ବିରଳ ଅଲିଭ ରିଡଲେ କଇଁଛଙ୍କ ଅମର ଆତ୍ମାର ସଦଗତି ପାଇଁ ପିଣ୍ଡ ଦାନ କଲେ ପରିବେଶବିତ

କୋଣାର୍କ : ମଣ୍ଡଳ ପଡିଛି, ଧୂପ ଦୀପ ବି ଲାଗିଛି । ଦୁବ, ଚାଉଳ ସାଙ୍ଗକୁ ଫୁଲ ଆଉ ଚନ୍ଦନ ସହ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ କୂଳରେ ଚାଲିଛି ତିଳ ତର୍ପଣ । ଆଗରେ ପରିବେଶବିତ ଏବଂ ପଛରେ ପ୍ରତିବାଦର ବ୍ୟାନର । ଏହା କୌଣସି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ବିରଳ ଅଲିଭ ରିଡଲେ କଇଁଛଙ୍କ ଅମର ଆତ୍ମାର ସଦଗତି କାମନାର କାର୍ଯ୍ୟକ୍ରମ । ଅଣ୍ଡା ଦେବାକୁ ଆସୁଛନ୍ତି କଇଁଛ କିନ୍ତୁ ବେଳାଭୂମିରେ ଲିଭି […] The post ବିରଳ ଅଲିଭ ରିଡଲେ କଇଁଛଙ୍କ ଅମର ଆତ୍ମାର ସଦଗତି ପାଇଁ ପିଣ୍ଡ ଦାନ କଲେ ପରିବେଶବିତ appeared first on KNews Odisha.

ବିରଳ ଅଲିଭ ରିଡଲେ କଇଁଛଙ୍କ ଅମର ଆତ୍ମାର ସଦଗତି ପାଇଁ ପିଣ୍ଡ ଦାନ କଲେ ପରିବେଶବିତ
pinda dana

କୋଣାର୍କ : ମଣ୍ଡଳ ପଡିଛି, ଧୂପ ଦୀପ ବି ଲାଗିଛି । ଦୁବ, ଚାଉଳ ସାଙ୍ଗକୁ ଫୁଲ ଆଉ ଚନ୍ଦନ ସହ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ କୂଳରେ ଚାଲିଛି ତିଳ ତର୍ପଣ । ଆଗରେ ପରିବେଶବିତ ଏବଂ ପଛରେ ପ୍ରତିବାଦର ବ୍ୟାନର । ଏହା କୌଣସି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ବିରଳ ଅଲିଭ ରିଡଲେ କଇଁଛଙ୍କ ଅମର ଆତ୍ମାର ସଦଗତି କାମନାର କାର୍ଯ୍ୟକ୍ରମ । ଅଣ୍ଡା ଦେବାକୁ ଆସୁଛନ୍ତି କଇଁଛ କିନ୍ତୁ ବେଳାଭୂମିରେ ଲିଭି ଯାଉଛି ସେମାନଙ୍କ ଜୀବନ ଦୀପ । ହ୍ୟାଟ୍ରିକ ଛୁଇଁଛି ଚଳିତ ବର୍ଷ କଇଁଛ ମୃତ୍ୟୁ । ମୃତ କଇଁଛ କେଉଁଠି ବୁଲା କୁକୁର ଖାଉଛନ୍ତି ତ କେଉଁଠି ପଚି ଯାଇ ଦୁର୍ଗନ୍ଧ ସୃଷ୍ଟି କରୁଛି ପରିବେଶ ।

ଅନେକ ସମୟରେ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନ କରାଯାଉଛି ହେଲେ, ସମୁଦ୍ର ମଧ୍ୟରେ ମାଳ ମାଳ ଟ୍ରଲର, ଶହ ଶହ ଜାଲ । ଗୋଟେ ପଟେ ବିଦ୍ଧି ବ୍ୟବସ୍ଥା କଇଁଛ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ନାରା ଦେଇ ସମୁଦ୍ର ମଧ୍ୟରେ ଶୀତ ଋତୁରେ ମାଛ ଧରା ବନ୍ଦ କରିଥିବାବେଳେ, ଅପରପଟେ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଚାଲିଛି ବେଆଇନ ମାଛ ଧରା । ଯାହା କଇଁଛ ମୃତ୍ୟୁର ବଡ଼ କାରଣ ବୋଲି ବାରମ୍ବାର ଅଭିଯୋଗ ଏବଂ ପ୍ରତିବାଦ ସତ୍ତ୍ୱେ ପ୍ରଶାସନ ନଶୁଣିବା ହେତୁ ବର୍ଷ ବର୍ଷ ଧରି ମୃତ୍ୟୁବରଣ କରିଥିବା ସମସ୍ତ କଇଁଛଙ୍କ ପାଇଁ ତିଳ ତର୍ପଣ ଅର୍ପଣ କରି ପ୍ରଶାସନକୁ ଲଜ୍ଜିତ କରାଇଛନ୍ତି ପରିବେଶବିତ ।

ଏ ନେଇ ଆମେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ପଚାରିବା ପରେ ବି ସେମାନେ କ୍ୟାମେରା ସମ୍ମୁଖରେ କୌଣସି ଉତ୍ତର ରଖିବାକୁ ନାରାଜ । କାହିଁକି କେଜାଣି ଏଭଳି ନିରୀହ ଜୀବଙ୍କ ଉପରେ ଖେଳ ଖେଳୁଛନ୍ତି ସେମାନେ ତାହା ତାଙ୍କୁ ହିଁ ଜଣା । କେବେ ହେବ ଏହାର ସମାଧାନ ତାହା କେବଳ ଦେଖିବାକୁ ବାକି ରହିଲା ।

ପରିବେଶର ସନ୍ତୁଳନ ବଜାୟ ରଖିବାରେ ଅଲିଭ ରିଡଲେ କଇଁଛଙ୍କର ରହିଛି ଅନନ୍ୟ ଅବଦାନ । ସାମୁଦ୍ରିକ ଜୀବ ଭାବେ ପରିବେଶ ପାଇଁ ଏହି ବିରଳ ପ୍ରଜାତିର ସ୍ୱତନ୍ତ୍ର ଅବଦାନ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଖର୍ଚ୍ଚ କରିଚାଲିଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ କଇଁଛ ମୃତ୍ୟୁ ଏବେ ଶିଖର ଛୁଇଁଥିବାରୁ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ପରିବେଶବିତ । ଏହି ଘଟଣାକୁ ନେଇ କୋଣାର୍କରେ କିଭଳି ଅଭିନଵ ଉପାୟରେ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ଟାର୍ଗେଟ କରି ଏଭଳି ନିଆରା ପ୍ରତିବାଦ ଜଣାଇଛନ୍ତି ପରିବେଶବିତ ।

 

The post ବିରଳ ଅଲିଭ ରିଡଲେ କଇଁଛଙ୍କ ଅମର ଆତ୍ମାର ସଦଗତି ପାଇଁ ପିଣ୍ଡ ଦାନ କଲେ ପରିବେଶବିତ appeared first on KNews Odisha.