ପୁଟିନଙ୍କୁ ଭେଟିଲେ କିମ୍‌ଙ୍କ ମନ୍ତ୍ରୀ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୭ା୧: ସାମରିକ ସହଯୋଗର ଘଡ଼ିସନ୍ଧି ମୁହୂର୍ତ୍ତରେ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ଚୋ ସୋନ୍‌-ହୁଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପର୍ଣ୍ଣ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କ ନିମନ୍ତ୍ରଣରେ ଚୋ ତିନି ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ତେବେ ଉତ୍ତର କୋରିଆ ସହ ସମ୍ବେଦନଶୀଳ ସମେତ ସମସ୍ତ କ୍ଷେତ୍ରରେ ସମ୍ପର୍କ ବିକାଶ କରୁଥିବାର ଏକ ରିପୋର୍ଟରେ ବୁଧବାର ପ୍ରକାଶ ପାଇଛି। ଚୋ ଏବଂ ପୁଟିନଙ୍କ ମଧ୍ୟରେ […] The post ପୁଟିନଙ୍କୁ ଭେଟିଲେ କିମ୍‌ଙ୍କ ମନ୍ତ୍ରୀ appeared first on Dharitri Odia News.

ପୁଟିନଙ୍କୁ ଭେଟିଲେ କିମ୍‌ଙ୍କ ମନ୍ତ୍ରୀ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୭ା୧: ସାମରିକ ସହଯୋଗର ଘଡ଼ିସନ୍ଧି ମୁହୂର୍ତ୍ତରେ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ଚୋ ସୋନ୍‌-ହୁଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପର୍ଣ୍ଣ ସମ୍ପର୍କକୁ ପ୍ରଶଂସା କରିଛନ୍ତି।

ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କ ନିମନ୍ତ୍ରଣରେ ଚୋ ତିନି ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ତେବେ ଉତ୍ତର କୋରିଆ ସହ ସମ୍ବେଦନଶୀଳ ସମେତ ସମସ୍ତ କ୍ଷେତ୍ରରେ ସମ୍ପର୍କ ବିକାଶ କରୁଥିବାର ଏକ ରିପୋର୍ଟରେ ବୁଧବାର ପ୍ରକାଶ ପାଇଛି।

ଚୋ ଏବଂ ପୁଟିନଙ୍କ ମଧ୍ୟରେ କୋରିଆ ଉପଦ୍ୱୀପ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। କିନ୍ତୁ ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ହେଉଛି କଥାବାର୍ତ୍ତାର ମୂଳ ଉଦ୍ଦେଶ୍ୟ। ରୁଷିଆର ସାମରିକ କାର୍ଯ୍ୟକୁ ସମର୍ଥନ କରିଥିବାରୁ ପ୍ୟୋଙ୍ଗୟାଙ୍ଗଙ୍କୁ ପ୍ରଶଂସା କରିଥିଲେ ବୈଦେଶିକ ମନ୍ତ୍ରୀ।

The post ପୁଟିନଙ୍କୁ ଭେଟିଲେ କିମ୍‌ଙ୍କ ମନ୍ତ୍ରୀ appeared first on Dharitri Odia News.