ବିରସା ମୁଣ୍ଡାଙ୍କ ପଣନାତି ମଙ୍ଗଲ ମୁଣ୍ଡାଙ୍କ ପରଲୋକ, ରାଞ୍ଚୀ RIMS ରେ ତ୍ୟାଗ କଲେ ଶେଷ ନିଶ୍ୱାସ
ରାଞ୍ଚୀ ୨୯।୧୧: ଆଦିବାସୀ ନେତା ବିରସା ମୁଣ୍ଡାଙ୍କ ପଣନାତି ମଙ୍ଗଲ ମୁଣ୍ଡାଙ୍କର ଶୁକ୍ରବାର ରାଞ୍ଚୀ ରାଜେନ୍ଦ୍ର ଆୟୁର୍ବିଜ୍ଞାନ ସଂସ୍ଥାନ (ରିମସ୍)ରେ ପରଲୋକ ହୋଇଛି। ୪୫ବର୍ଷ ବୟଷ୍କ ମଙ୍ଗଲ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ରାତି ପ୍ରାୟ ସାଢେ ୧୨ଟା ବେଳେ ହୃଦୟଗତି ଥମିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିସମ ପକ୍ଷରୁ ସୂଚନା ଦିଆଯାଇଛି। ଭାଇ କାନୁ ମୁଣ୍ଡା ସୋସିଆଲ ମିଡିଆରେ ଦେଇଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ସାଇକୋ ଥାନା ଅଞ୍ଚଳର ପିଡିହାତୁ ମୋଡ ନିକଟରେ ମଙ୍ଗଲ ମୁଣ୍ଡା ସୋମବାର ସନ୍ଧ୍ୟାରେ ଏକ ଯାତ୍ରୀ ବାହନ ଛାତରୁ ଖସିପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ରିମସ୍ ପହଞ୍ଚି ମଙ୍ଗଲ ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସମୀକ୍ଷା କରିଥିଲେ। भगवान बिरसा मुंडा जी के वंशज मंगल मुंडा जी के निधन से अत्यंत दुख हुआ है। उनका जाना उनके परिवार के साथ ही झारखंड के जनजातीय समाज के लिए भी अपूरणीय क्षति है। शोक की इस घड़ी में ईश्वर उनके परिजनों को संबल प्रदान करे। ओम शांति!— Narendra Modi (@narendramodi) November 29, 2024ମଙ୍ଗଲ ମୁଣ୍ଡାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋ
ରାଞ୍ଚୀ ୨୯।୧୧: ଆଦିବାସୀ ନେତା ବିରସା ମୁଣ୍ଡାଙ୍କ ପଣନାତି ମଙ୍ଗଲ ମୁଣ୍ଡାଙ୍କର ଶୁକ୍ରବାର ରାଞ୍ଚୀ ରାଜେନ୍ଦ୍ର ଆୟୁର୍ବିଜ୍ଞାନ ସଂସ୍ଥାନ (ରିମସ୍)ରେ ପରଲୋକ ହୋଇଛି। ୪୫ବର୍ଷ ବୟଷ୍କ ମଙ୍ଗଲ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ରାତି ପ୍ରାୟ ସାଢେ ୧୨ଟା ବେଳେ ହୃଦୟଗତି ଥମିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିସମ ପକ୍ଷରୁ ସୂଚନା ଦିଆଯାଇଛି।
ଭାଇ କାନୁ ମୁଣ୍ଡା ସୋସିଆଲ ମିଡିଆରେ ଦେଇଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ସାଇକୋ ଥାନା ଅଞ୍ଚଳର ପିଡିହାତୁ ମୋଡ ନିକଟରେ ମଙ୍ଗଲ ମୁଣ୍ଡା ସୋମବାର ସନ୍ଧ୍ୟାରେ ଏକ ଯାତ୍ରୀ ବାହନ ଛାତରୁ ଖସିପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ରିମସ୍ ପହଞ୍ଚି ମଙ୍ଗଲ ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସମୀକ୍ଷା କରିଥିଲେ।
भगवान बिरसा मुंडा जी के वंशज मंगल मुंडा जी के निधन से अत्यंत दुख हुआ है। उनका जाना उनके परिवार के साथ ही झारखंड के जनजातीय समाज के लिए भी अपूरणीय क्षति है। शोक की इस घड़ी में ईश्वर उनके परिजनों को संबल प्रदान करे। ओम शांति!— Narendra Modi (@narendramodi) November 29, 2024
ମଙ୍ଗଲ ମୁଣ୍ଡାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକଟ କରିଥିବା ବେଳେ ଏକ୍ସରେ ଏକ ଶୋକବାର୍ତ୍ତା ପୋଷ୍ଟ କରିଛନ୍ତି। ମଙ୍ଗଲ ମୁଣ୍ଡା ନଭେମ୍ବର ୨୫ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ରାଞ୍ଚୀ ରିମସରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଥିଲେ। ତେବେ ରିମସ୍ ଚିକିତ୍ସା ଅଧିକ୍ଷକ ଡା.ହୀରେନ ବିରୁଆ କହିଛନ୍ତି ଯେ ବିରସା ମୁଣ୍ଡାଙ୍କ ବଂଶଜ ମଙ୍ଗଲ ମୁଣ୍ଡାଙ୍କର ରାତି ପାଖାପାଖି ସାଢେ ୧୨ଟା ବେଳେ ହୃଦଗତି ଥମିୟିବାରୁ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ମଙ୍ଗଲ ମୁଣ୍ଡାଙ୍କ ପରୋଲକରେ ଶୋକ ପ୍ରକଟ କରିଛନ୍ତି।
रिम्स में इलाजरत भगवान बिरसा मुंडा के वंशज श्री मंगल मुंडा जी के निधन की खबर से अत्यंत दुखी हूं।
मरांग बुरु दिवंगत आत्मा को शांति प्रदान कर शोकाकुल परिवारजनों को दुःख की यह विकट घड़ी सहन करने की शक्ति दें।— Hemant Soren (@HemantSorenJMM) November 29, 2024
ରିମସ୍ ଚିକିତ୍ସକଙ୍କ ଅନୁସାରେ ମଙ୍ଗଲ ମୁଣ୍ଡାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା ଓ ମସ୍ତିଷ୍କର ଉଭୟ ପାର୍ଶ୍ୱରେ ରକ୍ତ ଜମାଟ ବାନ୍ଧିଥିଲା। ମଙ୍ଗଳବାର ରିମସ୍ ନ୍ୟୁରୋ ସର୍ଜରୀ ବିଭାଗ ଅଧ୍ୟକ୍ଷ ଡା. ଆନନ୍ଦ ପ୍ରକାଶଙ୍କ ନେତୃତ୍ୱରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ଗୁରୁତର ଆହତ ମଙ୍ଗଲ ମୁଣ୍ଡାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ମଙ୍ଗଲ ମୁଣ୍ଡାଙ୍କୁ ବଞ୍ଚାଇବା ପାଇଁ ଆମେ ଯଥାସାଧ୍ୟ ଉଦ୍ୟମ କରିଥିଲୁ ହେଲେ ବଞ୍ଚାଇ ପାରିଲୁନି ବୋଲି ରିମସ୍ କର୍ତ୍ତୃପକ୍ଷ କହିଛନ୍ତି।
ଖୁଣ୍ଟି ପୋଲିସ ଅଧିକ୍ଷକ ଅମନ କୁମାର କହିଛନ୍ତି ଯେ ସୋମବାର ସନ୍ଧ୍ୟାରେ ବାହନ ପିଡିହାତୁ ମୋଡରେ ବୁଲୁଥିବା ବାଳେ ଛାତରୁ ଦୁଇଜଣ ଖସିପଡିଥିଲେ। ଏଥିରେ ମଙ୍ଗଲମୁଣ୍ଡା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣକ ସାମାନ୍ୟ ଆହତ ହୋଇଥିଲେ। ମଙ୍ଗଲଙ୍କୁ ଖୁଣ୍ଟି ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ରିମସ୍ ସ୍ଥାନାନ୍ତର କରାଯାଇଥିଲା।
रिम्स, रांची परिसर में धरती आबा भगवान बिरसा मुंडा के वंशज दिवंगत श्री मंगल मुंडा जी के पार्थिव शरीर पर पुष्प-चक्र अर्पित कर श्रद्धांजलि दी।
दिवंगत श्री मंगल मुंडा जी को अंतिम जोहार! pic.twitter.com/i8gjryvZor— Hemant Soren (@HemantSorenJMM) November 29, 2024
ରିମସର ଚିଫ ସିନିୟର ରେସିଡେଣ୍ଟ ଡ.ବିକାଶ କୁମାର କହିଛନ୍ତି ଯେ ଦୁର୍ଘଟଣା ଯୋଗୁ ତାଙ୍କର ରକ୍ତସ୍ରାବ ହୋଇଯାଇଥିଲା ଏଣୁ ତତ୍କାଳ ଅପରେସନର ଆବଶ୍ୟକତା ଥିଲା। ରିମସ୍ ନ୍ୟୁରୋ ସର୍ଜରୀ ବିଭାଗ ଅଧ୍ୟକ୍ଷ ଡା. ଆନନ୍ଦ ପ୍ରକାଶଙ୍କ ନେତୃତ୍ୱରେ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ବେଳେ ଏହା ସଫଳ ହୋଇଥିଲା ଓ ସେ ଚିକିତ୍ସକଙ୍କ ଦେଖରେଖରେ ଥିଲେ।