ଆମେରିକାରେ ଗୁଳିକାଣ୍ଡ: ୮ ମୃତ, ୨୩ ଆହତ

ଆମେରିକାରେ ପୁଣି ଗୁଳିମାଡ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଜୋଲିଏଟ ପୋଲିସ ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ଖବର ମୁତାବକ, ଇଲ୍ଲିନୋଏସ ପ୍ରାନ୍ତର ଚିକାଗୋ ସ୍ଥିତ ଜୋଲିଏଟରେ ଆଖିବୁଜା ଗୁଳିଚାଳନା କରିଥିଲେ ଦୁର୍ବୃତ୍ତ । ଏକ କାରରେ ଆସି ଜନଗହଳିପୂର୍ଣ୍ଣ ସ୍ଥାନ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୮ ଜଣଙ୍କ ମୃତ୍ୟୁ […] The post ଆମେରିକାରେ ଗୁଳିକାଣ୍ଡ: ୮ ମୃତ, ୨୩ ଆହତ appeared first on KNews Odisha.

ଆମେରିକାରେ ଗୁଳିକାଣ୍ଡ: ୮ ମୃତ, ୨୩ ଆହତ
firing

ଆମେରିକାରେ ପୁଣି ଗୁଳିମାଡ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଜୋଲିଏଟ ପୋଲିସ ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି ।

ଖବର ମୁତାବକ, ଇଲ୍ଲିନୋଏସ ପ୍ରାନ୍ତର ଚିକାଗୋ ସ୍ଥିତ ଜୋଲିଏଟରେ ଆଖିବୁଜା ଗୁଳିଚାଳନା କରିଥିଲେ ଦୁର୍ବୃତ୍ତ । ଏକ କାରରେ ଆସି ଜନଗହଳିପୂର୍ଣ୍ଣ ସ୍ଥାନ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୩ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୀଡିତଙ୍କ ମୃତଦେହ ତିନଟି ଅଲଗା ଅଲଗା ସ୍ଥାନରେ ମିଳିଛି । ଗୁଳିମାଡ କରିଥିବା ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଦୁର୍ବୃତ୍ତକୁ ଖୋଜିବା ପାଇଁ ପୋଲିସ ସୋସିଆଲ ମିଡିଆରେ ଚେତାବନୀ ଜାରି କରିଛି । ପୋଲିସ କହିଛି କି, ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ବିଲ୍‌ କାଉଣ୍ଟି ଘରେ ମିଳିଥିବା ବେଳେ ଅନ୍ୟ ୭ ଜଣଙ୍କ ମୃତଦେହ ଜେଲିଟ ସ୍ଥିତ ଦୁଇଟି ଘରେ ମିଳିଛି ।

ଫେସବୁକରେ ପୋଷ୍ଟ କରି ଜୋଲିୟଟ ପୋଲିସ କହିଛି, ମୃତ ମିଳିଥିବା ଲୋକମାନଙ୍କ ଯାଞ୍ଚ କରୁଛି । ଏହାସହିତ ସନ୍ଦିଗ୍ଧ ଆରୋପୀର ଫଟୋ ମଧ୍ୟ ସେୟାର କରିଛି । ଅଭିଯୁକ୍ତର ଗାଡିର ପରିଚୟ ମିଳିଛି । ୨୩ ବର୍ଷୀୟ ଯୁବକ ଏଭଳି କାଣ୍ଡ ଘଟାଇଛି ।

The post ଆମେରିକାରେ ଗୁଳିକାଣ୍ଡ: ୮ ମୃତ, ୨୩ ଆହତ appeared first on KNews Odisha.