ଗ୍ରାମବାସୀ ଗୋଡାଇବାରୁ ଫୁଟ୍‌ ବ୍ରିଜ୍‌ ଉପରକୁ ଚଢିଗଲେ ଯୁବକ: ୯ ଘଣ୍ଟା ପରେ…

ଜୈନପୁର,୧୦।୯: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଇନବଜାର ଅଞ୍ଚଳର ଶିବାପର୍‌ ଗ୍ରାମରେ ଶିଶୁ ଚୋରି କରିଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଗୋଡ଼ାଇଥିଲେ। ଲୋକଙ୍କ ମଧ୍ୟରେ ଭୟ ଥିବାରୁ ଯୁବକ ଜଣକ ରାଜପଥରେ ନିର୍ମିତ ବ୍ରିଜ ଉପରେ ଥିବା ଫୁଟ ଓଭରର ରେଲିଂ ଉପରେ ଚଢିଥିଲେ। ଘଣ୍ଟା ଘଣ୍ଟା ଚେଷ୍ଟା କରିବା ପରେ ମଧ୍ୟ ସେ ତଳକୁ ଆସିପାରି ନ ଥିଲେ। ଶେଷରେ ସେ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ […] The post ଗ୍ରାମବାସୀ ଗୋଡାଇବାରୁ ଫୁଟ୍‌ ବ୍ରିଜ୍‌ ଉପରକୁ ଚଢିଗଲେ ଯୁବକ: ୯ ଘଣ୍ଟା ପରେ… appeared first on Dharitri Odia News.

ଗ୍ରାମବାସୀ ଗୋଡାଇବାରୁ ଫୁଟ୍‌ ବ୍ରିଜ୍‌ ଉପରକୁ ଚଢିଗଲେ ଯୁବକ: ୯ ଘଣ୍ଟା ପରେ…

ଜୈନପୁର,୧୦।୯: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଇନବଜାର ଅଞ୍ଚଳର ଶିବାପର୍‌ ଗ୍ରାମରେ ଶିଶୁ ଚୋରି କରିଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଗୋଡ଼ାଇଥିଲେ। ଲୋକଙ୍କ ମଧ୍ୟରେ ଭୟ ଥିବାରୁ ଯୁବକ ଜଣକ ରାଜପଥରେ ନିର୍ମିତ ବ୍ରିଜ ଉପରେ ଥିବା ଫୁଟ ଓଭରର ରେଲିଂ ଉପରେ ଚଢିଥିଲେ। ଘଣ୍ଟା ଘଣ୍ଟା ଚେଷ୍ଟା କରିବା ପରେ ମଧ୍ୟ ସେ ତଳକୁ ଆସିପାରି ନ ଥିଲେ। ଶେଷରେ ସେ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଯୁବକ ଜଣକ ନଅ ଘଣ୍ଟାରୁ ଅଧିକ ସମୟ ଫୁଟ ଓଭର ବ୍ରିଜ ଉପରେ ଚଢିଥିଲେ। ସନ୍ଦିଗ୍ଧ ଚୋର ପୋଲିସ ଓ ସାଧାରଣ ଜନତାଙ୍କ ମାଡ ଭୟରେ ଓଭରବ୍ରିଜରୁ ଓହ୍ଲାଇବାକୁ ରାଜି ହୋଇ ନ ଥିଲେ। ଏହା ଉପରେ ପୋଲିସ ଅଗ୍ନିଶମ ବାହିନୀକୁ ଡାକିଥିଲା।

ଦୀର୍ଘ ସମୟ ଧରି ମଧ୍ୟ ସନ୍ଦିଗ୍ଧ ତଳକୁ ଆସି ନ ଥିଲେ। ଗ୍ରାମବାସୀଙ୍କ ଅନୁଯାୟୀ ୨ ଜଣ ଶିଶୁ ଚୋର ଗାଁକୁ ଆସିଥିଲେ। ଜଣେ ଫେରାର ସମୟରେ ଧରା ପଡିଥିଲେ ଏବଂ ଅନ୍ୟ ଜଣେ ଫୁଟ୍‌ ବ୍ରିଜ୍‌ ଉପରେ ଚଢିଯାଇଥିଲେ। ବାରମ୍ବାର ଡେଇଁବାକୁ ଧମକ ଦେଇଥିଲେ। ଶେଷରେ ସେ ନଅ ଘଣ୍ଟା ପରେ ଡେଇଁ ଆତ୍ମହତ୍ୟା କଲେ। ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା କିଶୋର କୁମାର ଚୌବେ ଜଣେ ଓଭରବ୍ରିଜ ଉପରେ ଚଢିଥିବା ବ୍ୟକ୍ତିଙ୍କୁ ମାନସିକ ରୋଗୀ ବୋଲି ବର୍ଣ୍ଣନା କରିଛନ୍ତି।

The post ଗ୍ରାମବାସୀ ଗୋଡାଇବାରୁ ଫୁଟ୍‌ ବ୍ରିଜ୍‌ ଉପରକୁ ଚଢିଗଲେ ଯୁବକ: ୯ ଘଣ୍ଟା ପରେ… appeared first on Dharitri Odia News.