ବିରାଟ କୋହଲିଙ୍କ ସନ୍ନ୍ୟାସରେ ଚମକିବ ଏହି ଖେଳାଳିଙ୍କ ଭାଗ୍ୟ ! ଏବେ ଟିମ୍ ଇଣ୍ଡିଆରେ ମିଳିବ ସ୍ଥାନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟର ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରୁ ସନ୍ନ୍ୟାସ ନେଇଛନ୍ତି। ବିରାଟ ସୋମବାର ଅବସର ଘୋଷଣା କରି ନିଜର ଟେଷ୍ଟ କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଏବେ ଟେଷ୍ଟରେ ବିରାଟ କୋହଲିଙ୍କ ଜାଗା କିଏ ନେବ ? ଟେଷ୍ଟ କ୍ରିକେଟ୍ରେ ବିରାଟ କୋହଲି ୩୦ ଶତକ ହାସଲ କରିଛନ୍ତି। ସେ ଲାଲ ବଲ୍ କ୍ରିକେଟ୍ରେ ଭାରତୀୟ ପାଇଁ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି। ଏଥିରେ ୭ଟି ଦ୍ଵିଶତକ ସାମିଲ। ସେ ଟେଷ୍ଟରେ ସବୁଠୁ ଅଧିକ ରନ କରିବାରେ ଚତୁର୍ଥ ଭାରତୀୟ। ଟେଷ୍ଟରେ ବିରାଟଙ୍କଠୁ କେବଳ ତିନି ଭାରତୀୟ ଅଧିକ ଶତକ ହାସଲ କରିଛନ୍ତି।Also read: ରୋହିତ୍ ଶର୍ମାଙ୍କର କ୍ୟାରିଅର ଶେଷ, ଏବେ କିପରି କରିବେ କୋଟି କୋଟି ଟଙ୍କାର ରୋଜଗାର…ବିରାଟ ୧୨୩ ଟେଷ୍ଟ ମ୍ୟାଚ୍ରେ ୯୨୩୦ ରନ କରିଛନ୍ତି। ସେ ୨୦୧୧ରେ ଟେଷ୍ଟରେ ପଦାର୍ପଣ କରିଥିଲେ ଏବଂ ୨୦୨୫ରେ ନିଜର ଶେଷ ଟେଷ୍ଟ ଖେଳିଛନ୍ତି। ଏବେ ସବୁଠୁ ବଡ ପ୍ରଶ୍ନ ଭାରତୀୟ ଦଳରେ ବିରାଟ କୋହଲିଙ୍କ ସ୍ଥାନ କିଏ ନେବ ? ତେବେ ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଅନେକ ଦାବିଦାର ଅଛନ୍ତି। ଏଥିରେ ରଜତ ପାଟିଦାର, ସରଫରାଜ ଖାନ ଓ ଶ୍ରେୟସ ଆୟର ସାମିଲ। ଏଥିରୁ ଜଣେ ଖେଳାଳିଙ୍କ ଭାଗ୍ୟ ଚମକିପାରେ।ବିରାଟ କୋହଲି ଟେଷ୍ଟରେ ଅଧିକାଂଶ ବ୍ୟାଟିଂ ନମ୍ବର ୪ରେ କରିଛନ୍ତି। ତେଣୁ ଦଳକୁ ଏମିତି ଖେଳାଳିଙ୍କ ସନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟର ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରୁ ସନ୍ନ୍ୟାସ ନେଇଛନ୍ତି। ବିରାଟ ସୋମବାର ଅବସର ଘୋଷଣା କରି ନିଜର ଟେଷ୍ଟ କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଏବେ ଟେଷ୍ଟରେ ବିରାଟ କୋହଲିଙ୍କ ଜାଗା କିଏ ନେବ ?
ଟେଷ୍ଟ କ୍ରିକେଟ୍ରେ ବିରାଟ କୋହଲି ୩୦ ଶତକ ହାସଲ କରିଛନ୍ତି। ସେ ଲାଲ ବଲ୍ କ୍ରିକେଟ୍ରେ ଭାରତୀୟ ପାଇଁ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି। ଏଥିରେ ୭ଟି ଦ୍ଵିଶତକ ସାମିଲ। ସେ ଟେଷ୍ଟରେ ସବୁଠୁ ଅଧିକ ରନ କରିବାରେ ଚତୁର୍ଥ ଭାରତୀୟ। ଟେଷ୍ଟରେ ବିରାଟଙ୍କଠୁ କେବଳ ତିନି ଭାରତୀୟ ଅଧିକ ଶତକ ହାସଲ କରିଛନ୍ତି।
Also read: ରୋହିତ୍ ଶର୍ମାଙ୍କର କ୍ୟାରିଅର ଶେଷ, ଏବେ କିପରି କରିବେ କୋଟି କୋଟି ଟଙ୍କାର ରୋଜଗାର…
ବିରାଟ ୧୨୩ ଟେଷ୍ଟ ମ୍ୟାଚ୍ରେ ୯୨୩୦ ରନ କରିଛନ୍ତି। ସେ ୨୦୧୧ରେ ଟେଷ୍ଟରେ ପଦାର୍ପଣ କରିଥିଲେ ଏବଂ ୨୦୨୫ରେ ନିଜର ଶେଷ ଟେଷ୍ଟ ଖେଳିଛନ୍ତି। ଏବେ ସବୁଠୁ ବଡ ପ୍ରଶ୍ନ ଭାରତୀୟ ଦଳରେ ବିରାଟ କୋହଲିଙ୍କ ସ୍ଥାନ କିଏ ନେବ ? ତେବେ ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଅନେକ ଦାବିଦାର ଅଛନ୍ତି। ଏଥିରେ ରଜତ ପାଟିଦାର, ସରଫରାଜ ଖାନ ଓ ଶ୍ରେୟସ ଆୟର ସାମିଲ। ଏଥିରୁ ଜଣେ ଖେଳାଳିଙ୍କ ଭାଗ୍ୟ ଚମକିପାରେ।
ବିରାଟ କୋହଲି ଟେଷ୍ଟରେ ଅଧିକାଂଶ ବ୍ୟାଟିଂ ନମ୍ବର ୪ରେ କରିଛନ୍ତି। ତେଣୁ ଦଳକୁ ଏମିତି ଖେଳାଳିଙ୍କ ସନ୍ଧାନ କରିବାକୁ ପଡ଼ିବ ଯିଏ ନମ୍ବର ୪ରେ ଲମ୍ବା ସମୟ ଧରି ଭଲ ପ୍ରଦର୍ଶନ କରି ପାରିବ। ଏମିତିରେ ଶ୍ରେୟସ ଆୟର ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ହୋଇ ପାରନ୍ତି। ଆୟର ଦିନିକିଆରେ ଚାରି ନମ୍ବରରେ ବ୍ୟାଟିଂ କରନ୍ତି। ଏହି କ୍ରମରେ ତାଙ୍କର ବ୍ୟାଟିଂ ରେକର୍ଡ ଦମଦାର ରହିଛି।

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ନମ୍ବର ୪ରେ ବ୍ୟାଟିଂ କରି ପାରନ୍ତି। ଆୟର ସଂପ୍ରତି ଭଲ ଫର୍ମରେ ଅଛନ୍ତି। ଆଇପିଏଲ୍ ୨୦୨୫ରେ ସେ ଏ ପର୍ଯ୍ୟନ୍ତ ୪୦୫ ରନ କରି ସାରିଛନ୍ତି। ଆୟର ଭାରତ ପାଇଁ ୭୦ଟି ଦିନିକିଆ, ୫୧ଟି ଟି-୨୦ ଅନ୍ତର୍ଜାତୀୟ ଓ ୧୪ଟି ଟେଷ୍ଟ ଖେଳି ସାରିଛନ୍ତି। ସେ ଚାରି ନମ୍ବରରେ ବ୍ୟାଟିଂ କରି ଭାରତ ପାଇଁ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ତେଣୁ ଟେଷ୍ଟ କ୍ରିକେଟ୍ରେ ଚାରି ନମ୍ବରରେ ତାଙ୍କୁ ଚୟନକର୍ତ୍ତା ସୁଯୋଗ ଦେଇ ପାରନ୍ତି।