୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା
ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା ମାତ୍ରେ ପନ୍ତ ଏକ ଚମତ୍କାର ସ୍କୋର କରିଥିଲେ। ବିଶେଷକରି ପନ୍ତଙ୍କ ଅନୁପସ୍ଥିତିରେ ଭାରତୀୟ ଟେଷ୍ଟ ଦଳ ଅସମ୍ପୂର୍ଣ୍ଣ ଦେଖାଯାଉଥିଲା, ଯାହା ଏବେ ପୂରଣ ହୋଇଛି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟରେ ଶତକ ହାସଲ କରିବା ପରେ ପନ୍ତ ଆଲୋଚନାର ବିଷୟ ପାଲଟିଛନ୍ତି। ପନ୍ତ ଏବଂ ପୂର୍ବତନ ଉଇକେଟ୍କିପର୍ ବ୍ୟାଟ୍ସମ୍ୟାନ୍ […] The post ୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା appeared first on Dharitri Odia News.
ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା ମାତ୍ରେ ପନ୍ତ ଏକ ଚମତ୍କାର ସ୍କୋର କରିଥିଲେ। ବିଶେଷକରି ପନ୍ତଙ୍କ ଅନୁପସ୍ଥିତିରେ ଭାରତୀୟ ଟେଷ୍ଟ ଦଳ ଅସମ୍ପୂର୍ଣ୍ଣ ଦେଖାଯାଉଥିଲା, ଯାହା ଏବେ ପୂରଣ ହୋଇଛି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟରେ ଶତକ ହାସଲ କରିବା ପରେ ପନ୍ତ ଆଲୋଚନାର ବିଷୟ ପାଲଟିଛନ୍ତି। ପନ୍ତ ଏବଂ ପୂର୍ବତନ ଉଇକେଟ୍କିପର୍ ବ୍ୟାଟ୍ସମ୍ୟାନ୍ ଏମଏସ ଧୋନୀଙ୍କ ତୁଳନାକୁ ନେଇ ଦୀନେଶ କାର୍ତ୍ତିକ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ରିଷଭ ପନ୍ତ ଏବଂ ଏମଏସ ଧୋନୀଙ୍କ ତୁଳନାରେ କାର୍ତ୍ତିକ କହିଛନ୍ତି, ପନ୍ତ ଏବଂ ଧୋନୀଙ୍କ ମଧ୍ୟରେ ତୁଳନା ଗ୍ରହଣୀୟ ନୁହେଁ। କେବଳ ୩୪ଟି ଟେଷ୍ଟ ଖେଳିଥିବା ବ୍ୟକ୍ତିଙ୍କୁ ମହାନ ବୋଲି କହିବା ଠିକ ନୁହେଁ। ଏହାସହ ଭାରତ ପାଇଁ ଜଣେ ଭଲ ଉଇକେଟ କିପର ବୋଲି କହିବା ଗ୍ରହଣୀୟ ନୁହେଁ। ସମୟ ଆହୁରି ବାକି ଅଛି। କିନ୍ତୁ ନିଶ୍ଚିତ ଭାବେ ସେ ଭାରତ ପାଇଁ ଜଣେ ମହାନ ଉଇକେଟ କିପର ଭାବରେ କ୍ୟାରିୟର୍ ଶେଷ କରିବେ।
କାର୍ତ୍ତିକ ଆହୁରି ମଧ୍ୟ କହିଛନ୍ତି, ଧୋନୀଙ୍କୁ କେବଳ ଉଇକେଟ କିପର ଭାବରେ ଗଣିବା ଉଚିତ୍ ନୁହେଁ। ସେ କେବଳ ଚମତ୍କାର ପ୍ରଦର୍ଶନ କରିନାହାଁନ୍ତି, ଯେତେବେଳେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା, ସେତେବେଳେ ସେ ବ୍ୟାଟିଂ କରି ରନ ସ୍କୋର କରିଥିଲେ।
ପନ୍ତ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟ ଖେଳିଛନ୍ତି। ସେ ୫୮ ଇନିଂସରେ ସେ ହାରାହାରି ୪୪.୭୯ରେ ୨୪୧୯ ରନ ସଂଗ୍ରହ କରିଛନ୍ତି। ସେ ୬ ଶତକ ଏବଂ ୧୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଶେଷ୍ଠ ସ୍କୋର ଅପରାଜିତ ୧୫୯ ରନ।
The post ୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା appeared first on Dharitri Odia News.