ବିମାନରେ ଫାଟିଲା ଲାପଟପ, ଯାତ୍ର୍ରୀ ଭୟଭିତ
ସାନ ଫ୍ୟାନସିସକୋ,୧୩।୭: ଆମେରିକାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଆମି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପ ବିସ୍ଫୋରଣ ହୋଇ ଧୂଆଁ ବାହାରିବା ଆରମ୍ଭ କରିଥିଲା। ସୂଚନଯୋଗ୍ୟ, ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପରୁ ହଠାତ୍ ଧୂଆଁ ବାହାରିବା ଆରମ୍ଭ କଲା, ପରେ ବିମାନକୁ ସ୍ଥାନାନ୍ତର କରିବାକୁ ପଡିଲା। ଆମେରିକୀୟ ଏୟାରଲାଇନ୍ସ ସୂଚନା ଦେଇ କହିଛି ଯେ ଯେତେବେଳେ ଯାତ୍ରୀମାନେ ବିମାନରେ ଚଢୁଥିଲେ ସେତେବେଳେ କ୍ରୁ ସଦସ୍ୟ ଲାପଟପରୁ […] The post ବିମାନରେ ଫାଟିଲା ଲାପଟପ, ଯାତ୍ର୍ରୀ ଭୟଭିତ appeared first on Dharitri Odia News.
ସାନ ଫ୍ୟାନସିସକୋ,୧୩।୭: ଆମେରିକାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଆମି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପ ବିସ୍ଫୋରଣ ହୋଇ ଧୂଆଁ ବାହାରିବା ଆରମ୍ଭ କରିଥିଲା। ସୂଚନଯୋଗ୍ୟ, ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପରୁ ହଠାତ୍ ଧୂଆଁ ବାହାରିବା ଆରମ୍ଭ କଲା, ପରେ ବିମାନକୁ ସ୍ଥାନାନ୍ତର କରିବାକୁ ପଡିଲା।
ଆମେରିକୀୟ ଏୟାରଲାଇନ୍ସ ସୂଚନା ଦେଇ କହିଛି ଯେ ଯେତେବେଳେ ଯାତ୍ରୀମାନେ ବିମାନରେ ଚଢୁଥିଲେ ସେତେବେଳେ କ୍ରୁ ସଦସ୍ୟ ଲାପଟପରୁ ଧୂଆଁ ବାହାରୁଥିବା ଖବର ଦେଇଥିଲେ। ସୂଚନା ପାଇବା ମାତ୍ରେ ବିମାନରେ ବିଶୃଙ୍ଖଳା ଦେଖାଦେଇଥିଲା। କୁହାଯାଇଥିଲା ଯେ ଆମେରିକୀୟ ଏୟାରଲାଇନ୍ସର ବିମାନ ନମ୍ବର ୨୯୪୫ ରାତି ୧୨ଟା ୧୫ରେ ସାନ ଫ୍ରାନ୍ସିସ୍କୋରୁ ମିଆମି ଅଭିମୁଖେ ଯାତ୍ରା କରିବାରଥିଲା।
ଆମେରିକା ଏୟାରଲାଇନ୍ସ କହିଛି ଯେ ଜରୁରୀକାଳୀନ ସ୍ଲାଇଡ ଏବଂ ଜେଟ ବ୍ରିଜ ମାଧ୍ୟମରେ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି। ବିମାନରୁ ବାହାରିବା ସମୟରେ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା। ଏହି ସମୟରେ ଅନ୍ୟ ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ।
The post ବିମାନରେ ଫାଟିଲା ଲାପଟପ, ଯାତ୍ର୍ରୀ ଭୟଭିତ appeared first on Dharitri Odia News.