ ଆମ୍ବୁଲାନ୍ସ ଟିମ୍କୁ ମଧ୍ୟ ଖାସ୍ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଶୀତ ଋତୁରେ ଖୀଚନ ଗାଁରେ ବ୍ୟାପୁଥିବା ଡେମୋଇଲ କ୍ରେନ୍ ଯୋଗୁ ଅସୁସ୍ଥ ଡିସେମ୍ବର ୯ ଜଣଙ୍କର ୧୫ରୁ ୧୯ ତାରିଖ ମଧ୍ୟରେ ମୃତ୍ୟୁ ହୋଇଛି। ଏହି ଲୋକମାନଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଶବଗୁଡିକୁ ଭୋପାଲ ପଠାଯାଇଥିଲା। ଯେଉଁଠି ଶବରେ ବିପଦଜନକ ଏଚ୫ଏନ୧ ଭାଇରସ ଚିହ୍ନଟ ହୋଇଥିଲା। ଏହାପରେ ଖୀଚନରେ ଶବ ସଂସ୍କାର ସ୍ଥଳକୁ ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି।
ଏବି ୭ ଦିନିଆ ଅବଧି ପୂରଣ ହୋଇଥିବା ବେଳେ ବାର୍ଡଫ୍ଲୁ ଆଶଙ୍କା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ମେଡିକାଲ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଏବେ ଗାଁକୁ ଯାଇ ସର୍ଭେ କରୁଛି। ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡା. ଧିରଜ ବିସ୍ସାଙ୍କ ଅଧୀନରେ ୭ଟି ମେଡିକାଲ ଟିମ୍ ଗଠିତ ହୋଇଥିବା ବେଳେ ଖୀଚନ ଗାଁର ଅଲଗା ଅଲଗା ୱାର୍ଡକୁ ଯାଇ ଘରଘର ବୁଲି ଥଣ୍ଡା, କାସ ଓ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସନ୍ଧାନ କରୁଛନ୍ତି। ତେବେ ଗାଁରେ ଏଚ୫ଏନ୧ ଭୂତାଣୁ ସଂକ୍ରମଣ ଜଣାପଡିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏଥିପ୍ରତି ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସଚେତନ କରାଯାଉଛି।