ବିମାନର ସବୁଠାରୁ ନିରାପଦ ସିଟ୍ କେଉଁଟି ? ଜାଣନ୍ତୁ କେଉଁଠି ବସିଲେ ଦୁର୍ଘଟଣାରୁ ବର୍ତ୍ତିପାରିବେ...
ନୂଆଦିଲ୍ଲୀ ୦୧।୦୧: ଅନେକ ସମୟରେ ଶୁଣିବାକୁ ମିଳୁଛି ବିମାନ ଦୁର୍ଘଟଣା । ନିକଟରେ ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଯାହାକି ସାରା ବିଶ୍ବରେ ପାଲଟିଛି ଚର୍ଚ୍ଚାର ବିଷୟ । ବିମାନରେ ଥିବା ୧୮୧ ଜଣଙ୍କ ମଧ୍ୟରୁ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମାତ୍ର ୨ ଜଣଙ୍କ ଜୀବନ ରକ୍ଷା ପାଇଥିଲା । ଏବେ ପ୍ରଶ୍ନ ଆସୁଛି ମାତ୍ର ୨ ଜଣ କ୍ରୁ ମେମ୍ବର କିପରି ବର୍ତ୍ତିଗଲେ ? ସେମାନେ କେଉଁଠି ବସିଥିଲେ ? ବିମାନର ସବୁଠାରୁ ନିରାପଦ ସିଟ୍ କେଉଁଟି ?ରିପୋର୍ଟ ଅନୁଯାୟୀ ଏହି ଦୁଇ ଜଣ କ୍ରୁ ମେମ୍ବର ବିମାନର ପଛ ଭାଗରେ ଥିବା କ୍ରୁ ମେମ୍ବର ସିଟ୍ରେ ବସିଥିଲେ । ଆଉ ସିଟ୍ ବେଲ୍ଟ ତଥା ସେଫଟି ବେଲ୍ଟ ଲଗାଇଥିଲେ । ଯେଉଁଥି ପାଇଁକି ଉଭୟ କ୍ରୁ ମେମ୍ବର ବର୍ତ୍ତି ଯାଇଥିଲେ । ବିମାନରେ ସବୁଠୁ ନିରାପଦ ତଥା ଭଲ ସିଟ୍ ହେଉଛି ପଛରେ ଥିବା କ୍ରୁ ମେମ୍ବର ସିଟ୍ । ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ବା (FAA)ର ଏକ ରିପୋର୍ଟ ଅନୁଯାୟୀ ଯେଉଁମାନେ ବିମାନର ସବା ଶେଷରେ ବସନ୍ତି ସେମାନଙ୍କର ବଞ୍ଚିଯିବାର ସମ୍ଭାବନା ୬୧% ରହିଛି । ସେହିଭଳି ଯେଉଁମାନେ ମଝିରେ ବସନ୍ତି ସେମାନଙ୍କର ବଞ୍ଚିବାର ସମ୍ଭାବନା ୬୧ ପ୍ରତିଶତ ଏବଂ ଯେଉଁମାନେ ସବା ଆଗରେ ବସନ୍ତି ବା ପାଇଲଟଙ୍କ ପାଖାପାଖି ବସନ୍ତି ସମାନଙ୍କର ବଞ୍ଚିବା ସମ୍ଭାବନା ୬୨ ପ୍ରତିଶତ ରହିଥାଏ ।
ନୂଆଦିଲ୍ଲୀ ୦୧।୦୧: ଅନେକ ସମୟରେ ଶୁଣିବାକୁ ମିଳୁଛି ବିମାନ ଦୁର୍ଘଟଣା । ନିକଟରେ ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଯାହାକି ସାରା ବିଶ୍ବରେ ପାଲଟିଛି ଚର୍ଚ୍ଚାର ବିଷୟ । ବିମାନରେ ଥିବା ୧୮୧ ଜଣଙ୍କ ମଧ୍ୟରୁ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମାତ୍ର ୨ ଜଣଙ୍କ ଜୀବନ ରକ୍ଷା ପାଇଥିଲା । ଏବେ ପ୍ରଶ୍ନ ଆସୁଛି ମାତ୍ର ୨ ଜଣ କ୍ରୁ ମେମ୍ବର କିପରି ବର୍ତ୍ତିଗଲେ ? ସେମାନେ କେଉଁଠି ବସିଥିଲେ ? ବିମାନର ସବୁଠାରୁ ନିରାପଦ ସିଟ୍ କେଉଁଟି ?
ରିପୋର୍ଟ ଅନୁଯାୟୀ ଏହି ଦୁଇ ଜଣ କ୍ରୁ ମେମ୍ବର ବିମାନର ପଛ ଭାଗରେ ଥିବା କ୍ରୁ ମେମ୍ବର ସିଟ୍ରେ ବସିଥିଲେ । ଆଉ ସିଟ୍ ବେଲ୍ଟ ତଥା ସେଫଟି ବେଲ୍ଟ ଲଗାଇଥିଲେ । ଯେଉଁଥି ପାଇଁକି ଉଭୟ କ୍ରୁ ମେମ୍ବର ବର୍ତ୍ତି ଯାଇଥିଲେ । ବିମାନରେ ସବୁଠୁ ନିରାପଦ ତଥା ଭଲ ସିଟ୍ ହେଉଛି ପଛରେ ଥିବା କ୍ରୁ ମେମ୍ବର ସିଟ୍ ।
ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ବା (FAA)ର ଏକ ରିପୋର୍ଟ ଅନୁଯାୟୀ ଯେଉଁମାନେ ବିମାନର ସବା ଶେଷରେ ବସନ୍ତି ସେମାନଙ୍କର ବଞ୍ଚିଯିବାର ସମ୍ଭାବନା ୬୧% ରହିଛି । ସେହିଭଳି ଯେଉଁମାନେ ମଝିରେ ବସନ୍ତି ସେମାନଙ୍କର ବଞ୍ଚିବାର ସମ୍ଭାବନା ୬୧ ପ୍ରତିଶତ ଏବଂ ଯେଉଁମାନେ ସବା ଆଗରେ ବସନ୍ତି ବା ପାଇଲଟଙ୍କ ପାଖାପାଖି ବସନ୍ତି ସମାନଙ୍କର ବଞ୍ଚିବା ସମ୍ଭାବନା ୬୨ ପ୍ରତିଶତ ରହିଥାଏ ।