ବିରଜା ମାଟିରୁ ଶିବରାଜଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ

ଯାଜପୁର: ଯାଜପୁରରୁ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ। କୁସୁମାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀଙ୍କୁ ଶାଣିତ ସ୍ୱରରେ କଟାକ୍ଷ କରିଛନ୍ତି ପାଣ୍ଡିଆନ। ଯାଜପୁର କୁସୁମାରେ ସାଧାରଣ ସଭାରେ ଯୋଗଦେଇ ନାଁ ନନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି 5T ଅଧ୍ଯକ୍ଷ । ଓଡ଼ିଶାରେ ବିଜେପି ସରକାର ଗଠନ ସ୍ବପ୍ନକୁ କଟାକ୍ଷ କରିବା ସହ ପୂର୍ବତନ ମୁଖ୍ଯମନ୍ତ୍ରୀ ଥରେ ଯାଜପୁର ବୁଲିକି ଯାଆନ୍ତୁ […]

ବିରଜା ମାଟିରୁ ଶିବରାଜଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ
Pandians criticism reply to Shivraj from Birja Mati

ଯାଜପୁର: ଯାଜପୁରରୁ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ। କୁସୁମାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀଙ୍କୁ ଶାଣିତ ସ୍ୱରରେ କଟାକ୍ଷ କରିଛନ୍ତି ପାଣ୍ଡିଆନ। ଯାଜପୁର କୁସୁମାରେ ସାଧାରଣ ସଭାରେ ଯୋଗଦେଇ ନାଁ ନନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି 5T ଅଧ୍ଯକ୍ଷ । ଓଡ଼ିଶାରେ ବିଜେପି ସରକାର ଗଠନ ସ୍ବପ୍ନକୁ କଟାକ୍ଷ କରିବା ସହ ପୂର୍ବତନ ମୁଖ୍ଯମନ୍ତ୍ରୀ ଥରେ ଯାଜପୁର ବୁଲିକି ଯାଆନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ ।

କ୍ଷମତା ନୁହେଁ, କି ଚୌକି ଲୋଭ ନୁହେଁ । ଲୋକଙ୍କ ସେବା ହିଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଳମନ୍ତ୍ର । ସରକାର ଗଠନ ନୁହେଁ ବରଂ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ସମର୍ପଣ ଲୋକଙ୍କ ଆଶୀର୍ବାଦ ପାଉଛି । କ୍ଷମତା ପଛରେ ନଦୌଡ଼ି ସେ ଓଡ଼ିଶାର ବିକାଶ ପାଇଁ ଚିନ୍ତା କରୁଛନ୍ତି । ଏ ବୟସରେ ବି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ଯେଉଁଥିପାଇଁ ୨୪ ବର୍ଷ ଧରି ଓଡ଼ିଶାବାସୀ ତାଙ୍କୁ ଭରସା କରିଛନ୍ତି । କ୍ଷମତାଲୋଭୀଙ୍କୁ ଆଗାମୀଦିନରେ ଜନତା ଜବାବ ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

କୁସୁମାରେ ଯାଜପୁର ବିକାଶର ହିସାବ ଦେଇଛନ୍ତି 5T ଅଧ୍ୟକ୍ଷ । ଜନଅଭିଯୋଗ ଶୁଣାଣିରେ ଲୋକ ଦେଇଥିବା ୨୫୪୦ ଦରଖାସ୍ତ ମଧ୍ଯରୁ ୨୩୦୦ଟିର ସମାଧାନ ହୋଇଛି । ୬ ମାସ ମଧ୍ୟରେ ଯାଜପୁର ଜିଲ୍ଲା ପାଇଁ ୬୧୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।ଯାଜପୁର ବିରଜା ମନ୍ଦିର ରୂପାନ୍ତରଣ ଓ ବାରହା ନଦୀର ଦ୍ଵୀପାଞ୍ଚଳର ବିକାଶ ଲାଗି ୧୫ କୋଟି ଟଙ୍କା ଅନୁମୋଦନ ହୋଇଛି । ଚଣ୍ଡିଖୋଲ ମହାବିନାୟକ, ଦଶରଥପୁରର ସିଦ୍ଧେଶ୍ଵର, ବିଂଝାରପୁର ବରୁଣେଶ୍ଵର ଆଦି ଧାର୍ମିକ ପୀଠସହ ସାମଗ୍ରିକ ବିକାଶ ପାଇଁ ବିପୁଳ ଅର୍ଥ ମଞ୍ଜୁର ହୋଇଛି । ନୂଆ ଓଡ଼ିଶାରେ ବିକାଶର ମାଇଲଖୁଣ୍ଟ ସାଜିଛି ଯାଜପୁର । ଆଗାମୀ ଦିନରେ ଯାଜପୁର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ସଶକ୍ତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି 5T ଅଧ୍ୟକ୍ଷ ।