ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ର କରି ଉତ୍ତେଜନା
ଯାଜପୁର ଟାଉନ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ର କରି ଉତ୍ତେଜନା। ୪ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଘରୋଇ ହାଟକୁ ସନ୍ଥମାଧବକୁ ସ୍ଥାନାନ୍ତର ପରେ ଏହାକୁ ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଦିଆଯିବାକୁ ସ୍ଥିର କରାଯାଇଥିଲା । କିନ୍ତୁ ନିର୍ବାଚନ ପରେ ଏଠାରେ ହାଟ କରିବା ପାଇଁ ଜିଦ୍ ଧରିଛନ୍ତି କେତେକ ଗୋଷ୍ଠୀ। ଯେଉଁ ଜମି […] The post ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ର କରି ଉତ୍ତେଜନା appeared first on KNews Odisha.

ଯାଜପୁର ଟାଉନ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ର କରି ଉତ୍ତେଜନା। ୪ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଘରୋଇ ହାଟକୁ ସନ୍ଥମାଧବକୁ ସ୍ଥାନାନ୍ତର ପରେ ଏହାକୁ ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଦିଆଯିବାକୁ ସ୍ଥିର କରାଯାଇଥିଲା ।
କିନ୍ତୁ ନିର୍ବାଚନ ପରେ ଏଠାରେ ହାଟ କରିବା ପାଇଁ ଜିଦ୍ ଧରିଛନ୍ତି କେତେକ ଗୋଷ୍ଠୀ। ଯେଉଁ ଜମି ପରିକ୍ରମା ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଛି ସେହି ସ୍ଥାନରେ ଅନ୍ୟ କୌଣସି କାମ କରିବାକୁ ଦିଆଯିବ ନାହିଁ ବୋଲି ଅନ୍ୟ ଏକ ଗୋଷ୍ଠୀ ଦାବି କରିଛନ୍ତି। ଗତକାଲି ଏଠାରେ ସାନି ହାଟ ପ୍ରତିଷ୍ଠା ପାଇଁ ପ୍ରଚାର କରାଯାଇଥିଲା। ଆଜି ସକାଳୁ ହାଟ ଆରମ୍ଭ ହେବା ମାତ୍ରେ ଏହାର ବିରୋଧ କରାଯାଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଅବସ୍ଥା ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ଦେଖି ପ୍ରଶାସନ ହାଟକୁ ବନ୍ଦ କରିଥିଲା।
The post ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ର କରି ଉତ୍ତେଜନା appeared first on KNews Odisha.