IPL 2024: ସାମସନଙ୍କ ଅଧିନାୟକତ୍ଵ ଇନିଂସ, ଲକ୍ଷ୍ନୌକୁ ବଡ଼ ଲକ୍ଷ୍ୟ ଦେଲା ରାଜସ୍ଥାନ

ଜୟପୁର: ଆଇପିଏଲ୍‌ ୨୦୨୪ରେ ନିଜର ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ଦମଦାର ବ୍ୟାଟିଂ। ଅଧିନାୟକ ସଞ୍ଜୁ ସାମସନଙ୍କ ଅଧିନାୟକତ୍ଵ ଇନିଂସ ବଳରେ ଜୟପୁରର ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ୍‌ର ୪ ର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି। ସାମସନ ୮୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ରିୟାନ ପରାଗ ୪୩ ରନ ଓ ଧ୍ରୁବ ଜୁରେଲ ୨୨ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସମ୍ମୁଖରେ ୧୯୪ ରନ ବିଜୟ ଲକ୍ଷ୍ୟ ରହିଛି। ଲକ୍ଷ୍ନୌ ତରଫରୁ ନବୀନ ଉଲ ହକ ୪୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। Also read: ମହଙ୍ଗା ପଡିଲା ମୟଙ୍କଙ୍କୁ ହର୍ଷିତଙ୍କ ପ୍ଲାଇଂ କିସ୍‌, ଲାଗିଲା ବଡ଼ଧରଣର ଜରିମାନାଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ରୟାଲ୍ସକୁ  ଆରମ୍ଭରୁ ଝଟକା ଲାଗିଥିଲା। ୧୩ ରନ ସ୍କୋରରେ ଜୋସ ବଟଲର(୧୧) ଆଉଟ୍ ହୋଇଥିଲେ। ଏହା ପରେ ଇନଫର୍ମ ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ୧୨ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ସଞ୍ଜୁ ସାମସନ ଓ ରିୟାନ ପରାଗ ଦମଦାର ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିବା ସହ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୯୩ ରନ ଯୋଡ଼ିଥିଲେ। ସାମସନ ନିଜର ଅର୍ଦ୍ଧଶତକ

IPL 2024: ସାମସନଙ୍କ ଅଧିନାୟକତ୍ଵ ଇନିଂସ, ଲକ୍ଷ୍ନୌକୁ ବଡ଼ ଲକ୍ଷ୍ୟ ଦେଲା ରାଜସ୍ଥାନ

ଜୟପୁର: ଆଇପିଏଲ୍‌ ୨୦୨୪ରେ ନିଜର ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ଦମଦାର ବ୍ୟାଟିଂ। ଅଧିନାୟକ ସଞ୍ଜୁ ସାମସନଙ୍କ ଅଧିନାୟକତ୍ଵ ଇନିଂସ ବଳରେ ଜୟପୁରର ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ୍‌ର ୪ ର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି। ସାମସନ ୮୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ରିୟାନ ପରାଗ ୪୩ ରନ ଓ ଧ୍ରୁବ ଜୁରେଲ ୨୨ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସମ୍ମୁଖରେ ୧୯୪ ରନ ବିଜୟ ଲକ୍ଷ୍ୟ ରହିଛି। ଲକ୍ଷ୍ନୌ ତରଫରୁ ନବୀନ ଉଲ ହକ ୪୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। 

Also read: ମହଙ୍ଗା ପଡିଲା ମୟଙ୍କଙ୍କୁ ହର୍ଷିତଙ୍କ ପ୍ଲାଇଂ କିସ୍‌, ଲାଗିଲା ବଡ଼ଧରଣର ଜରିମାନା

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ରୟାଲ୍ସକୁ  ଆରମ୍ଭରୁ ଝଟକା ଲାଗିଥିଲା। ୧୩ ରନ ସ୍କୋରରେ ଜୋସ ବଟଲର(୧୧) ଆଉଟ୍ ହୋଇଥିଲେ। ଏହା ପରେ ଇନଫର୍ମ ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ୧୨ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ସଞ୍ଜୁ ସାମସନ ଓ ରିୟାନ ପରାଗ ଦମଦାର ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିବା ସହ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୯୩ ରନ ଯୋଡ଼ିଥିଲେ। ସାମସନ ନିଜର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ରିୟାନ ପରାଗ ୨୯ ବଲ୍‌ରୁ ୪୩ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ସାମସନ ଶେଷ ପର୍ଯ୍ୟନ୍ତ ରହି ୫୨ ବଲ୍‌ରୁ ୩ ଚୌକା ଓ ୬ ଛକା ସହ ୮୨ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି। ଧ୍ରୁବ ଜୁରେଲ ୨୦ ରନ କରି ଅପରାଜିତ ଥିଲେ।