ମାତିଛନ୍ତି ଲୁଟେରା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍
ଭଦ୍ରକ:୭/୪ ଭଦ୍ରକ ଭଣ୍ଡାରିପୋଖରୀ ଥାନା ଦକ୍ଷିଣକବାଟ ପଞ୍ଚାୟତରେ ମାତିଛନ୍ତି ଲୁଟେରା । ପୋଲିସକୁ ଚକମା ଦେଇ ବେଧଡକ ଚଳାଇଛନ୍ତି ଲୁଟପାଟ । ସ୍ଥାନୀୟ ଅଞ୍ଚଳର ପୁରୁଷୋତ୍ତମ ବେହେରାଙ୍କ ଘର ଓ ଦୋକାନରେ କବାଟ ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଛନ୍ତି ଲୁଟେରା ।ସେହିପରି ଅନ୍ୟଜଣେ ବ୍ୟକ୍ତିଙ୍କ ଘରୁ ବି କଳାକନା ବୁଲାଇଛନ୍ତି । ଅଭିଯୋଗ ଆଧାରରେ ସନ୍ଧାନୀ କୁକୁର ସହାୟତାରେ ଛାନଭିନ ଚଳାଇଛି ପୋଲିସ । ପୋଲିସର ପାଟ୍ରୋଲିଂ ସତ୍ତ୍ବେ ଚୋରଦଳ କେମିତି ଚୋରି କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।
ଭଦ୍ରକ:୭/୪ ଭଦ୍ରକ ଭଣ୍ଡାରିପୋଖରୀ ଥାନା ଦକ୍ଷିଣକବାଟ ପଞ୍ଚାୟତରେ ମାତିଛନ୍ତି ଲୁଟେରା । ପୋଲିସକୁ ଚକମା ଦେଇ ବେଧଡକ ଚଳାଇଛନ୍ତି ଲୁଟପାଟ । ସ୍ଥାନୀୟ ଅଞ୍ଚଳର ପୁରୁଷୋତ୍ତମ ବେହେରାଙ୍କ ଘର ଓ ଦୋକାନରେ କବାଟ ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଛନ୍ତି ଲୁଟେରା ।
ସେହିପରି ଅନ୍ୟଜଣେ ବ୍ୟକ୍ତିଙ୍କ ଘରୁ ବି କଳାକନା ବୁଲାଇଛନ୍ତି । ଅଭିଯୋଗ ଆଧାରରେ ସନ୍ଧାନୀ କୁକୁର ସହାୟତାରେ ଛାନଭିନ ଚଳାଇଛି ପୋଲିସ । ପୋଲିସର ପାଟ୍ରୋଲିଂ ସତ୍ତ୍ବେ ଚୋରଦଳ କେମିତି ଚୋରି କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।