ହୋଲି ଉତ୍ସବ ପାଇଁ ଅନୁମତି ଦେଲାନି କଲେଜ, ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଛାତ୍ରୀଛାତ୍ର ଦେଲେ ଧମକ
ନୂଆଦିଲ୍ଲୀ,୬।୩: ଆଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟି (ଏଏମ୍ୟୁ) ପରିସରରେ ହୋଲି ମିଳନ ଉତ୍ସବ ପାଳନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ବିବାଦ ସୃଷ୍ଟି ହୋଇଛି। ହିନ୍ଦୁମାନଙ୍କ ପ୍ରତି ପ୍ରଶାସନ ପାତରଅନ୍ତର କରୁଥିବା କେତେଜଣ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଅନୁମତି ନ ମିଳିଲେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇବେ ବୋଲି ଧମକ ଦେଇଛନ୍ତି। ଗତ ମାସ ୨୫ରେ ହିନ୍ଦୁ ଛାତ୍ରୀଛାତ୍ରଙ୍କ ତରଫରୁ ଅଖିଲ କୌଶଲ ନାମକ ମାଷ୍ଟର ଡିଗ୍ରୀ ଛାତ୍ର ୟୁନିଭର୍ସିଟି ପ୍ରୋକ୍ଟରଙ୍କ ଜରିଆରେ କୁଳପତିଙ୍କୁ […] The post ହୋଲି ଉତ୍ସବ ପାଇଁ ଅନୁମତି ଦେଲାନି କଲେଜ, ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଛାତ୍ରୀଛାତ୍ର ଦେଲେ ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୬।୩: ଆଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟି (ଏଏମ୍ୟୁ) ପରିସରରେ ହୋଲି ମିଳନ ଉତ୍ସବ ପାଳନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ବିବାଦ ସୃଷ୍ଟି ହୋଇଛି। ହିନ୍ଦୁମାନଙ୍କ ପ୍ରତି ପ୍ରଶାସନ ପାତରଅନ୍ତର କରୁଥିବା କେତେଜଣ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଅନୁମତି ନ ମିଳିଲେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇବେ ବୋଲି ଧମକ ଦେଇଛନ୍ତି। ଗତ ମାସ ୨୫ରେ ହିନ୍ଦୁ ଛାତ୍ରୀଛାତ୍ରଙ୍କ ତରଫରୁ ଅଖିଲ କୌଶଲ ନାମକ ମାଷ୍ଟର ଡିଗ୍ରୀ ଛାତ୍ର ୟୁନିଭର୍ସିଟି ପ୍ରୋକ୍ଟରଙ୍କ ଜରିଆରେ କୁଳପତିଙ୍କୁ ପତ୍ର ଲେଖି ମାର୍ଚ୍ଚ ୯ରେ ହୋଲି ମିଳନ ଉତ୍ସବ ବିଶ୍ୱବିଦ୍ୟାଳୟର ଏନ୍ଆର୍ଏସ୍ସି କ୍ଲବ୍ରେ ଆୟୋଜନ କରିବାକୁ ଅନୁମତି ମାଗିଥିଲେ। ତେବେ କ୍ୟାମ୍ପସ୍ ପରିସରରେ ହୋଲି ଉତ୍ସବ ପାଇଁ ଅନୁମତି ନ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଛାତ୍ରୀଛାତ୍ରଙ୍କୁ ଜଣାଇଦିଆଯାଇଥିଲା। ଏଏମ୍ୟୁରେ ଅନ୍ୟ ଧର୍ମର ଉତ୍ସବ ହେଉଥିବାବେଳେ ହିନ୍ଦୁ ଛାତ୍ରୀଛାତ୍ର ଏହାର ବିରୋଧ କରି ନ ଥାନ୍ତି। ତେବେ ହିନ୍ଦୁ ଛାତ୍ରୀଛାତ୍ରଙ୍କ ହୋଲି ମିଳନ ସମାରୋହ ଆୟୋଜନରୁ ବଞ୍ଚତ୍ତ କରାଯାଉଛି କ’ଣ ପାଇଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଏଏମ୍ୟୁକୁ ମିନି ଇଣ୍ଡିଆ କହିଥିଲେ। ତେଣୁ ଏଏମ୍ୟୁ କୁଳପତି ପ୍ରଫେସର ନଇମା ଖାତୁନ୍ ସବୁ ଧର୍ମକୁ ସମ୍ମାନ ଦେଇ ହୋଲି ଉତ୍ସବ ପାଇଁ ଅନୁମତି ଦିଅନ୍ତୁ ବୋଲି ଛାତ୍ରୀଛାତ୍ର ଦାବି କରିଛନ୍ତି।
The post ହୋଲି ଉତ୍ସବ ପାଇଁ ଅନୁମତି ଦେଲାନି କଲେଜ, ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଛାତ୍ରୀଛାତ୍ର ଦେଲେ ଧମକ appeared first on Dharitri Odia News.