ଦିଲ୍ଲୀ-ଏନସିଆରରେ ଭୂକମ୍ପ: ୪.୪ ତୀବ୍ରତାରେ ୧୦ ସେକେଣ୍ଡ ଧରି କମ୍ପିଲା ପୃଥିବୀ

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆଜି ସକାଳେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳ ୯:୦୪ରେ ହଠାତ୍ ପୃଥିବୀ କମ୍ପିବା ଆରମ୍ଭ କରିଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ମାପାଯାଇଛି। ଦିଲ୍ଲୀ, ନୋଏଡ଼ା ଓ ଗାଜିଆବାଦରେ ପ୍ରାୟ ୧୦ ସେକେଣ୍ଡ ଧରି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ସକାଳୁ ଚାଲିଥିବା ବର୍ଷା ମଧ୍ୟରେ ଏହି ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୂକମ୍ପର କେନ୍ଦ୍ର ହରିୟାଣାର ଝଜ୍ଜରରେ ଥିଲା, ଯାହା ଦିଲ୍ଲୀଠାରୁ ମାତ୍ର […] The post ଦିଲ୍ଲୀ-ଏନସିଆରରେ ଭୂକମ୍ପ: ୪.୪ ତୀବ୍ରତାରେ ୧୦ ସେକେଣ୍ଡ ଧରି କମ୍ପିଲା ପୃଥିବୀ appeared first on Dharitri Odia News.

ଦିଲ୍ଲୀ-ଏନସିଆରରେ ଭୂକମ୍ପ: ୪.୪ ତୀବ୍ରତାରେ ୧୦ ସେକେଣ୍ଡ ଧରି କମ୍ପିଲା ପୃଥିବୀ

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆଜି ସକାଳେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳ ୯:୦୪ରେ ହଠାତ୍ ପୃଥିବୀ କମ୍ପିବା ଆରମ୍ଭ କରିଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ମାପାଯାଇଛି। ଦିଲ୍ଲୀ, ନୋଏଡ଼ା ଓ ଗାଜିଆବାଦରେ ପ୍ରାୟ ୧୦ ସେକେଣ୍ଡ ଧରି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ସକାଳୁ ଚାଲିଥିବା ବର୍ଷା ମଧ୍ୟରେ ଏହି ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ଭୂକମ୍ପର କେନ୍ଦ୍ର ହରିୟାଣାର ଝଜ୍ଜରରେ ଥିଲା, ଯାହା ଦିଲ୍ଲୀଠାରୁ ମାତ୍ର ୫୧ କିଲୋମିଟର ଦୂରରେ ଅବସ୍ଥିତ। ଏହି ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡ଼ିଛି। ଝଟକା ଏତେ ତୀବ୍ର ଥିଲା ଯେ ଅଫିସରେ କାମ କରୁଥିବା କର୍ମଚାରୀ ଓ ଘରେ ବସିଥିବା ଲୋକେ ମଧ୍ୟ ଏହାକୁ ଅନୁଭବ କରିଥିଲେ।

ଦିଲ୍ଲୀ ବ୍ୟତୀତ ହରିୟାଣାର ଫରିଦାବାଦ, ଗୁରୁଗ୍ରାମ ଓ ଜିନ୍ଦ ଜିଲ୍ଲାରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ର ଦିଲ୍ଲୀରୁ ଅତ୍ୟନ୍ତ ନିକଟବର୍ତ୍ତୀ ହରିୟାଣାରେ ଥିବାରୁ ଏହା ଅଞ୍ଚଳବାସୀଙ୍କ ମଧ୍ୟରେ ଅଧିକ ଭୟ ସୃଷ୍ଟି କରିଛି।

ଏପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ। ତେବେ, ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଛନ୍ତି।

The post ଦିଲ୍ଲୀ-ଏନସିଆରରେ ଭୂକମ୍ପ: ୪.୪ ତୀବ୍ରତାରେ ୧୦ ସେକେଣ୍ଡ ଧରି କମ୍ପିଲା ପୃଥିବୀ appeared first on Dharitri Odia News.