ଆନ୍ଦୋଳନ ବେଳେ ବଳ ପ୍ରୟୋଗ, କୋଲକାତା ପୋଲିସ ମୁଖ୍ୟଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୧ା୯ (ପି.ଟି.): କୋଲକାତାର ଆର୍‌.ଜି. କର ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିକରି ଛାତ୍ରୀଛାତ୍ର ଗତ ୨୭ ତାରିଖରେ ନବାନ୍ନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବାବେଳେ ସେମାନଙ୍କ ଉପରେ ବର୍ବରତା ଓ ଅତ୍ୟଧିକ ବଳ ପ୍ରୟୋଗ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) କୋଲକାତା ପୋଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୨ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। […] The post ଆନ୍ଦୋଳନ ବେଳେ ବଳ ପ୍ରୟୋଗ, କୋଲକାତା ପୋଲିସ ମୁଖ୍ୟଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ appeared first on Dharitri Odia News.

ଆନ୍ଦୋଳନ ବେଳେ ବଳ ପ୍ରୟୋଗ, କୋଲକାତା ପୋଲିସ ମୁଖ୍ୟଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୧ା୯ (ପି.ଟି.): କୋଲକାତାର ଆର୍‌.ଜି. କର ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିକରି ଛାତ୍ରୀଛାତ୍ର ଗତ ୨୭ ତାରିଖରେ ନବାନ୍ନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବାବେଳେ ସେମାନଙ୍କ ଉପରେ ବର୍ବରତା ଓ ଅତ୍ୟଧିକ ବଳ ପ୍ରୟୋଗ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) କୋଲକାତା ପୋଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୨ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ହ୍ୟୁମ୍ୟାନ ରାଇଟ୍ସ ଇନିସିଏଟିଭ୍‌ (ଭୀମ୍‌)ର ଓ.ପି. ବ୍ୟାସଙ୍କ ଅଭିଯୋଗ ଆଧାରରେ ନୋଟିସ ଜାରି ହୋଇଛି।

ନ୍ୟାୟ ଦାବିରେ ଛାତ୍ରୀଛାତ୍ର ରାଜ୍ୟ ସଚିବାଳୟ ନବାନ୍ନ ଅଭିମୁଖେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଉଥିବାବେଳେ ପୋଲିସ୍‌ ସେମାନଙ୍କ ଉପରେ ଲାଠିଚାଳନା କରିବା ସହ ଲୁହବୁହା ବାଷ୍ପ ଏବଂ ପାଣିମାଡ଼ କରିଥିଲା। ଲାଠିମାଡ଼ରେ ବହୁ ଆନ୍ଦୋଳନକାରୀ ଗୁରୁତର ଆହତ ହୋଇଥିଲେ। ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ଏଭଳି କାର୍ଯ୍ୟାନୁଷ୍ଠାନ ଶାନ୍ତିପୂର୍ଣ୍ଣ ସମାବେଶ ଅଧିକାରର ଉଲ୍ଲଂଘନ ଏବଂ ମାନବାଧିକାର ପ୍ରତି ଗମ୍ଭୀର ଅବମାନନା। ଛାତ୍ରୀଛାତ୍ରଙ୍କ ଅଧିକାରର ସୁରକ୍ଷା ଏବଂ ଆହତମାନଙ୍କୁ କ୍ଷତିପୂରଣ ଦେବାକୁ ଆବେଦନକାରୀ ନିବେଦନ କରିଥିଲେ। ଏଭଳି କାର୍ଯ୍ୟାନୁଷ୍ଠାନ ଗୁରୁତର ସମସ୍ୟା ବୋଲି ସୁପ୍ରିମକୋର୍ଟ କହିବା ସହ ପୋଲିସର ମାତ୍ରାଧିକ ତଥା ବର୍ବର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ। ଏହା ମାନବାଧିକାର ଓ ମର୍ଯ୍ୟାଦାର ଉଲ୍ଲଂଘନ ବୋଲି କମିଶନ ମତ ଦେଇଛନ୍ତି।

The post ଆନ୍ଦୋଳନ ବେଳେ ବଳ ପ୍ରୟୋଗ, କୋଲକାତା ପୋଲିସ ମୁଖ୍ୟଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ appeared first on Dharitri Odia News.