ବିଭ୍ରାନ୍ତିକର ବିଜ୍ଞାପନ ମାମଲା, ଯୋଗଗୁରୁ ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ସୁପ୍ରିମ ଆଶ୍ୱସ୍ତି

ନୂଆଦିଲ୍ଲୀ ୧୪/୦୫: ଯୋଗଗୁରୁ ବାବ ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ମିଳିଳା ଆଶ୍ୱସ୍ତି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ବ୍ୟକ୍ତିଗତ ରୂପେ ହାଜର ହେବା ଉପରେ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ତେବେ ଗୋଟିଏ ପଟେ ବାବା ରାମଦେବକୁ ଆଶ୍ୱସ୍ତି ମିଳିଥିବା ବେଳେ ଅନ୍ୟପଟେ କୋର୍ଟ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ଉପରେ ବର୍ଷିଛନ୍ତି । ସୂଚନାଥାଉକି, ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଛାଡ କରିଛନ୍ତି। ଏହାସହ ଯୋଗ କ୍ଷେତ୍ରରେ ବାବା ରାମଦେବଙ୍କ ଅବଦାନକୁ କୋର୍ଟ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନକୁ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଶୁଣାଣି ବେଳେ ସୁପ୍ରିମକୋର୍ଟ ପତଞ୍ଜଳିଙ୍କୁ ଯେଉଁ ଔଷଧଗୁଡ଼ିକର ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ଆଫିଡେଭିଟ ଦାଖଲ କରିବାକୁ ରାମଦେବଙ୍କୁ କହିଛନ୍ତି। ତିନି ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦେବାକୁ ପତଞ୍ଜଳିକୁ କୋର୍ଟ ସମୟ ଦେଇଛନ୍ତି। ପତଞ୍ଜଳି ମାମଲାର ଶୁଣାଣି ସମୟରେ ଉଭୟ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ କୋର୍ଟରେ ହାଜର ହୋଇଥିଲେ । ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମର ଲକ

ବିଭ୍ରାନ୍ତିକର ବିଜ୍ଞାପନ ମାମଲା, ଯୋଗଗୁରୁ ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ସୁପ୍ରିମ ଆଶ୍ୱସ୍ତି

ନୂଆଦିଲ୍ଲୀ ୧୪/୦୫: ଯୋଗଗୁରୁ ବାବ ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ମିଳିଳା ଆଶ୍ୱସ୍ତି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ବ୍ୟକ୍ତିଗତ ରୂପେ ହାଜର ହେବା ଉପରେ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ତେବେ ଗୋଟିଏ ପଟେ ବାବା ରାମଦେବକୁ ଆଶ୍ୱସ୍ତି ମିଳିଥିବା ବେଳେ ଅନ୍ୟପଟେ କୋର୍ଟ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ଉପରେ ବର୍ଷିଛନ୍ତି । 

ସୂଚନାଥାଉକି, ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଛାଡ କରିଛନ୍ତି। ଏହାସହ ଯୋଗ କ୍ଷେତ୍ରରେ ବାବା ରାମଦେବଙ୍କ ଅବଦାନକୁ କୋର୍ଟ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନକୁ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । 

ଶୁଣାଣି ବେଳେ ସୁପ୍ରିମକୋର୍ଟ ପତଞ୍ଜଳିଙ୍କୁ ଯେଉଁ ଔଷଧଗୁଡ଼ିକର ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ଆଫିଡେଭିଟ ଦାଖଲ କରିବାକୁ ରାମଦେବଙ୍କୁ କହିଛନ୍ତି। ତିନି ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦେବାକୁ ପତଞ୍ଜଳିକୁ କୋର୍ଟ ସମୟ ଦେଇଛନ୍ତି। 

ପତଞ୍ଜଳି ମାମଲାର ଶୁଣାଣି ସମୟରେ ଉଭୟ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ କୋର୍ଟରେ ହାଜର ହୋଇଥିଲେ । ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମର ଲକ୍ଷ୍ୟ କେବଳ ଲୋକମାନଙ୍କୁ ସଜାଗ କରିବା। ଲୋକମାନେ ବାବା ରାମଦେବଙ୍କ ଉପରେ ବିଶ୍ୱାସ କରନ୍ତି । ଯୋଗର ପ୍ରଚାର ପ୍ରସାରରେ ବାବା ରାମଦେବ ମଧ୍ୟ ସହଯୋଗ କରିଛନ୍ତି। ଏହା ପରେ ବାବା ରାମଦେବ ସୁପ୍ରିମକୋର୍ଟଙ୍କ ବେଞ୍ଚକୁ ଧନ୍ୟବାଦ ଜଣାଇବା ସହ ଅଭିବାଦନ ଜଣାଇଛନ୍ତି। 

ସେପଟେ ଜଷ୍ଟିସ୍‌ ହିମା କୋହଲି ଓ ଜଷ୍ଟିସ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଆଇଏମ୍‌ଏ ଉପରେ ବର୍ଷିଛନ୍ତି। ଆଇଏମ୍‌ଏ ଅଧ୍ୟକ୍ଷ ଆର୍‌ ବି ଅଶୋକାନ୍‌ଙ୍କ ପ୍ରେସ୍‌ମିଟ୍‌କୁ ନେଇ ସେ ଖୁସି ନାହାନ୍ତି। ଆପଣ ଏଭଳି କିପରି କରିପାରନ୍ତି। ମାମଲା ବିଚାରାଧିନ ଥିବା ବେଳେ ଏବିଷୟରେ ପ୍ରେସ୍‌ମିଟ୍‌ରେ କିଭଳି ଆଲୋଚନା କରିଲେ ବୋଲି ହିମା କୋହଲି ପ୍ରଶ୍ନ କରିଛନ୍ତି।