ଜିରୋ କାଜୁଆଲିଟି ନୀତିକୁ ସଫଳ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର: ‘ଜିରୋ କାଜୁଆଲଟି’ ନୀତିକୁ ସଫଳ କରିଥିବାରୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଜଣାଇଲେ ଧନ୍ୟବାଦ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା 'ଦାନା' ଏବଂ ଏହାର ପ୍ରଭାବରୁ କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ କାଜୁଆଲଟି' ନୀତିକୁ , ସଫଳତାର ସହିତ, କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଆନ୍ତରିକତାର ସହ ଧନ୍ୟବାଦ। ଲୋକଙ୍କୁ ସୁରକ୍ଷିତ କରି, ସେମାନଙ୍କୁ ଆବଶ୍ୟକୀୟ, ସେବା ପ୍ରଦାନ କରିବା ପାଇଁ ସମସ୍ତେ ଦିନ ରାତି ଏକ କରିଦେଇଥିଲେ । ବାତ୍ୟା ପରବର୍ତ୍ତୀ ଥଇଥାନ ଏବଂ କ୍ଷୟକ୍ଷତିର ଆକଳନ କରି, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଅଛି । ଏ ସରକାର ଆପଣ ଜନସାଧାରଣଙ୍କର, ଆପଣଙ୍କ ସେବା ଓ ସ‌ହଯୋଗ କରିବା, ଆମର   ନୈତିକ  କର୍ତ୍ତବ୍ୟ  ଓ ଦାୟିତ୍ଵ । ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଆମ ରାଜ୍ୟ ଉପରୁ ଏତେ ବଡ଼ ବିପତ୍ତି ହଟିଗଲା Iଶାନ୍ତି ଶୃଙ୍ଖଳା ଏବଂ ଧୈର୍ଯ୍ୟର ସହିତ, ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି, ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର, ସୁରକ୍ଷା

ଜିରୋ କାଜୁଆଲିଟି ନୀତିକୁ ସଫଳ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର: ‘ଜିରୋ କାଜୁଆଲଟି’ ନୀତିକୁ ସଫଳ କରିଥିବାରୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଜଣାଇଲେ ଧନ୍ୟବାଦ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା 'ଦାନା' ଏବଂ ଏହାର ପ୍ରଭାବରୁ କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ କାଜୁଆଲଟି' ନୀତିକୁ , ସଫଳତାର ସହିତ, କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଆନ୍ତରିକତାର ସହ ଧନ୍ୟବାଦ। 

ଲୋକଙ୍କୁ ସୁରକ୍ଷିତ କରି, ସେମାନଙ୍କୁ ଆବଶ୍ୟକୀୟ, ସେବା ପ୍ରଦାନ କରିବା ପାଇଁ ସମସ୍ତେ ଦିନ ରାତି ଏକ କରିଦେଇଥିଲେ । ବାତ୍ୟା ପରବର୍ତ୍ତୀ ଥଇଥାନ ଏବଂ କ୍ଷୟକ୍ଷତିର ଆକଳନ କରି, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଅଛି । ଏ ସରକାର ଆପଣ ଜନସାଧାରଣଙ୍କର, ଆପଣଙ୍କ ସେବା ଓ ସ‌ହଯୋଗ କରିବା, ଆମର   ନୈତିକ  କର୍ତ୍ତବ୍ୟ  ଓ ଦାୟିତ୍ଵ । ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଆମ ରାଜ୍ୟ ଉପରୁ ଏତେ ବଡ଼ ବିପତ୍ତି ହଟିଗଲା I

ଶାନ୍ତି ଶୃଙ୍ଖଳା ଏବଂ ଧୈର୍ଯ୍ୟର ସହିତ, ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି, ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର, ସୁରକ୍ଷା କରିଥିବାରୁ ଆପଣମାନେ ସମସ୍ତେ ପ୍ରଶଂସାର ପାତ୍ର । ସମଗ୍ର ଓଡିଶାବାସୀଙ୍କୁ  ଧନ୍ୟବାଦ । ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ ।