ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତା ସମେତ ୪ ମୃତ
ଲସ୍ ଏଞ୍ଜେଲ୍ସ: କ୍ୟାରିବିୟାନ୍ ଦ୍ବୀପପୁଞ୍ଜର ସେଣ୍ଟ୍ ଲୁସିଆ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ହଲିଉଡ୍ ଅଭିନେତା ଖ୍ରିଷ୍ଟିଆନ୍ ଅଲିଭରଙ୍କ ସମେତ ମୋଟ ଚାରିଜଣ ପ୍ରାଣ ହରାଇଛନ୍ତି। ଅଲିଭର ନିଜର ଦୁଇ ନାବାଳିକା କନ୍ୟା ମାଦିତା (୧୦) ଓ ଆନ୍ନିକ୍ (୧୨)ଙ୍କ ସହ ଏହି କ୍ଷୁଦ୍ର ବିମାନରେ କ୍ୟାରିବିୟାନ ଦ୍ବୀପପୁଞ୍ଜର ଗ୍ରେନାଡାଇନ୍ସରୁ ସେଣ୍ଟ୍ଲୁସିଆ ଯାତ୍ରା କରୁଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଘଟିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ କ୍ୟାରିବିୟାନ ସାଗରରେ ଖସିପଡିଥିଲା। ଫଳରେ ପିତା, ଦୁଇ କନ୍ୟାଙ୍କ ସମେତ […]

ଲସ୍ ଏଞ୍ଜେଲ୍ସ: କ୍ୟାରିବିୟାନ୍ ଦ୍ବୀପପୁଞ୍ଜର ସେଣ୍ଟ୍ ଲୁସିଆ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ହଲିଉଡ୍ ଅଭିନେତା ଖ୍ରିଷ୍ଟିଆନ୍ ଅଲିଭରଙ୍କ ସମେତ ମୋଟ ଚାରିଜଣ ପ୍ରାଣ ହରାଇଛନ୍ତି। ଅଲିଭର ନିଜର ଦୁଇ ନାବାଳିକା କନ୍ୟା ମାଦିତା (୧୦) ଓ ଆନ୍ନିକ୍ (୧୨)ଙ୍କ ସହ ଏହି କ୍ଷୁଦ୍ର ବିମାନରେ କ୍ୟାରିବିୟାନ ଦ୍ବୀପପୁଞ୍ଜର ଗ୍ରେନାଡାଇନ୍ସରୁ ସେଣ୍ଟ୍ଲୁସିଆ ଯାତ୍ରା କରୁଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଘଟିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ କ୍ୟାରିବିୟାନ ସାଗରରେ ଖସିପଡିଥିଲା। ଫଳରେ ପିତା, ଦୁଇ କନ୍ୟାଙ୍କ ସମେତ ପାଇଲଟ୍ଙ୍କର ମୃତ୍ୟୁ ଘଟିଛି। ୫୧ ବର୍ଷୀୟ ଅଲିଭର ୬୦ରୁ ଅଧିକ ହଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିପାରିଛନ୍ତି।